କନକ ବ୍ୟୁରୋ: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲବୋମା ବିସ୍ଫୋରଣ ଘଟଣା ଆପଣଙ୍କ ମନେଥିବ । ଆସନ୍ତା ୨୮ ତାରିଖରେ ଏ ଘଟଣାର ରାୟ ପ୍ରକାଶ ପାଇବ । ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍‌ ମେହେର ଏବେ ବି ଜେଲରେ । ତେଣୁ ଅଦାଲତ କ’ଣ ଦଣ୍ଡବିଧାନ କରିବେ ତା ଉପରେ ସମସ୍ତଙ୍କର ନଜର ରହିଛି । ତେବେ ତା ପୂର୍ବରୁ କନକ ନ୍ୟୁଜ୍‌ ହାତରେ ଲାଗିଛି ଚାଞ୍ଚଲ୍ୟକର ତଥ୍ୟ । ପୁଞ୍ଜିଲାଲକୁ ପୁଲିସ ଜେରା କରୁଥିବା ବେଳର ଏକ୍ସକ୍ଲ୍ୟୁସିଭ୍ ଖବର ଆମ ପାଖରେ ପହଞ୍ଚିଛି । ଯେଉଁଥିରେ ସବୁ ସତ ମାନିଛି ପୁଞ୍ଜିଲାଲ୍‌ । ଖାଲି ମାନିନାହିଁ ବରଂ କେମିତି ତିଆରି କରିଥିଲା ପାର୍ସଲବୋମା, ତାହାର ଡେମୋ ବି ଦେଖାଇଛି ଅଭିଯୁକ୍ତ ପୁଞ୍ଜିଲାଲ୍‌ । ତେବେ ଏହି ଭିଡିଓ ସର୍ବସାଧାରଣକୁ କେମିତି ଆସିଲା ତାହା ଆମକୁ ଜଣାନାହିଁ । ଏହି ଭିଡିଓର ସତ୍ୟାସତ୍ୟ ମଧ୍ୟ ଆମେ ଅନୁସନ୍ଧାନ କରିନାହୁଁ । ଭିଡିଓରୁ ଜଣାପଡୁଛି ଯେ, ପାଟଣାଗଡ ପାର୍ସଲ ବୋମା ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଏକ ଘରେ ବସିଛି ଏବଂ ତଦନ୍ତକାରୀ ଅଧିକାରୀଙ୍କ ଆଗରେ ପୂରା ଘଟଣା ସମ୍ପର୍କରେ ଗୋଟି ଗୋଟି କରି କହୁଛି । ତେଣୁ ଏହି ଭିଡିଓ ଏବଂ ଏଥିରେ ଥିବା ଅଡିଓକୁ ମଧ୍ୟ ଯାଞ୍ଚ କରି ଏହାର ସତ୍ୟାସତ୍ୟ ଯାଞ୍ଚ କରିବାର ଆବଶ୍ୟକତା ରହିଛି । 

Advertisment

ତଦନ୍ତ ଅଧିକାରୀ ଏବଂ ପୁଞ୍ଜିଲାଲ ଭିତରେ କଣ ହୋଇଛି କଥାବାର୍ତ୍ତା?

  • ତଦନ୍ତ ଅଧିକାରୀ-ଲୋକ ଖରାପ ନାହିଁ
  • ପୁଞ୍ଜିଲାଲ-କାମ ଖରାପ ତ..
  • ତଦନ୍ତ ଅଧିକାରୀ-ବିଶେଷ କରି ସେ ପିଲାର କ’ଣ ଦୋଷ ଥିଲା?
  • ପୁଞ୍ଜିଲାଲ-ମୁଁ ଜାଣୁଛି ସାର୍‌
  • ତଦନ୍ତ ଅଧିକାରୀ-ସେ ବୁଢ଼ୀ ଲୋକଟିର କ’ଣ ଦୋଷ ଥିଲା? ତା'ର ତ ବାପା କହୁଥିଲେ ମୋତେ, ସାର ମୋ ସ୍ତ୍ରୀ ସାଙ୍ଗରେ ଝଗଡ଼ା ଥିଲା । ମୋ ସ୍ତ୍ରୀକୁ ମାରିଦେଇଥାନ୍ତା । ମୋ ପୁଅ ନାଁରେ କାହିଁକି ପାର୍ସଲ ପଠାଉଥିଲା? ଏଇଟା ବି ଗୋଟେ କଥା କୁହ, ତମେ ତା ପୁଅ ନାଁରେ କାହିଁକି ପାର୍ସଲ ପଠାଉଥିଲ? ତା ମା’ ନାଁରେ ପଠାଇଲନି । ସେ ଖୋଲିକି ଦେଖିଥାନ୍ତା...
  • ପୁଞ୍ଜିଲାଲ-ମୁଁ ସାର୍ ଲେଖୁଲେଖୁ କ’ଣ ଲେଖିଦେଇଛି, ମୁଁ ଆଜ୍ଞା ଜାଣିନି
  • ତଦନ୍ତ ଅଧିକାରୀ-ସେଇଟା କାଇଁ କହୁଛ? ତମେ ଏତେ ବୁଦ୍ଧିମାନ ଲୋକ । ଏ କି କଥା ୟୁ ଟେଲ୍ ମି ।
  • ପୁଞ୍ଜିଲାଲ-ମୁଁ ଲେଖିଛି ସାର୍...
  • ତଦନ୍ତ ଅଧିକାରୀ-ୟୁ ଟେଲ୍ ମି । ଇଫ୍ ଇଓର ଟାର୍ଗେଟ ଇଜ୍ ଦ୍ୟାଟ୍ ଲେଡି, ହ୍ବାଏ ୟୁ ?
  • ପୁଞ୍ଜିଲାଲ-ମୁଁ ଟାର୍ଗେଟ କରିନଥିଲି ସାର୍
  • ତଦନ୍ତ ଅଧିକାରୀ-ତମେ ସେ ସ୍ତ୍ରୀ ଲୋକକୁ ଟାର୍ଗେଟ କରିଥାନ୍ତ

ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ଘଟଣାକ୍ରମ

  • ୨୦୧୮ ଫେବ୍ରୁଆରି ୨୩ର ଘଟଣା
  • ରିସେପ୍ସନ୍ ମଣ୍ଡପରେ ଫୁଟିଥିଲା ପାର୍ସଲ ବୋମା
  • ବିସ୍ଫୋରଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା
  • ନବ ବିବାହିତ ସୌମ୍ୟଶେଖର ସାହୁ ଓ ଜେଜେ ମା’ ଟଳି ପଡ଼ିଥିଲେ
  • ସୌମ୍ୟଙ୍କ ସ୍ତ୍ରୀ ରୀମାରାଣୀ ଏଥିରେ ଗୁରୁତର ହୋଇଥିଲେ
  • ପାଟଣାଗଡ଼ ପୁଲିସ ମାମଲାର ତଦନ୍ତ ଆରମ୍ଭ କରିଥିଲା
  • ପରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ସରକାର
  • ୨୦୧୮ ଏପ୍ରିଲ ୨୫ ତାରିଖରେ ପୁଞ୍ଜିଲାଲ୍‌ ମେହେର ଗିରଫ
  • ଭଇଁଷା କଲେଜ ଅଧ୍ୟାପକ ପୁଞ୍ଜିଲାଲ୍‌ ଏହା ପଠାଇଥିଲା
  • ସେ ମୁଖ୍ୟ ଓ ଏକମାତ୍ର ଅଭିଯୁକ୍ତ ବୋଲି ଦର୍ଶାଯାଇଥିଲା
  • ପାଟଣାଗଡ଼ ଅତିରିକ୍ତ ଦୌରାଜଜ୍ କୋର୍ଟରେ ମାମଲା
  • ଆସନ୍ତା ୨୮ରେ ଆସିବ ଚୂଡ଼ାନ୍ତ ରାୟ