କନକ ବ୍ୟୁରୋ: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ସାକ୍ଷ୍ୟ ଦେଲେ ଆଇପିଏସ ଅରୁଣ ବୋଥ୍ରା । ପାଟଣାଗଡ଼ କୋର୍ଟରେ ହାଜର ହୋଇ ତତ୍କାଳୀନ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା ୬୦ ନମ୍ବର ସାକ୍ଷୀ ଭାବେ ସାକ୍ଷ୍ୟ ପ୍ରଦାନ କରିଛନ୍ତି । ମାମଲାର ଶୁଣାଣି ସମୟରେ କେମିତି ଅଭିଯୁକ୍ତି ପୁଞ୍ଜିଲାଲ ମେହେର ପାର୍ସଲ ବୋମା ତିଆରି କରିଥିଲା କୋର୍ଟରେ ତାହାର ଡେମୋଗ୍ରାଫି ଦେଖାଇଛନ୍ତି । ଗତ ସେପ୍ଟେମ୍ୱର ୩ରେ ଅରୁଣ ବୋଥ୍ରାଙ୍କ ସାକ୍ଷ୍ୟ ଗ୍ରହଣ ତାରିଖ ଥିଲା । କିନ୍ତୁ ପୁଞ୍ଜିଲାଲଙ୍କ ଓକିଲ ବୋମା ତିଆରିର ଡେମୋଗ୍ରାଫି କୋର୍ଟରେ ନକରିବା ପାଇଁ ଆବେଦନ କରିବାରୁ ଅରୁଣ ବୋଥ୍ରାଙ୍କ ସାକ୍ଷ୍ୟ ପ୍ରଦାନ ସଂପୂର୍ଣ୍ଣ ହୋଇପାରିନଥିଲା । କୋର୍ଟ ଡେମୋ ଦେଖାଇବାକୁ ଆଦେଶ ଦେବା ପରେ ଅରୁଣ ବୋଥ୍ରା ପୁଂଜିଲାଲ କେମିତି ବୋମା ତିଆରି କଲା ତାର ପୁରା ଭିଡିଓ ଡେମୋ ବିଚାରପତିଙ୍କୁ ଦେଖାଇଥିଲେ । ଉଭୟ ପକ୍ଷ ଓକିଲଙ୍କ ଉପସ୍ଥିତିରେ ଡେମୋ ଦେଖାଇଥିଲା କ୍ରାଇମବ୍ରାଞ୍ଚ ।