କନକ ବ୍ୟୁରୋ: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଆସିଛି ରାୟ ।  ୭ ବର୍ଷର ନ୍ୟାୟିକ ତଦନ୍ତ ପରେ ରାୟ ପ୍ରକାଶ ପାଇଛି ।  ମାମଲାର ଏକମାତ୍ର ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ପାଟଣାଗଡ଼ ADJ କୋର୍ଟ ।  ୬୨ ଜଣଙ୍କ ସାକ୍ଷ୍ୟଗ୍ରହଣ ସହ ପକ୍ଷ ଓ ପ୍ରତିପକ୍ଷଙ୍କ ଜୋରଦାର ଯୁକ୍ତିତର୍କ ପରେ ମେ ୧୪ରେ ଶୁଣାଣି ଶେଷ ହୋଇଥିଲା । ଆଉ ଆଜି(ବୁଧବାର) ଦୋଷୀ ସାବ୍ୟସ୍ତ ହୋଇଛି ପୁଞ୍ଜିଲାଲ । ରାୟ ଶୁଣାଣି ବେଳେ ପୁଞ୍ଜିଲାଲ କୋର୍ଟରେ ଉପସ୍ଥିତ ଥିଲା । ପୁଞ୍ଜିଲାଲ ମେହେରଙ୍କ ସ୍ତ୍ରୀ ଓ ପୁଅ, ମୃତ ସୌମ୍ୟଶେଖରଙ୍କ ବାପା ମାଆଙ୍କ ଉପସ୍ଥିତରେ ରାୟ ଶୁଣାଇଛନ୍ତି ପାଟଣାଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜର୍ଜ  । ଆଜୀବନ ଦଣ୍ଡାଦେଶ ସହ ବିଭିନ୍ନ ଧାରାରେ ଲକ୍ଷେ ୪୦  ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି କୋର୍ଟ  ।
 
ସାମ୍ନାକୁ ଆସିଲା ବହୁଚର୍ଚ୍ଚିତ ଚିଠି
ନିଜ ଜାଲରେ ନିଜେ ଫସିଲା ପୁଞ୍ଜିଲାଲ୍‌ 

Advertisment

ବିବାହକୁ ମାତ୍ର ଦିନ ୪ଟା ପୂରି ନଥିବା ବେଳେ ଆଖି ସାମ୍ନାରେ ଉଜୁଡି ଯାଇଥିଲା ପାଟଣାଗଡର ସୁନାର ସଂସାର । ମୃତ ସୌମ୍ୟଶେଖରଙ୍କ ମାଆଙ୍କ ସହ ବିବାଦ ପରେ ବଲାଙ୍ଗୀର ଭଇଁସା କଲେଜର ଇଂରାଜି ଅଧ୍ୟାପକ ପୁଞ୍ଜିଲାଲ ମେହେର ପ୍ରତିଶୋଧ ନେବାକୁ ଏଭଳି ଅମାନବୀୟ କାଣ୍ଡ କରିଥିଲା ।  ଏବେ କୋର୍ଟଙ୍କ ରାୟ ପ୍ରକାଶ ପରେ ସାମ୍ନାକୁ ଆସିଛି ସେହି ଚର୍ଚ୍ଚିତ ଚିଠି । ନିଜକୁ ଚାଲାକ ଭାବି ଯେଉଁ ଚିଠି ଏସପିଙ୍କ ନିକଟକୁ ଲେଖିଥିଲା, ସେହି ଚିଠି ତାକୁ ଫସାଇ ଦେଇଥିଲା । କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରିଥିଲା । ସେତେବେଳେ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କ ହାତରେ ଚିଠି ଲାଗିବା ପରେ ସାମ୍ନାକୁ ଆସିଛି ପୁଞ୍ଜିଲାଲର ଅସଲ ଚେହେରା । କୋର୍ଟଙ୍କ ରାୟ ଆସିବା ପରେ ଆଶ୍ୱସ୍ତ ଅଛନ୍ତି ମୃତ ସୌମ୍ୟଶେଖରଙ୍କ ପରିବାର । ଦୋଷୀ ପୁଞ୍ଜିଲାଲ ଉପରକୋର୍ଟ ଗଲେ ସୌମ୍ୟଶେଖରଙ୍କ ପରିବାର ଲୋକେ ବି ଉପର କୋର୍ଟ ଯିବେ ବୋଲି କହିଛନ୍ତି ।