କନକ ବ୍ୟୁରୋ: ଏସିଆ କପରେ ପାକିସ୍ତାନର ୟୁ-ଟର୍ଣ୍ଣ । ଏସିଆ କପ୍ ୨୦୨୫ରେ ପାକିସ୍ତାନ ଟିମ୍ ୟୁଏଇ ବିରୋଧରେ ମ୍ୟାଚ୍ ନ ଖେଳିବାକୁ ଧମକ ଦେଇଥିଲା, କିନ୍ତୁ ଏବେ ପାକିସ୍ତାନ ତାର ସ୍ବର ବଦଳାଇଛି । ହ୍ୟାଣ୍ଡସେକ୍‌ ବିବାଦରେ ପାକିସ୍ତାନ ଏସିସି ଓ ପରେ ଆଇସିସିରେ ଫେରାଦ ହୋଇଥିଲା ହେଲେ ଆଇସିସି ପିସିବି ପ୍ରସ୍ତାବକୁ ଖାରଜ କରିଥିଲା । ସୂଚନା ଅନୁସାରେ ପିସିବି ଅଧ୍ୟକ୍ଷ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସହ କାଲି ଏକ ବୈଠକ ବସିଥିଲା, ପ୍ରଧାନମନ୍ତ୍ରୀ ସରିଫ କହିଛନ୍ତି, ମ୍ୟାଚ ଖେଳିବାକୁ । ଶେଷରେ ଚିହିଁକି ଉଠିଥିବା ପାକିସ୍ତାନ ୟୁଏଇ ବିପକ୍ଷରେ ପଡ଼ିଆକୁ ଓହ୍ଲାଇବ । 

Advertisment

ସେପଟେ ପିସିବି ଆଇସିସିକୁ ଏନେଇ ପୁଣି ଚିଠି ଲେଖିଥିବା ଜଣାପଡ଼ିଛି । ଆଜିର ମ୍ୟାଚ ରେଫରି ଆଣ୍ଡି ପାଇକ୍ରଫ୍ଟଙ୍କୁ ହଟାଇବାକୁ ପିସିବି ଅନୁରୋଧ କରିଛି । ତେବେ ପାକିସ୍ତାନର ଅନୁରୋଧ ପରେ ମ୍ୟାଚ ରେଫରି ବଦଳି ପାରେ ବୋଲି ଚର୍ଚ୍ଚା ହେଉଛି ।