କନକବ୍ୟୁରୋ : ପାଗର ପରିବର୍ତ୍ତନ ନେଇ ସବୁବେଳେ ଶରୀରରେ ପରିବର୍ତ୍ତନ ଦେଖାଦେଇଥାଏ  । କାରଣ ବଦଳୁଥିବା ପାଗରେ ବିଭିନ୍ନ ରୋଗ ମଧ୍ୟ ବଢିଥାଏ  ।  ଏହି ସମୟରେ ଆମର ଶରୀରରେ ବିଶେଷ ଧ୍ୟାନ ଦେବାକୁ ପଡିଥାଏ  । ଏହି ଦିନ ବିଭିନ୍ନ ରୋଗ ବଢିଥାଏ ଯାହା ଆମର ନିତିଦିନିଆ ଜୀବନରେ ପ୍ରଭାବ ପକାଇଥାଏ  ।  କାରଣ ଏହି ଦିନରେ ଆମର ହଜମ ପ୍ରକ୍ରିୟାରେ ସମସ୍ୟା ଦେଖା ଯାଇଥାଏ ।

Advertisment

ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯା ଏ । କେବଳ ଜ୍ୱର, କାଶ ଏବଂ ଫ୍ଲୁ ହେବାର ଆଶଙ୍କା ବଢେ ନାହିଁ, ବରଂ ଜୀବାଣୁ ଏବଂ ଫଙ୍ଗଲ ସଂକ୍ରମଣର ଆଶଙ୍କା ମଧ୍ୟ ବଢାଇଥାଏ  । ଏହି ଋତୁରେ ଟିକେ ଜଗିରଖି ଚଳିବାକୁ ପରାମର୍ଶ ଦିଆଯାଏ  । କାରଣ ଏହି ଦିନରେ ଅନେକ ପ୍ରକାର ସଂକ୍ରାମକ ରୋଗ ହୋଇଥାଏ । ତା’ସହିତ ଖାଦ୍ୟପେୟ ପ୍ରତି ବି ଯତ୍ନବାନ ହେବାକୁ କୁହାଯାଏ  ।

 ବାହାର ଜିନିଷ ନଖାଇବାକୁ କୁହାଯାଏ ।  ତେବେ ବର୍ଷା ଦିନେ ଘରେ ମଧ୍ୟ ରୋଷେଇ କରି କିଛି ଖାଦ୍ୟ ଖାଇବାକୁ ମନା କରାଯାଏ  ।  କାରଣ ବର୍ଷା ଦିନେ ଏଗୁଡ଼ିକୁ ଖାଇଲେ ଦେହ ଖରାପ ହୁଏ ବୋଲି କୁହାଯାଏ ।  ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଯେତେବେଳେ ଜ୍ୱର ହୁଏ ଶରୀରର ରୋଗ ପ୍ରତିରୋଧକ ଶକ୍ତି ସଂକ୍ରମଣ ସହିତ ଲଢ଼ିବା ଆରମ୍ଭ କରେ  ଏବଂ ଏଥିରୁ ମୁକ୍ତି ପାଇବାକୁ ଚେଷ୍ଟା କରେ ।

ଯେଉଁଥିପାଇଁ ଶରୀରର ଅନେକ ଶକ୍ତି ଖର୍ଚ୍ଚ ହୁଏ ଏବଂ ଶରୀରରୁ ଜଳୀୟ ଅଂଶ ମଧ୍ୟ ନିର୍ଗତ ହୁଏ । ଏହି କାରଣରୁ, ଜ୍ୱର ହେଲେ ଆପଣ ଦୁର୍ବଳ ଅନୁଭବ କରନ୍ତି । କେତେକ ସମୟରେ ଏହି ଦୁର୍ବଳତା ଏତେ ବଢ଼ିଯାଏ ଯେ ରୋଗୀଙ୍କୁ ବିଛଣାରୁ ଉଠିବାରେ ଅସୁବିଧା ହୁଏ ଏବଂ ମୁଣ୍ଡ ବୁଲାଇବା ଆରମ୍ଭ ହୁଏ । ରୋଗୀଙ୍କୁ ଶରୀରର ସନ୍ତୁଳନ ବଜାୟ ରଖିବାରେ ମଧ୍ୟ ଅସୁବିଧା ହୁଏ । ତେଣୁ ଏହି ଦିନରେ ନିଜର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ସୁସ୍ଥକର ଫଳ ଖାଆନ୍ତୁ ନିଜକୁ ସୁସ୍ଥ ରଖିବା ପାଇଁ ସମ ପରିମାଣରେ ପାଣି ପିଇବା ସହ ବ୍ୟାୟମ କରନ୍ତୁ । ଏହି ଦିନରେ ଉଷୁମ ଖାଦ୍ୟ ଖାଇବା ସହ ଯେତେ ସମ୍ଭବ ବାହାର ଖାଦ୍ୟ ତେଲ ମସଲାକୁ ନା କୁହନ୍ତୁ ।