କନକ ବ୍ୟୁରୋ : ଆଜି ପୌଷ ପୂର୍ଣ୍ଣମୀ । ଶ୍ରୀମନ୍ଦିରର ଦ୍ୱାଦଶ ଯାତ୍ରା ମଧ୍ୟରୁ ପୌଷ ପୂର୍ଣ୍ଣମୀ ଅନ୍ୟତମ । ଆଜିର ଦିନରେ ମହାପ୍ରଭୁ ସୁନାବେଶ ବା ରାଜରାଜେଶ୍ୱର ବେଶ ବା ଅଭିଷେକ ବେଶ ହୋଇଥାନ୍ତି । ଆଜି ମହାପ୍ରଭୁ ମହଣ ମହଣ ସୁନାରେ ସଜେଇ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ପୌରାଣିକ ତଥ୍ୟ ଆଧାରରେ ଆଜିର ଦିନରେ ରାମଚନ୍ଦ୍ର ଅଯୋଧ୍ୟାର ରାଜା ହୋଇଥିବା ବେଳେ ଦେବାଭିଷେକ କରାଯାଇଥିଲା ।
ପୌଷ ପୂର୍ଣ୍ଣମୀ ତିଥିରେ ଶ୍ରୀମନ୍ଦିରରେ ପାଳନ କରାଯାଇଛି ଶ୍ରୀଜଗନ୍ନାଥଙ୍କର ଦେବାଭିଷେକ ନୀତି । ବର୍ଷକୁ ଶ୍ରୀଜିଉଙ୍କର ୫ଟି ସୁନାବେଶ ମଧ୍ୟରୁ ପୌଷ ପୂର୍ଣ୍ଣମୀର ସୁନାବେଶ ଅନ୍ୟତମ । ଶ୍ରୀଜିଉଙ୍କୁ ୩୨ ପ୍ରକାର ଅଳଙ୍କାର ଆଭୂଷଣ କରାଯାଇ ରାଜବେଶ କରାଯାଇଥିଲା । ମହାପ୍ରଭୁଙ୍କ ସକାଳ ଧୂପ ପରେ ବିମ୍ବସ୍ନାନ ସରିବା ପରେ ନୀତି ସମ୍ପାଦନ କରାଯାଇ ବେଶ ହୋଇଥିଲା ।
ଅଧିକ ପଢ଼ନ୍ତୁ : ମହାପ୍ରଭୁଙ୍କ ଦର୍ଶନ କଲେଣି ୨ ଲକ୍ଷ; ରାତି ଗୋଟାଏ ୫୫ରୁ ଜଗା ଦର୍ଶନ ପାଇଁ ଲାଗିଛି ଲମ୍ବା ଲାଇନ୍
୫ଟି ସୁନାବେଶ ମଧ୍ୟରୁ ପୌଷ ପୂର୍ଣ୍ଣମୀରେ ମହାପ୍ରଭୁ ଶ୍ରୀରାମ ବେଶରେ ଦର୍ଶନ ଦେଇଥାନ୍ତି । ସେପଟେ ମହାପ୍ରଭୁଙ୍କ ଆଜିର ବେଶ ସହ ମହାପ୍ରଭୁଙ୍କ ଦୁର୍ଲଭ ରଘୁନାଥ ବେଶର କିଛିଟା ସମାନତା ରହୁଛି । ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କ ଜନ୍ମ ତିଥି ପୁଷ୍ୟାନକ୍ଷତ୍ର ଯୁକ୍ତ ହେଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଘୁନାଥ ବେଶ ହୋଇଥାଏ । ଇତି ମଧ୍ୟରେ ଅନେକ ଥର ଏହି ତିଥି ଗଲାଣି । କିନ୍ତୁ ୧୨୦ ବର୍ଷ ହେବ ଏହି ଦୁର୍ଲଭ ବେଶ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ ।
ମହାପ୍ରଭୁଙ୍କ ରଘୁନାଥ ବେଶ ପ୍ରଥମ ଥର ୧୫୭୭ ମସିହାରେ ହୋଇଥିଲା । ପରେ ୧୭୩୯, ୧୮୦୯, ୧୮୩୧, ୧୮୪୨, ୧୮୫୦, ୧୮୯୩, ୧୮୯୬ ମସିହାରେ ଏହି ବେଶ ଅନୁଷ୍ଠିତ ହୋଇଥିଲା । ଶେଷ ଥର ୧୯୦୫ ମସିହା ମେ’ ୪ରେ ମହାପ୍ରଭୁ ଏହି ଦୁର୍ଲଭ ବେଶରେ ଦର୍ଶନ ଦେଇଥିଲେ । ଏହା ପରଠାରୁ ଆଉ ମହାପ୍ରଭୁଙ୍କ ଏହି ବେଶ କରାଯାଇନି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/01/03/pausha-purnima-2026-01-03-23-18-49.jpg)