ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମହତ୍ୟା ଘଟଣା, ପୀଡ଼ିତାଙ୍କ ବାପା ଓ ପୁରୁଷ ବନ୍ଧୁଙ୍କ ମୋବାଇଲ ଜବତ କଲା ପୁଲିସ

ଏହି ଫୋନରେ ମଧ୍ୟ ଛାତ୍ରୀଙ୍କ ଆପତ୍ତିଜନକ ଫୋଟୋ ଏବଂ ଭିଡ଼ିଓ ରହିଥିବା କୁହାଯାଉଛି । ତାଙ୍କ ହ୍ବାଟସଆପ୍ ଚାଟିଂ ଓ ଭିଡିଓ କଲ୍ ରେକର୍ଡ ମଧ୍ୟ ପୋଲିସ ପାଇଛି । ଗତକାଲି ପୋଲିସ ମୃତ ଛାତ୍ରୀଙ୍କ ପଡୋଶୀ ଓ ତାଙ୍କ ସମ୍ପର୍କୀୟଙ୍କ ଘର ଗ୍ରୀଲରେ ଲାଗିଥିବା ସିସିଟିଭି ଫୁଟେଜ୍ ଅନୁଧ୍ୟାନ କରିଥିଲା। ନିଜେ ଏସପି କ୍ରାଇମସ୍ପଟକୁ ଯାଇ ତଦନ୍ତ କରିଥିଲେ । ଅଗଷ୍ଟ ୫ ଓ ୬ ତାରିଖ ମଧ୍ୟରେ ଘର ଆଖପାଖରେ କ’ଣ ସବୁ ଘଟିଥିଲା, ତାହା ଜାଣିବାକୁ ଚାହୁଁଛି ପୁଲିସ ।

20

କନକ ବ୍ୟୁରୋ :  କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ କାଠିଆପଡ଼ା ଗାଁରେ ଛାତ୍ରୀ ମୃତ୍ୟୁ ଘଟଣାରେ ତଦନ୍ତ ଯେତେ ଆଗକୁ ବଢୁଛି, ରହସ୍ୟ ସେତେ ବଢିବାରେ ଲାଗିଛି । ପୀଡିତାଙ୍କ ବାପାଙ୍କ ମୋବାଇଲ ଫୋନ ଜବତ କରିଛି ପୋଲିସ। ବାପାଙ୍କ ମୋବାଇଲରେ ମୃତ ଛାତ୍ରୀଙ୍କ ଆପତ୍ତିଜନକ ଫୋଟୋ ଏବଂ ଭିଡ଼ିଓ ରହିଥିବା ସୂଚନା ମିଳିଛି । ଏହି ଫୋଟୋ ଓ ଭିଡ଼ିଓକୁ ପୁରୁଷ ବନ୍ଧୁ ତାଙ୍କ ବାପାଙ୍କ ମୋବାଇଲକୁ ପଠାଇଥିବା ଗ୍ରାମାଞ୍ଚଳ ଥାନା ଆଇଆଇସି ସୂଚନା ଦେଇଛନ୍ତି । ସେହିପରି ପୋଲିସ ହେପାଜତରେ ଥିବା ପୁରୁଷବନ୍ଧୁ ପ୍ରମୋଦ ବେହେରାଙ୍କ ମୋବାଇଲ ଫୋନକୁ ମଧ୍ୟ ଜବତ କରାଯାଇଛି । ଏହି ଫୋନରେ ମଧ୍ୟ ଛାତ୍ରୀଙ୍କ ଆପତ୍ତିଜନକ ଫୋଟୋ ଏବଂ ଭିଡ଼ିଓ ରହିଥିବା କୁହାଯାଉଛି । ତାଙ୍କ ହ୍ବାଟସଆପ୍ ଚାଟିଂ ଓ ଭିଡିଓ କଲ୍ ରେକର୍ଡ ମଧ୍ୟ ପୋଲିସ ପାଇଛି । ଗତକାଲି ପୋଲିସ ମୃତ ଛାତ୍ରୀଙ୍କ ପଡୋଶୀ ଓ ତାଙ୍କ ସମ୍ପର୍କୀୟଙ୍କ ଘର ଗ୍ରୀଲରେ ଲାଗିଥିବା ସିସିଟିଭି ଫୁଟେଜ୍ ଅନୁଧ୍ୟାନ କରିଥିଲା। ନିଜେ ଏସପି କ୍ରାଇମସ୍ପଟକୁ ଯାଇ ତଦନ୍ତ କରିଥିଲେ । ଅଗଷ୍ଟ ୫ ଓ ୬ ତାରିଖ ମଧ୍ୟରେ ଘର ଆଖପାଖରେ କ’ଣ ସବୁ ଘଟିଥିଲା, ତାହା ଜାଣିବାକୁ ଚାହୁଁଛି ପୁଲିସ ।

 
ସେପଟେ ଛାତ୍ରୀ ମୃତ୍ୟୁ ଘଟଣାରେ ପୀଡିତା ବାପା ଆଉ ଏକ ଏତଲା ଦେଇଛନ୍ତି । ପୁରୁଷ ବନ୍ଧୁ ଆପତ୍ତିଜନକ ଫଟୋ ଓ ଭିଡିଓ ପଠାଇ ବ୍ଲାକମେଲ୍ କରୁଥିଲା । ଏହାକୁ ନେଇ ଝିଅ ମାନସିକ ଅବସାଦରେ ରହୁଥିଲା ଓ ଶେଷରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛି । ଦ୍ବିତୀୟ ଏତଲାରେ ଏସବୁ ପୀଡ଼ିତାଙ୍କ ବାପା ଉଲ୍ଲେଖ କରିଛନ୍ତି । ବାପାଙ୍କ ଏତଲା ଆଧାରରେ ମାମଲା ରୁଜୁ କରିଛି ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ପୋଲିସ। ପୁରୁଷ ବନ୍ଧୁ ପ୍ରମୋଦଙ୍କ ନାଁରେ ଲାଗିଛି ସଙ୍ଗିନ ଦଫା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe