ବିବାଦରେ ପାଟଣାଗଡ଼ କଂସ ରବିନ୍ଦ୍ର ସାହୁଙ୍କ ବୟାନ ; ଧନୁଯାତ୍ରା ଶେଷ ସଂଧ୍ୟାରେ କହିଲେ ବିଶ୍ୱ ପ୍ରସିଦ୍ଧ ନୁହେଁ ବରଗଡ଼ ଧନୁଯାତ୍ରା

Advertisment

ପାଟଣାଗଡ ଧନୁଯାତ୍ରା ମହୋତ୍ସବରେ ମହାରାଜ କଂସଙ୍କ ବିସ୍ଫୋକର ବୟାନ । ମଞ୍ଚ ଉପରେ କହିଛନ୍ତି ବିଶ୍ୱ ପ୍ରସିଦ୍ଧ ନୁହେଁ ବରଗଡ ଧନୁଯାତ୍ରା । ଚଳିତ ବର୍ଷର କଳାକାର ଚୟନ ପ୍ରକ୍ରିୟାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପାଟଣାଗଡ଼ର କଂସ ମହାରାଜ । କହିଛନ୍ତି,ଯେଉଁ ଯାତ୍ରା ପାଇଁ ଜିଲ୍ଲାଭିତିକ କଳାକାର ଚୟନ କରାଯାଏ, ସେ ଧନୁଯାତ୍ରା କେବେ ବିଶ୍ୱ ପ୍ରସିଦ୍ଧ ନୁହେଁ ।

baragada

baragada Photograph: (KanakNews )

କନକ ବ୍ୟୁରୋ : ପାଟଣାଗଡ ଧନୁଯାତ୍ରା ମହୋତ୍ସବରେ ମହାରାଜ କଂସଙ୍କ ବିସ୍ଫୋକର ବୟାନ । ମଞ୍ଚ ଉପରେ କହିଛନ୍ତି ବିଶ୍ୱ ପ୍ରସିଦ୍ଧ ନୁହେଁ ବରଗଡ ଧନୁଯାତ୍ରା । ଚଳିତ ବର୍ଷର କଳାକାର ଚୟନ ପ୍ରକ୍ରିୟାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପାଟଣାଗଡ଼ର କଂସ ମହାରାଜ । କହିଛନ୍ତି,ଯେଉଁ ଯାତ୍ରା ପାଇଁ ଜିଲ୍ଲାଭିତିକ କଳାକାର ଚୟନ କରାଯାଏ, ସେ ଧନୁଯାତ୍ରା କେବେ ବିଶ୍ୱ ପ୍ରସିଦ୍ଧ ନୁହେଁ । ସାମ୍ୱାଦିକମାନେ ଏହାକୁ ନେଇ ଖବର ପରିବେଶଣ କରିବା ପାଇଁ ଆହ୍ୱାନ ଦେଇଛନ୍ତି ମହାରାଜ କଂସ ।

୧୨ ବର୍ଷ ହେଲା ପାଟଣାଗଡ଼ର ମୁକ୍ତାକାଶ ରଙ୍ଗମଂଚରେ ମଞ୍ଚସ୍ଥ ହେଉଛି ଧନୁଯାତ୍ରା । ସାତ ଦିନର ଏହି ଯାତ୍ରାରେ ଅଭିନୟ କରୁଛନ୍ତି ବଛାବଛା କଲାକାର । ପାଟଣାଗଡ ସହାର ଠାରୁ ୫ କିଲୋମିଟର ଦୂର ଉଲୁବା ଗାଁ ଗୋପପୁର ପାଲଟିଯାଏ । ମଥୁରାନଗରିର ଭୂମିକା ନିର୍ବାହ କରେ ପାଟଣାଗଡ଼ । ଚଳିତ ବର୍ଷ ଧନୁଯାତ୍ରାର ଶେଷ ଦିନରେ ପାଟଣାଗଡ ଉପଜିଲ୍ଲପାଙ୍କ ଉପସ୍ଥିତିରେ ବହୁ କଳାକାରଙ୍କୁ ସମ୍ବାନିତ କରାଯାଇଛି । ସେହି ମଂଚରେ କଂସ ଭୂମିକାରେ ଅଭିନୟ କରୁଥିବା ରବିନ୍ଦ୍ର ସାହୁ, ବରଗଡ଼ ଧନୁଯାତ୍ରାକୁ ନେଇ ଦେଇଥିବା ବୟାନ ଏବେ ପଶ୍ଚିମଓଡ଼ିଶାରେ କମ୍ପନ ସୃଷ୍ଟି କରିଛି । ବରଗଡରେ ପାତରଅନ୍ତର ନୀତି ଅଛି । କଳାକାର ଚୟନ କ୍ଷେତ୍ରରେ ସରକାର ନିଜେ ଧ୍ୟନ ଦେଲେ ବରଗଡରେ ଆହୁରି ଭଲଭଲ କଳାକାର ଅଭିନୟ କରିବାର ସୁଯୋଗ ପାଇପାରନ୍ତେ କୁହାଯାଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe