କଂଗ୍ରେସ ନେତାଙ୍କୁ ପିସିସି ମୁଖିଆଙ୍କ ତାଗିଦ୍ । ମିଡିଆରେ କିଛି କହିବା ଆଗରୁ କରନ୍ତୁ ଆଲୋଚନା ।

Advertisment

ପିସିସି ଭାବେ ଦାୟିତ୍ୱ ନେବା ପରେ, ଏବେ ଦଳୀୟ କର୍ମୀଙ୍କ ପାଇଁ ଏକପ୍ରକାରର ଫତଓ୍ୱା ଜାରି କରିଛନ୍ତି ସଭାପତି ଭକ୍ତ ଦାସ । ସିଧା ସିଧା ଗଣମାଧ୍ୟମରେ କଂଗ୍ରେସ ନେତାଙ୍କ ନିଜସ୍ୱ ମତ ଦଳକୁ ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଉଛି ବୋଲି କହିବା ସହ, ସବୁ ନେତୃବୃନ୍ଦ ଦଳର ନିଷ୍ପତ୍ତିକୁ ଅନୁସରଣ କରିବାକୁ ଅନୁରୋଧ କରିଛନ୍ତି ଭକ୍ତ ଦାସ

ପିସିସି ଭାବେ ଦାୟିତ୍ୱ ନେବା ପରେ, ଏବେ ଦଳୀୟ କର୍ମୀଙ୍କ ପାଇଁ ଏକପ୍ରକାରର ଫତଓ୍ୱା ଜାରି କରିଛନ୍ତି ସଭାପତି ଭକ୍ତ ଦାସ । ସିଧା ସିଧା ଗଣମାଧ୍ୟମରେ କଂଗ୍ରେସ ନେତାଙ୍କ ନିଜସ୍ୱ ମତ ଦଳକୁ ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଉଛି ବୋଲି କହିବା ସହ, ସବୁ ନେତୃବୃନ୍ଦ ଦଳର ନିଷ୍ପତ୍ତିକୁ ଅନୁସରଣ କରିବାକୁ ଅନୁରୋଧ କରିଛନ୍ତି ଭକ୍ତ ଦାସ

bhakta das

bhakta das Photograph: (KanakNews )

କନକ ବ୍ୟୁରୋ: ପିସିସି ଭାବେ ଦାୟିତ୍ୱ ନେବା ପରେ, ଏବେ ଦଳୀୟ କର୍ମୀଙ୍କ ପାଇଁ ଏକପ୍ରକାରର ଫତଓ୍ୱା ଜାରି କରିଛନ୍ତି ସଭାପତି ଭକ୍ତ ଦାସ । ସିଧା ସିଧା ଗଣମାଧ୍ୟମରେ କଂଗ୍ରେସ ନେତାଙ୍କ ନିଜସ୍ୱ ମତ ଦଳକୁ ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଉଛି ବୋଲି କହିବା ସହ, ସବୁ ନେତୃବୃନ୍ଦ ଦଳର ନିଷ୍ପତ୍ତିକୁ ଅନୁସରଣ କରିବାକୁ ଅନୁରୋଧ କରିଛନ୍ତି ଭକ୍ତ ଦାସ ।

ପିସିସି ସଭାପତି ଭକ୍ତ ଦାସ ଗୁରୁବାର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି ଯେ, କେତେକ ନେତୃବୃନ୍ଦ ସେମାନଙ୍କର ନିଜସ୍ୱ ମତ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଦେଉଛନ୍ତି । ଯାହାକି କଂଗ୍ରେସ ଦଳର ଆଭିମୁଖ୍ୟଠାରୁ ଭିନ୍ନ ହେଉଛି । ଯାହା ଫଳରେ ଏହା ଦଳର ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଉଛି । ତେଣୁ ସବୁ ନେତୃବୃନ୍ଦ ଦଳର ନିଷ୍ପତ୍ତିକୁ ଅନୁସରଣ କରିବାକୁ ଭକ୍ତ ଦାସ ଏହି ଚିଠିରେ ଉଲ୍ଲେଖ କରିଛନ୍ତି ।

ଅନ୍ୟପଟେ କୌଣସି ଘଟଣା ସମ୍ପର୍କରେ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ମତ ଦେବା ପୂର୍ବରୁ କଂଗ୍ରେସ ନେତାମାନେ ପ୍ରଦେଶ କଂଗ୍ରେସ କିଟି ସଭାପତି ନଚେତ୍ ମିଡିଆ କମିଟି ଅଧ୍ୟକ୍ଷଙ୍କ ସହ ପରାମର୍ଶ କରିବେ । କୌଣସି ଘଟଣା ସମ୍ପର୍କରେ ଦଳର ଆଭିମୁଖ୍ୟ କଣ ରହିବ, ସେ ସମ୍ପର୍କରେ ବରିଷ୍ଠ କଂଗ୍ରେସ ନେତୃବୃନ୍ଦମାନେ ଗଣମାଧ୍ୟମକୁ ଯିବା ପୂର୍ବରୁ ସେମାନଙ୍କର ମତାମତ ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କୁ ପ୍ରଦାନ କରିବେ ବୋଲି ଏହି ଚିଠିରେ କହି ନେତାଙ୍କୁ ତାଗିଦ୍ କରିଛନ୍ତି ପିସିସି ମୁଖିଆ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe