କନକ ବ୍ୟୁରୋ : ରାଜ୍ୟରେ ଚାଲିଛି କ'ଣ ? ପ୍ରଥମେ ବାଲେଶ୍ୱର, ପରେ ବଳଙ୍ଗା ଓ ଏବେ ପଟ୍ଟାମୁଣ୍ଡାଇରେ ଜଣେ ଛାତ୍ରୀ ନିଜକୁ ଜାଳି ଆତ୍ମହତ୍ୟା କରିଦେଇଛନ୍ତି । ଏହି ଆତ୍ମହତ୍ୟା ଘଟଣା ଏବେ ରାଜ୍ୟ ରାଜନୀତିକୁ ପୁଣି ସରଗରମ କରିଛି । ଏହା ପଛରେ କାହାର ହାତ ଅଛି, କିଏ ପ୍ରକୃତ ଦୋଷୀ ତାକୁ ଆଇନ ଧରିବ । ହେଲେ ଏବେ ମୃତ ଛାତ୍ରୀଙ୍କ ମୋବାଇଲ ପୁଲିସ ଦ୍ୱାରା ସିଜ୍ ହୋଇଥିବାରୁ ଛାତ୍ରୀ ମୃତ୍ୟୁର ରହସ୍ୟ ଖୁବଶୀଘ୍ର ଖୋଲିବ ବୋଲି ଅନୁମାନ କରାଯାଉଛି ।
ସେପଟେ ପୋଡ଼ିହୋଇ ମୃତ୍ୟୁବରଣ କରିଥିବା ଛାତ୍ରୀଙ୍କ ବାପା ଆଣିଲେ ସାଂଘାତିକ ଅଭିଯୋଗ । କହିଲେ , ହାରାସମେଣ୍ଟ୍ ହୋଇ ଝିଅ ସୁଇସାଇଡ୍ କରିଦେଲା । ମୁଁ ପୁଅର ନାମ ଜାଣି ନାହିଁ , ତାଙ୍କର ବ୍ରେକ୍ଅପ୍ ହୋଇଯାଇଛି । ବାରମ୍ବାର ବ୍ଲାକ୍ମେଲ୍ କରୁଥିଲା ପୁରୁଷବନ୍ଧୁ । ସୋସିଆଲ ମିଡିଆରେ ଫଟୋ ଛାଡ଼ିବା ସହ କିରାସିନି ପକାଇ ମାରିଦେବାକୁ ଧମକ ଦେଉଥିଲା । ଗ୍ରାମାଞ୍ଚଳ ଥାନାରେ ୬ ମାସ ପର୍ବେ ଅଭିଯୋଗ କରିଥିଲୁ କିନ୍ତୁ ପୁଲିସ ଅଭିଯୋଗ ରଖିନଥିଲେ । ଲିଖିତ ଅଭିଯୋଗ କରିବାକୁ କହିଥିଲା ପୁଲିସ । ମାନସିକ ନିର୍ୟାତନା ଅସହ୍ୟ ହେବାରୁ ମୋ ଝିଅ ନିଜକୁ ଜାଳିଦେଲା ।