ରାଜଧାନୀରେ ବଢୁଛି ଅପରାଧ ; ରାତିସାରା କମିଶନରେଟ୍ ପୋଲିସର ପାଟ୍ରୋଲିଙ୍ଗ

ରାଜଧାନୀରେ ବଢିଚାଲିଛି ଅପରାଧ । କ୍ରାଇମ କଣ୍ଟ୍ରୋଲ ପାଇଁ କମିଶନରେଟ ପୁଲିସର ସ୍ୱତନ୍ତ୍ର ରଣନୀତି । କମିଶନରଙ୍କ ନେତୃତ୍ୱରେ ହେଲା ମାସ୍ ପାଟ୍ରୋଲିଂ । ଭୁବନେଶ୍ୱରର ସ୍ଥିତି ତଦାରଖ କଲା ଏକାଧିକ ପିସିଆର ଭ୍ୟାନ୍ ।

8CP

କନକ ବ୍ୟୁରୋ: ରାଜଧାନୀରେ ବଢିଚାଲିଛି ଅପରାଧ, କ୍ରାଇମ କଣ୍ଟ୍ରୋଲ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି କମିଶନରେଟ ପୁଲିସ । ବୁଧବାର ରାତିରେ ପୁଲିସ କମିଶନର ଏସ ଦେବଦତ୍ତ ସିଂଙ୍କ ନେତୃତ୍ୱରେ ରାଜଧାନୀରେ ମକଡ୍ରିଲ ଅନୁଷ୍ଠିତ ହୋଇଛି। ଏକକାଳୀନ ଏକାଧିକ ପିସିଆର ଭ୍ୟାନ ସାର ଭୁବନେଶ୍ୱର ବୁଲି ତଦାରଖ କରିଛନ୍ତି। 

ଆଡିସିନାଲ ସିପି ଉମାଶଙ୍କର ଦାଶ ଡିସିପି ପିନାକ ମିଶ୍ର , ପ୍ରତି ଜୋନର ଏସିପି ଓ ସମସ୍ତ ଥାନାର ଅଧିକାରୀ ମାନେ ଏଥିରେ ସାମିଲ ହୋଇଥିଲେ । ଅପରାଧିକ ମାମଲା ଉପରେ କଡା ନଜର ରଖିବ କମିଶନରେଟ ପୁଲିସ୍ । ଅପରାଧ ଘଟାଇଥିବା ଅପରାଧୀଙ୍କୁ ଆଇନ ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପୁଲିସ କମିଶନର ଏସ ଦେବଦତ୍ତ ସିଂ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe