ଖାନ୍ ସାରଙ୍କୁ ପଚାରିଲେ ତେଜସ୍ବୀ ‘ବାହା କେବେ ହେଲ?’ ଆସିଲା ଏମିତି ଉତ୍ତର , ଭାଇରାଲ୍ ହେଉଛି ଭିଡିଓ

ପଟନାର ଶିକ୍ଷକ ତଥା ୟୁଟ୍ୟୁବ୍ ଏଜୁକେଟର୍ ଖାନ୍ ସାରଙ୍କ ବିବାହ ରିସେପ୍ସନରେ ଅନେକ ନାମୀଦାମୀ ଚେହେରା ନଜର ଆସିଥିଲେ । ଯେଉଁଥିରେ ତେଜସ୍ବୀ ଯାଦବ ମଧ୍ୟ ସାମିଲ ହୋଇଥିଲେ ।

ଅଦ୍ୟତନ ହୋଇଛି
KhanSir

KhanSir Photograph: (google)

କନକ ବ୍ୟୁରୋ : ବର୍ତ୍ତମାନ ବିହାରର ଗଳିକନ୍ଦିରୁ ଆରମ୍ଭ କରି ସୋସିଆଲ୍ ମିଡିଆ ପର୍ଯ୍ୟନ୍ତ ସବୁଠି ଗୋଟିଏ ଚର୍ଚ୍ଚା ଖାନ୍ ସାରଙ୍କ ବିବାହ । ପାଟନାର ଶିକ୍ଷକ ତଥା ୟୁଟ୍ୟୁବ୍ ଏଜୁକେଟର୍ ଖାନ୍ ସାରଙ୍କ ବିବାହ ରିସେପ୍ସନରେ ଅନେକ ନାମୀଦାମୀ ଚେହେରା ନଜର ଆସିଥିଲେ । ଯେଉଁଥିରେ ତେଜସ୍ବୀ ଯାଦବ ମଧ୍ୟ ସାମିଲ ହୋଇଥିଲେ । ତେଜସ୍ବୀ ଖାନ୍ ସାରଙ୍କୁ ବିବାହର ଅଭିନନ୍ଦନ ଜଣାଇଥିଲେ । ତେବେ ଏହାରି ଭିତରେ ଦୁହିଁଙ୍କ ଭିତରେ ହୋଇଥିବା କଥାବାର୍ତ୍ତାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଯେଉଁଥିରେ ତେଜସ୍ବୀ ଯାଦବ ଖାନ୍ ସାରଙ୍କୁ ପଚାରୁଛନ୍ତି ଯେ ‘ବାହା କେବେ ହେଲ?’ ତେଜସ୍ବୀଙ୍କ ପ୍ରଶ୍ନରେ ହସି ହସି ଖାନ୍ ସାର୍ କହିଲେ ‘ଯେତେବେଳେ ଭାରତ-ପାକିସ୍ତାନ ଯୁଦ୍ଧ ଚାଲିଥିଲା , ସେତେବେଳେ ବାହା ହୋଇଗଲି । ଆପଣଙ୍କ ମଡେଲକୁ ହିଁ କପି କରିଦେଲି ସାର୍ ।’ ଏହି କଥାକୁ ଶୁଣିବା ପରେ ତେଜସ୍ବୀ ଠୋ ଠା କରି ହସିଥିଲେ । ଖାନ୍ ସାର୍ କହିଲେ ‘ଆପଣ ବିବାହରେ ଆସିଲେନାହିଁ ତେଣୁ ରିସେପ୍ସନରେ ନିମନ୍ତ୍ରଣ କରିଦେଲି ।’ ତେବେ ଦୁହିଁଙ୍କ ମଜାଳିଆ କଥାରେ ଆଖପାଖରେ ଥିବା ଲୋକ ମଧ୍ୟ ହସିବାକୁ ଲାଗିଥିଲେ । 

ତେବେ ଖାନ୍ ସାରଙ୍କ ବିବାହ ରିସେପ୍ସନରେ ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍ ମଞ୍ଚରେ ଅନେକ ସମୟ ଛିଡ଼ା ହୋଇ ଦମ୍ପତିଙ୍କ ସହ କଥାବାର୍ତ୍ତା କରି ଆଶୀର୍ବାଦ ଦେଉଥିବା ନଜର ଆସିଥିଲେ । ସେ କହିଥିଲେ ‘ଶିକ୍ଷାକ୍ଷେତ୍ରରେ ଖାନ୍ ସାରଙ୍କ ଯୋଗଦାନ ଅତୁଳନୀୟ , ଆମର ଏତିକି କାମନା ବୈବାହିକ ଜୀବନରେ ମଧ୍ୟ ତାଙ୍କୁ ସଫଳତା ମିଳୁ ।’ ରିସେପ୍ସନରେ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ସାମିଲ ହୋଇଥିଲେ । 
 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe