କନକ ବ୍ୟୁରୋ : ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣାରେ କେନ୍ଦ୍ରାପଡ଼ା ଏସପିଙ୍କ ସାମ୍ବାଦିକ ସମ୍ମିଳନୀ । ପୋଷ୍ଟମର୍ଟମ ରିପୋର୍ଟ ଆସିଥିବା ବେଳେ ଜଳିଯିବା କାରଣରୁ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ଏସପି ସିଦ୍ଧାର୍ଥ କଟାରିଆ । ସାଇଣ୍ଟିଫିକ୍ ଏଭିଡେନ୍ସ ଉପରେ ଏବେ ବି ଖୋଳତାଡ଼ ଚାଲିଛି । ଛାତ୍ରୀ ଜଣକ ଆତ୍ମହତ୍ୟା କରିବା ସମୟରେ ବାପା ଘରେ ନଥିଲେ। ସକାଳ ୮ଟା ୩୦ରୁ ୧୧ଟା ମଧ୍ୟରେ ଛାତ୍ରୀଜଣଙ୍କ ଆତ୍ମହତ୍ୟା କରିଛନ୍ତି । ସକାଳ ୭ଟା ୩୦ରେ ଛାତ୍ରୀଙ୍କ ବାପା ଘରୁ ବାହାରକୁ ଯାଇଥିଲେ, ଦିନ ୧୧ଟା ୩୦ ରେ ଘରକୁ ଫେରିଥିଲେ ବୋଲି କହିଛନ୍ତି କେନ୍ଦ୍ରାପଡ଼ା ଏସପି ।
ଅନ୍ୟପଟେ ଥମୁନି ମହିଳାମାନଙ୍କ ଉପରେ ହିଂସା ଓ ଅତ୍ୟାଚାର । ବଳଙ୍ଗା, ବାଲେଶ୍ୱର ପରେ ଏବେ ମାହାଙ୍ଗାରେ କଲେଜ ଛାତ୍ରୀଙ୍କ ଉପରେ ଆକ୍ରମଣ । ମାରଣାସ୍ତ୍ରରେ ହାଣି ଲୁଟ୍ ଉଦ୍ୟମ କରି ଫେରାର ହୋଇଛନ୍ତି ଦୁର୍ବୁତ୍ତ , ଛାତ୍ରୀ ଜଣକ ଗୁରୁତର ଆହତ ଅବସ୍ଥାରେ କଟକ ସ୍ଥାନାନ୍ତର ହୋଇଥିବା ସୂଚନା । ଦୁର୍ବୁତ୍ତଙ୍କ ସହ ଲଢ଼େଇ କରି ନିଜ ଜୀବନ ବଞ୍ଚାଇଲେ ଛାତ୍ରୀ । ଏଭଳି ଘଟଣା ଘଟିଛି ମାହାଙ୍ଗା ଥାନା କୁହୁଣ୍ଡା ପଞ୍ଚାୟତ ବିରୂପା ନଦୀ ବନ୍ଧ ରାସ୍ତାରେ, ଛାତ୍ରୀ ଜଣକ ହେଉଛନ୍ତି କୁଆଁପାଳ ଜେ ଏନ କଲେଜର ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ ସୁଭସ୍ମିତା ସାହୁ । ଦୃର୍ବୁତ୍ତମାନେ ଛାତ୍ରୀଙ୍କ ଡାହାଣ ହାତ ବାହୁକୁ ହାଣିଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛାନ ଭିନ୍ ଆରମ୍ଭ କରିଛି ।