କନକ ବ୍ୟୁରୋ : ବିସିସିଆଇର କଡ଼ା ଆଭିମୁଖ୍ୟ ପରେ ବାଟକୁ ଆସିଲା ପାକିସ୍ତାନ । ପାକ ଅଧିକୃତ କାଶ୍ମୀର ଅଞ୍ଚଳକୁ ଚାମ୍ପିୟନ୍ସ ଟ୍ରଫି ନନେବା ସର୍ତ୍ତ ମାନିଲା ପିସିବି । ଚାମ୍ପିୟନ୍ସ ଟ୍ରଫି ଆୟୋଜନକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ବିବାଦ ଲାଗିରହିଛି । ଭାରତକୁ ମାନସିକ ସ୍ତରରେ ଆଘାତ ଦେବା ପାଇଁ ପାକ୍ ଅଧିକୃତ କାଶ୍ମୀର(ପିଓକେ) ଅଞ୍ଚଳରେ ଚାମ୍ପିୟନ୍ସ ଟ୍ରଫି ବୁଲାଇବାକୁ ନିଷ୍ପତ୍ତି ନେଇଥିଲା ପାକିସ୍ତାନ । ଯାହାକୁ ନେଇ ବିସିସିଆଇ ଆପତ୍ତି କରିଥିଲା । 

Advertisment

ଏହା ଆଇସିସିର ଇଭେଣ୍ଟ ହୋଇଥିବାରୁ ପିସିବି ମନଇଛା ଏହାକୁ ବିବାଦୀୟ ଅଞ୍ଚଳକୁ ନେଇପାରିବ ନାହିଁ ବୋଲି କହିଥିଲେ ବିସିସିଆଇ ସମ୍ପାଦକ ଜୟ ଶାହା । ପାକିସ୍ତାନ କରାଚି, ଲାହୋର ଏବଂ ରାୱଲପିଣ୍ଡି ସହରରେ ଚାମ୍ପିୟନ୍ସ ଟ୍ରଫି ହୋଷ୍ଟ କରିବାକୁ ଯୋଜନା କରିଥିଲା । ବିସିସିଆଇର ଆପତ୍ତି ପରେ ଟ୍ରଫି ଟୁର କାର୍ଯ୍ୟସୂଚୀ ଆଇସିସି ଅନୁଯାୟୀ ହେବ ବୋଲି ପିସିସି କହିଛନ୍ତି । ତେବେ ଇସାଲାମାବାଦରେ ଚାମ୍ପିୟନ୍ସ ଟ୍ରଫି ପହଞ୍ଚିବା ପରେ ଏହାକୁ ସାରା ଦେଶରେ ଟୁର୍ କରିବାକୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ଲକ୍ଷ୍ୟ ରଖିଛି । ନଭେମ୍ବର ୧୬ରୁ ନଭେମ୍ବର ୨୪ ତାରିଖ ଯାଏଁ ଏହି ଟ୍ରଫି ପାକିସ୍ତାନ ଭ୍ରମଣ କରିବ । ଏହାସହ ପାକ୍ ଅଧିକୃତ କାଶ୍ମୀରକର ତିନୋଟି ସହରକୁ ମଧ୍ୟ ଟ୍ରଫି ନେବାକୁ ପ୍ଲାନ୍ ପ୍ରସ୍ତୁତ ହେଇଥିଲା ।