କନକ ବ୍ୟୁରୋ : ବିହାର ରାଜନୀତିକୁ ନେଇ ଥମୁନି ଚର୍ଚ୍ଚା । ନିଇତି କିଛି ନା କିଛି ଟ୍ବିଷ୍ଟ ଆସୁଛି ଗଣମାଧ୍ୟମକୁ । ଏହାରି ଭିତରେ ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କ ନୂଆନୂଆ ରାଜନୀତିରେ ଯୋଗ ଦେଇଥିବା ବେଳେ ନୂଆନୂଆ କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ଯୋଗ ଦେଉଛନ୍ତି ଅନେକ ଯୁବନେତା । ତେବେ ସେମାନଙ୍କ ମଧ୍ୟରୁ କିଏ କେତେ ପାଠ ପଢିଛନ୍ତି ତାହାକୁ ନେଇ ବି ଚର୍ଚ୍ଚା ଜୋର । ଖାସ କରି ନୀତିଶଙ୍କ ପୁଅ ନିଶାନ୍ତ କୁମାର ଏବେ ପଲଟିକାଲ ପାର୍ଟିରେ ଏଣ୍ଟ୍ରି ମାରିବାକୁ ଯାଉଛନ୍ତି । ତେଣୁ କେତେ ପାଠ ପଢିଛନ୍ତି ଚର୍ଚ୍ଚା ହେବା ସ୍ବାଭାବିକ । କୁହାଯାଉଛି କି, କେନ୍ଦ୍ରମନ୍ତ୍ରୀ ଚିରାଗ, ଲାଲୁଙ୍କ ପୁଅଙ୍କ ପରି ନୀତିଶ କୁମାରଙ୍କ ପୁଅ ବି ରାଜନୀତିରେ ଖୁବଶୀଘ୍ର ଯୋଗ ଦେବେ ବୋଲି ଜାତୀୟ ଗଣମାଧ୍ୟମରେ ଭାରି ଚର୍ଚ୍ଚା । 

Advertisment

ଯଦି ରାଜନୀତି କରନ୍ତି ନିଶାନ୍ତ
ତାଙ୍କ ସାମ୍ନାରେ କି ଚ୍ୟାଲେଞ୍ଜ ରହିବ

ରାଜନୀତିର ଗଣିତ କଷିବା କିଛି ସହଜ ନୁହେଁ, ତାହା ପୁଣି ବିହାର ରାଜନୀତି । ଯେଉଁଠି ପ୍ରତିଦିନ ପାରା ବଢେ । ବର୍ଷ ଶେଷକୁ ବିଧାନସଭା ନିର୍ବାଚନ ହେଉଥିବାରୁ ସବୁ ରାଜନୈତିକ ଦଳ ରଣନୀତି ପ୍ରସ୍ତୁତ କରୁଛନ୍ତି । ଏମିତି ସ୍ଥିତିରେ ନୀତିଶଙ୍କ ପୁଅ ରାଜନୀତି ମୈଦାନକୁ ଆସିଲେ ତାଙ୍କ ପାଇଁ ଅନେକ ଚ୍ୟାଲେଞ୍ଜ ରହିବ ବୋଲି କୁହାଯାଉଛି । କାରଣ ବିହାର ରାଜନୀତିରେ ଗଣିତ କଷିବାରେ ତେଜସ୍ବୀ, ତେଜ ପ୍ରତାପ ଓ ଚିରାଗ ମାହିର । ଗୁରୁତ୍ବପୂର୍ଣ୍ଣ କଥା ହେଲା, ନିଶାନ୍ତ, ଚିରାଗ ଓ ତେଜସ୍ବୀ ତିନି ଜଣ ପୁରୁଖା ନେତାଙ୍କ ପୁଅ । ତେଣୁ କିଏ କେମିତି ରାଜନୀତି କରୁଛି ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । 

ନୀତିଶ-ତେଜସ୍ବୀଙ୍କ ମଧ୍ୟରେ ଫାଇଟ୍‌
ଜଣେ ସିଏମ ଆଉ ଜଣେ ଏଲଓପି

୨୦୨୦ ନିର୍ବାଚନରେ ବିହାରରେ ନିର୍ବାଚନ ହୋଇଥିଲା । ପରେ ପରେ ଆରଜେଡି ସହ ମିଶି ପ୍ରାୟ ୧୭ ମାସ ସରକାର କରିଥିଲେ ନୀତିଶ । କିନ୍ତୁ ମନମାଳିନ୍ୟ ହେତୁ ନୀତିଶ ଆରଜେଡିରୁ ଓହରି ଆସି ଏନଡିଏ ସହ ସାମିଲ ହେଲେ ଓ ନୂଆ ସରକାର ଗଠନ କଲେ । ସେବେଠାରୁ ନୀତିଶ ଓ ତେଜସ୍ବୀଙ୍କ ମଧ୍ୟରେ ସମ୍ପର୍କରେ ଫାଟି ଆସିଛି । ଏହାରି ଭିତରେ ତେଜସ୍ବୀ ରାଜନୀତିକୁ ଆସିବାକୁ ପ୍ରାୟ ୧୦ ବର୍ଷ ବିତିଗଲାଣି । ତେଣୁ ତାଙ୍କର ରାଜନୈତିକ ପରିପକ୍ବ ବି ଆସିଗଲାଣି । ବର୍ତ୍ତମାନ ସମୟର ବିରୋଧୀ ଦଳ ନେତା ତେଜସ୍ବୀ ଆଗାମୀ ନିର୍ବାଚନରେ ଆରଜେଡିର ମୁଖ୍ୟମନ୍ତ୍ରୀ ଚେହେରା ବୋଲି କୁହାଯାଉଛି । ସେପଟେ ଚିରାଗ ବି ଗତ ବିଧାନସଭା ନିର୍ବାଚନରୁ ବେଶ ଚର୍ଚ୍ଚାରେ ଅଛନ୍ତି । ଏବେ ପୁଣି ସେ କେନ୍ଦ୍ରରେ ମନ୍ତ୍ରୀ ଅଛନ୍ତି । ୧୫ ବର୍ଷ ହେଲାଣି ବିହାର ରାଜନୀତିକୁ ସେ ଅତି ପାଖରୁ ଦେଖିଛନ୍ତି । 

ନୀତିଶଙ୍କ ରାଜନୈତିକ ଦକ୍ଷତା
ପ୍ରଭାବିତ ହେବେ ନିଶାନ୍ତ

ନିଶାନ୍ତ ଏବେ ପ୍ରତ୍ୟକ୍ଷ ଭାବରେ ରାଜନୀତିକୁ ଆସିନାହାନ୍ତି । ହେଲେ ବାପା ମୁଖ୍ୟମନ୍ତ୍ରୀ ଥିବାରୁ ରାଜନୈତିକ ଛିଟା ତାଙ୍କ ରକ୍ତରେ ଅଛି । ଘରେ ବାରମ୍ବାର ଆଲୋଚନା ହେଉଥିବା କାରଣରୁ ସେ ବି ରାଜନୀତିକୁ ଭଲରେ ବୁଝନ୍ତି । କଥା ହେଲା ନୀତିଶଙ୍କୁ ନେଇ କେବଳ ବିହାର ରାଜନୀତିରେ ନୁହେଁ ବରଂ ପୁରା ଦେଶରେ ଚର୍ଚ୍ଚା ହୁଏ । କାରଣ ରାଜନୀତିରେ ସେ ପୋଖତ ଖିଲାଡ଼ି । ଚର୍ଚ୍ଚା ଅନୁସାରେ, ନୀତିଶ ଏବେ ପୁଅକୁ ରାଜନୀତିକୁ ଆଣିବାକୁ ଇଚ୍ଛା କରୁନାହାନ୍ତି ହେଲେ ଦଳର ଅନେକ ନେତା ଓ କର୍ମୀ ଯୁବ ନେତୃତ୍ବକୁ ସାମ୍ନାକୁ ଆଣିବାକୁ ପ୍ରୟାସ କରୁଛନ୍ତି । 

ତେଜସ୍ବୀ, ଚିରାଗ ଓ ନିଶାନ୍ତ :  କିଏ ପଢିଛନ୍ତି କେତେ ପାଠ ?

ନିର୍ବାଚନ ପାଖେଇ ଆସିଲେ ସାଧାରଣତଃ ନେତାଙ୍କୁ ନେଇ ଚର୍ଚ୍ଚା ଚାଲେ । କାହାର କେତେ ସମ୍ପତ୍ତି ଅଛି, କାହାର ଯୋଗ୍ୟତା କେତେ ଏନେଇ ବି ଆଲୋଚନା ହୁଏ । ଏବେ ୩୫ ବର୍ଷୀୟ ତେଜସ୍ବୀଙ୍କ ଶୀକ୍ଷାକୁ ନେଇ ଯଦି ତର୍ଜମା କରିବେ ତାହାଲେ ନବମ ପର୍ଯ୍ୟନ୍ତ ସେ ପାଠ ପଢିଛନ୍ତି । ଦିଲ୍ଲୀ ପବ୍ଲିକ୍‌ ସ୍କୁଲରେ ପାଠ ପଢୁଥିବା ବେଳେ ଅଧାରୁ କିନ୍ତୁ ସେ ପାଠ ଛାଡିଥିଲେ । ରାଜନୀତିରେ ଆସିବା ପୂର୍ବରୁ କ୍ରିକେଟ୍‌ରେ ସେ କ୍ୟାରିୟର ଗଢିବାକୁ ଚେଷ୍ଟା କରିଥିଲେ । କୁହାଯାଉଛି କି କ୍ରିକେଟ୍‌ ଲାଗି ସେ ଅଧାରୁ ପାଠପଢା ଛାଡ଼ିଥିଲେ । ସେପଟେ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ କମ୍ପ୍ୟୁଟର ଇଞ୍ଜିନିୟରିଂରେ ବିଟେକ୍‌ ଡିଗ୍ରୀ ହାସଲ କରିଛନ୍ତି । ବୁନ୍ଦେଲଖଣ୍ଡ ୟୁନିଭର୍ସିଟି ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟରିଂ ଏଣ୍ଡ ଟେକ୍ନଲୋଜିରୁ ସେ ଏହି ଡିଗ୍ରୀ ହାସଲ କରିଛନ୍ତି । ଖାଲି ଏତିକି ନୁହେଁ ବରଂ ଚିରାଗ ଫେଶନ ଡିଜାଇନିଂର କୋର୍ସ ମଧ୍ୟ କରିଛନ୍ତି । ୨୦୦୩ ମସିହାରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଆପେନ୍‌ ସ୍କୁଲିଂରୁ ଦଶମ ଓ ଦ୍ବାଦଶ ପାଠ ପଢିଥିଲେ । ସେହିପରି ନୀତିଶଙ୍କ ପୁଅ ନିଶାନ୍ତ ବିଆଇଟି ମେସ୍ରାରୁ ଗ୍ରାଜୁଏଟେ ହୋଇଛନ୍ତି । ପରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରୁ ବିଟେକ୍‌ ଡିଗ୍ରୀ ହାସଲ କରିଛନ୍ତି । 

ତିନି ପୁଅଙ୍କୁ ନେଇ କଣ କୁହନ୍ତି ପରିବାର 

ନୀତିଶଙ୍କ ପୁଅ ବର୍ତ୍ତମାନ ସୁଦ୍ଧା ରାଜନୀତିରେ ଆସିନାହାନ୍ତି । ରାଜନୀତିରେ ସାମିଲ ହେବାକୁ ସେ ରୁଚି ମଧ୍ୟ ରଖନ୍ତି ନାହିଁ । କିନ୍ତୁ ଏହାପରେ ବି ସେ ରାଜନୀତିରେ ସାମିଲ ହେଲେ ଭଲ କରିବେ ବୋଲି କହିଛନ୍ତି ତାଙ୍କ ସମର୍ଥକ । ମୋଟ୍‌ ଉପରେ ବିହାର ରାଜନୀତିରେ ଘଡ଼ିକେ ଘୋଡା ଛୁଟୁଛି । ତେଣୁ ସମୟ କହିବ ବିହାରର ପଲଟିକାଲ ଡ୍ରାମାର ଏଣ୍ଡ କେବେ ହେଉଛି ।