କନକ ବ୍ୟୁରୋ: ରାଜଧାନୀରେ ବଢିଚାଲିଛି ଅପରାଧ, କ୍ରାଇମ କଣ୍ଟ୍ରୋଲ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି କମିଶନରେଟ ପୁଲିସ । ବୁଧବାର ରାତିରେ ପୁଲିସ କମିଶନର ଏସ ଦେବଦତ୍ତ ସିଂଙ୍କ ନେତୃତ୍ୱରେ ରାଜଧାନୀରେ ମକଡ୍ରିଲ ଅନୁଷ୍ଠିତ ହୋଇଛି। ଏକକାଳୀନ ଏକାଧିକ ପିସିଆର ଭ୍ୟାନ ସାର ଭୁବନେଶ୍ୱର ବୁଲି ତଦାରଖ କରିଛନ୍ତି।
ଆଡିସିନାଲ ସିପି ଉମାଶଙ୍କର ଦାଶ ଡିସିପି ପିନାକ ମିଶ୍ର , ପ୍ରତି ଜୋନର ଏସିପି ଓ ସମସ୍ତ ଥାନାର ଅଧିକାରୀ ମାନେ ଏଥିରେ ସାମିଲ ହୋଇଥିଲେ । ଅପରାଧିକ ମାମଲା ଉପରେ କଡା ନଜର ରଖିବ କମିଶନରେଟ ପୁଲିସ୍ । ଅପରାଧ ଘଟାଇଥିବା ଅପରାଧୀଙ୍କୁ ଆଇନ ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପୁଲିସ କମିଶନର ଏସ ଦେବଦତ୍ତ ସିଂ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/11/14/yOFYhOUYG63e4kJVnRRQ.jpg)