କନକ ବ୍ୟୁରୋ : ଭୋଜପୁରୀ ପାୱାର ଷ୍ଟାର ପବନ ସିଂଙ୍କ ବିବାଦ ଦିନକୁ ଦିନ ବଢୁଛି । ପବନ ସିଂଙ୍କ ଜୀବନ ଏକ ଖୋଲା ବହି ଭଳି । ସେପ୍ଟେମ୍ବର ୪ ତାରିଖରେ ସେ ତାଙ୍କର ପ୍ରଶଂସକମାନଙ୍କୁ ଏକ ସରପ୍ରାଇଜ ଦେଇଛନ୍ତି । ସେ ଅଶନୀର ଗ୍ରୋଭରଙ୍କ ରାଇଜ ଆଣ୍ଡ ଫଲ ଶୋ ରେ ଭାଗ ନେବାକୁ ଯାଉଛନ୍ତି । 

Advertisment

ଶୋ ର ପ୍ରମୋ ଦେଖିବା ପରେ ପ୍ରଶଂସକମାନେ ଶୋ ଦେଖିବାକୁ ବ୍ୟସ୍ତ ହୋଇପଡିଛନ୍ତି । ହେଲେ ଏଠି ପ୍ରଶ୍ନ ଉଠୁଛି କି, ଏହି ରିଆଲିଟି ଶୋ ତାଙ୍କ ପାଇଁ କାହିଁକି ଜରୁରୀ ହୋଇପଡିଲା । କ'ଣ ଏହି ଶୋରେ ସେ ତାଙ୍କ ଜୀବନର ଶତ ଖୋଲିବାକୁ ଯାଉଛନ୍ତି । ଏହି ପ୍ରଶ୍ନର ଉତ୍ତର ତ ଶୋ ଆରମ୍ଭ ହେବା ପରେ ମିଳିବ । ହେଲେ ଏବେ ଆସନ୍ତୁ ଜାଣିବା ପବନ ସିଂଙ୍କ ଜୀବନୀ ବାବଦରେ । 

୨୦୧୪ ଡିସେମ୍ବର ପହିଲାରେ ପବନ ସିଂଙ୍କ ବିବାହ ତାଙ୍କ ବଡ଼ଭାଇଙ୍କ ଶାଳୀ ନୀଲମ୍ ସିଂଙ୍କ ସହ ହୋଇଥିଲା । ନୀଲମ୍ ୨୦୧୫ ମାର୍ଚ୍ଚ ୮ ତାରିଖରେ ଆତ୍ମହତ୍ୟା କରିଥିଲେ । ନୀଲମ୍ କାହିଁକି ଆତ୍ମହତ୍ୟା କଲେ ତାହା ଆଜି ବି ରହସ୍ୟ ଘେରରେ । ହେଲେ କିଛି ଗୁଜବ ମୁତାବକ ପବନ ସିଂ ନୀଲମଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇ ଥିଲେ । 

ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ପବନ ସିଂଙ୍କ ଜୀବନରେ କଣ୍ଠଶିଳ୍ପୀ ଅକ୍ଷରା ସିଂ ଆସିଥଲେ । ପବନ ସିଂ ଅକ୍ଷରାଙ୍କୁ ବଡ଼ ବଡ଼ ସ୍ୱପ୍ନ ଦେଖାଇଥିଲେ । ହେଲେ ପୁଣି ପବନ ସିଂ ଅକ୍ଷରାଙ୍କୁ ଧୋକ୍କା ଦେଇ ଜ୍ୟୋତି ସିଂଙ୍କୁ ବିବାହ କରିଥିଲେ । ଅକ୍ଷରା ଏପର୍ଯ୍ୟନ୍ତ ପବନ ସିଂଙ୍କ ବାବଦରେ ଅନେକ ଖୁଲାସା କରିଛନ୍ତି । 

୨୦୧୮ ମସିହାରେ ବଲିୟାରେ ରହୁଥିବା ଜ୍ୟୋତି ସିଂଙ୍କୁ ବିବାହ କରି ପବନ ସିଂ ଘରକୁ ଆଣିଥିଲେ । ହେଲେ ବିବାହର କିଛି ବର୍ଷ ପରେ ସର୍ମ୍ପକକୁ ନେଇ ପୁଣି ବିବାଦ ହୋଇଥଲା । ହେଲେ ୨୦୨୪ ନିର୍ବାଚନ ବେଳେ ଜ୍ୟୋତି ସିଂ ପବନ ସିଂଙ୍କ ପାଇଁ ପ୍ରଚାର କରୁଥିବାର ଦେଖିବାକୁ ମିଳିଥିଲା । 

ଏବେ ପୁଣି ଏକ ବିବାଦ ଦେଖିବାକୁ ମିଳିଥିଲା ଲକ୍ଷ୍ନୌରେ ଏକ ଷ୍ଟେଜ୍ ପ୍ରୋଗ୍ରାମରେ ପବନ ସିଂ ଅଞ୍ଜଲୀ ରାଘବଙ୍କ କମରରେ ହାତ ମାରିବା ନେଇ ବିବାଦ ହୋଇଥିଲା । ଏହାପରେ ପବନ ସିଂ ଅଞ୍ଜଲୀଙ୍କୁ କ୍ଷମା ମାଗିଥିଲେ । ସେପଟେ ଯେବେଠାରୁ ପବନ ସିଂ ରାଇଜ ଆଣ୍ଡ ଫଲ ଶୋ ଯାଉଥିବା ଘୋଷଣା କରିଛନ୍ତି , ପ୍ରଶଂସକମାନେ ଆଶା କରୁଛନ୍ତି କି, ଏହି ଶୋ ରେ ପାୱାର ଷ୍ଟାର ତାଙ୍କ ଜୀବନର କିଛି ଅକୁହା କଥା ଓ ବିବାଦକୁ ନେଇ ବଡ଼ ଖୁଲାସା କରିପାରନ୍ତି ।