କନକ ବ୍ୟୁରୋ : ପ୍ରଥମେ ଚୋରି, ଏବେ ମୁହଁ ଫୁଟାଣି । ଭାଙ୍ଗୁନି ମୋହସିନ୍ ନକଭିଙ୍କ ମୁହଁତୋଡ଼ । ଗତକାଲି ଏସିସି ବୈଠକରେ ତେବର ଦେଖାଇବା ପରେ ଆଜି ଯଦିଓ ନରମିଛନ୍ତି ନକଭି, ତେବେ ବି ଭାଙ୍ଗିନି ମୁହଁତୋଡ । ଗତକାଲି ଭାରତର ଜୋରଦାର ବିରୋଧ ସତ୍ତ୍ବେ ନିଜ ଜିଦ୍ରେ ଅଟଳ ରହିଥିଲେ ମୋହସିନ । ପ୍ରଥମେ ଟ୍ରଫି ଚୋରି କରିନେବା ପରେ ଫେରାଇ ଦେବାକୁ ନାରାଜ ଥିଲେ ମୋହସିନ । ବର୍ତ୍ତମାନ ସର୍ତ୍ତମୂଳକ ଭାବେ ଟ୍ରଫି ଦେବାକୁ ରାଜି ହୋଇଛନ୍ତି ନକଭି ।
ଗତକାଲି ଏସିସି ବୈଠକରେ ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ଓ ପିସିବି ଅଧ୍ୟକ୍ଷ ମୋହସିନ୍ ନକଭିଙ୍କ ମଧ୍ୟରେ ପ୍ରବଳ ଯୁକ୍ତି ତର୍କ ହୋଇଛି । ବିସିସିଆଇ ତରଫରୁ ରାଜୀବ କହିଥିଲେ ଯେ, ଟ୍ରଫି କାହାର ସମ୍ପତ୍ତି ନୁହେଁ । ବିସିସିଆଇର ପ୍ରଶ୍ନ, ବିଜେତା ଦଳକୁ କାହିଁକି ଟ୍ରଫି ଦିଆଯାଇନାହିଁ ? ବିସିସିଆଇ ଏସିସି ଅଫିସ୍ରୁ ଟ୍ରଫି ନେବ ବୋଲି କହିଥିଲେ ରାଜୀବ । ତେବେ ଏହାର ଜୋରଦାର ବିରୋଧ କରିଥିଲେ ମୋହସିନ୍ ନକଭି । ସେ କହିଥିଲେ, ବିଶ୍ବ ସାମ୍ନାରେ ମୁଁ କାର୍ଟୁନ ଭଳି ଛିଡ଼ା ହୋଇଥିଲି । କେହି ଟ୍ରଫି ନେବାକୁ ଆସିଲେନି । ମୋତେ ପୂର୍ବରୁ ଜଣାଇ ଦିଆଯାଇନଥିଲା ଟ୍ରଫି ନେବେନି ବୋଲି । ବିଶ୍ବ ସାମ୍ନାରେ ମୁଁ କାର୍ଟୁନ ପାଲଟିଲି । ଟ୍ରଫି ଦରକାର ତ ମୋ ଠାରୁ ଆସି ନିଅ ବୋଲି ନକଭି କହିଥିଲେ । ସେପଟେ ରାଜୀବ ଶୁକ୍ଲା କହିଥିଲେ, ଏ ଟ୍ରଫି ଏସିସିର, ତୁମର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ । ତେବେ ଭାରତ ଏନେଇ ଆଇସିସି ନିକଟରେ ଅଭିଯୋଗ କରିବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/10/01/7-2025-10-01-14-12-48.jpg)