Photograph: (KANAKNEWS)
କନକ ବ୍ୟୁରୋ : ବାହାର ଠିକାଦାରଙ୍କୁ ବିରୋଧ । ପାଟଣାଗଡ ଠିକାଦାର ସଂଘର ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି । ବାହାର ଠିକାଦାରଙ୍କୁ ପାଟଣାଗଡ ଉପଖଣ୍ଡରେ କାମ କରିବାକୁ ମନା । ପାଟଣାଗଡ ଉପଖଣ୍ଡରେ ବାହାର ଠିକାଦାର ଆସି ବହୁ ଉଚ୍ଚ ରେଟରେ ଟେଣ୍ଡର ପକାଇ କାମ ନିମ୍ନ ମାନର କରୁଥିବା ଅଭିଯୋଗ ହୋଇଛି କିନ୍ତୁ ସ୍ଥାନୀୟ ଠିକାଦାର ମାନେ କାମ ନ ପାଇ ବହୁ ଅସୁବିଧାର ସମୁଖ୍ଖୀନ ହେଉଛନ୍ତି ।
ଅଧିକ ପଢନ୍ତୁ : ମୟୂରଭଞ୍ଜରେ ଜିଲ୍ଲା ଠିକାଦାର ସଂଘର ମନମାନୀ, ପୋଷ୍ଟର୍ ଲଗାଇ ବାହାର ଜିଲ୍ଲାର ଠିକାଦାରଙ୍କୁ ଟେଣ୍ଡରରେ ଭାଗ ନନେବାକୁ ଚେତାବନୀ
ତେଣୁ ବାହାର ଠିକାଦାର ଆସିଲେ ସଂଘ କାମ କରାଇ ଦେବେ ନାହିଁ ବୋଲି କଡା ନିଷ୍ପତ୍ତି ନେଇଛନ୍ତି । ପାଟଣାଗଡ ପୂର୍ତ୍ତ ଡାକ ବଙ୍ଗଳା ଠାରେ ପାଟଣାଗଡ ଉପଖଣ୍ଡର ବେଲପଡ଼ା ଖପରାଖୋଲ ପାଟଣାଗଡ ସମସ୍ତ ଉପଖଣ୍ଡର ଠିକାଦାର ମାନେ ଏକଜୁଟ ହୋଇ ଠିକାଦାର ସଂଘର ନୂତନ କର୍ମ କର୍ତ୍ତା ଚୟନ କରିଛନ୍ତି । ପ୍ରବୀଣ କୁଅଁର ସଭାପତି ଓ ଉମାକାନ୍ତ ଦରୁଆନ ସମ୍ପାଦକ ଭାବେ ମନୋନୀତ ହେବା ପରେ ଏଭଳି ଆହ୍ବାନ ଦେଇଛନ୍ତି ।
Follow Us