ବଦଳିବ ବିହାର ରାଜନୀତିର ସମୀକରଣ, ରାଜ୍ୟସଭା ଯିବେ ନୀତିଶ କୁମାର, ପଢ଼ନ୍ତୁ କିଏ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ

Advertisment

ଯଦି ନୀତୀଶ କୁମାର ରାଜ୍ୟସଭା ଯାଉଛନ୍ତି ତ ପୁଣି କିଏ ହେବ ବିହାରର ମୁଖ୍ୟମନ୍ତ୍ରୀ ତା ଉପରେ ସମସ୍ତଙ୍କ ନଜର ରହିଛି । କିଛି ବିଶ୍ଳେଷକ କହୁଛନ୍ତି କି, ବିଜେପି ମୁଖ୍ୟମନ୍ତ୍ରୀ ପଦ ହାତେଇ ନେଇ ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦେଇପାରେ । ଏହାରି ମଧ୍ୟରେ ଜେଡିୟୁର ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ସଂଜୟ ଝା ଦିଲ୍ଲୀରୁ ଆସି ପାଟନାରେ ପହଂଚିଛନ୍ତି ।

ଯଦି ନୀତୀଶ କୁମାର ରାଜ୍ୟସଭା ଯାଉଛନ୍ତି ତ ପୁଣି କିଏ ହେବ ବିହାରର ମୁଖ୍ୟମନ୍ତ୍ରୀ ତା ଉପରେ ସମସ୍ତଙ୍କ ନଜର ରହିଛି । କିଛି ବିଶ୍ଳେଷକ କହୁଛନ୍ତି କି, ବିଜେପି ମୁଖ୍ୟମନ୍ତ୍ରୀ ପଦ ହାତେଇ ନେଇ ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦେଇପାରେ । ଏହାରି ମଧ୍ୟରେ ଜେଡିୟୁର ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ସଂଜୟ ଝା ଦିଲ୍ଲୀରୁ ଆସି ପାଟନାରେ ପହଂଚିଛନ୍ତି ।

5c

କନକ ବ୍ୟୁରୋ : ବିହାର ରାଜନୀତିକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ମୁଖ୍ୟମନ୍ତ୍ରୀ ଥିବା ନୀତୀଶ କୁମାର ଆସନ୍ତା କାଲି ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଭରିବେ । ସୂତ୍ର ସୂଚନା ମୁତାବକ ଏନେଇ ନିଷ୍ପତ୍ତି ହୋଇସାରିଛି । ହେଲେ ଏପର୍ଯ୍ୟନ୍ତ ଜେଡିୟୁ ତରଫରୁ ଏନେଇ କୌଣସି ଘୋଷଣା କରାଯାଇନାହିଁ । ଯଦି ନୀତୀଶ କୁମାର ରାଜ୍ୟସଭା ଯାଉଛନ୍ତି ତ ପୁଣି ବିହାର ରାଜନୀତିରେ ବଡ଼ ଅଦଳବଦଳ ଦେଖିବାକୁ ମିଳିବ । ଏହାକୁ ନେଇ ଏବେ ବିହାର ଠାରୁ ଦିଲ୍ଲୀ ଜୋରଦାର ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ବିଶ୍ଳେଷକମାନେ ଭିନ୍ନ ଭିନ୍ନ ମତ ଦେଉଛନ୍ତି । ଏବେ କେବଳ ଜେଡିୟୁର ଘୋଷଣାକୁ ଅପେକ୍ଷା କରାଯାଇଛି । 

ଅଧିକ ପଢ଼ନ୍ତୁ : ନୀତୀଶ କୁମାରଙ୍କ ପ୍ରେମ କାହାଣୀ; ଅଧ ରାତିରେ ବାହାରିଥିଲେ ବାଇକ୍ ଧରି...

ଯଦି ନୀତୀଶ କୁମାର ରାଜ୍ୟସଭା ଯାଉଛନ୍ତି ତ ପୁଣି କିଏ ହେବ ବିହାରର ମୁଖ୍ୟମନ୍ତ୍ରୀ ତା ଉପରେ ସମସ୍ତଙ୍କ ନଜର ରହିଛି । କିଛି ବିଶ୍ଳେଷକ କହୁଛନ୍ତି କି, ବିଜେପି ମୁଖ୍ୟମନ୍ତ୍ରୀ ପଦ ହାତେଇ ନେଇ ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦେଇପାରେ । ଏହାରି ମଧ୍ୟରେ ଜେଡିୟୁର ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ସଂଜୟ ଝା ଦିଲ୍ଲୀରୁ ଆସି ପାଟନାରେ ପହଂଚିଛନ୍ତି । ସେ ନୀତୀଶ କୁମାରଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି । ଏହାସହ କେନ୍ଦ୍ରମନ୍ତ୍ରୀ ରାଜୀବ ରଂଜନ ସିଂ ମଧ୍ୟ ପାଟନା ଆସୁଛନ୍ତି ବୋଲି କୁହାଯାଉଛି । 

ବିହାରରେ ୫ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ଜେଡିୟୁର ଦ୍ୱିତୀୟ ଆସନ ପାଇଁ ପ୍ରାର୍ଥୀକୁ ନେଇ ଏବେ ବି ମନ୍ଥନ ଜାରି ରହିଛି । ସେପଟେ ବିଜେପି ୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି । ସେପଟେ ଆରଜେଡି ଗୋଟିଏ ଆସନରେ ନିର୍ବାଚନ ଲଢ଼ିବାକୁ ଥିବା ବେଳେ କୁହାଯାଉଛି କି, ଆରଜେଡି ନେତା ତେଜସ୍ୱୀ ଯାଦବ ପ୍ରାର୍ଥୀ ହୋଇପାରନ୍ତି । ସେ ଏବେ ରାଘବପୁର ଆସନରୁ ବିଧାୟକ ଅଛନ୍ତି । ଏହାସହ ବିହାର ବିଧାନସଭାରେ ସେ ବିରୋଧୀଦଳ ନେତା ମଧ୍ୟ ଅଛନ୍ତି । କୁହାଯାଉଛି କି, ତେଜସ୍ୱୀ ଯାଦବ ଏହି ରାଘବପୁର ଆସନ ତାଙ୍କ ପତ୍ନୀଙ୍କୁ ଛାଡ଼ି ପାରନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe