କନକ ବ୍ୟୁରୋ: ବିଗିଡିଲା ବିହାରର ଲୋକପ୍ରିୟ ଖାନ୍ ସାରଙ୍କ ସ୍ୱାସ୍ଥ୍ୟାବସ୍ଥା । ଡିହାଇଡ୍ରେସନ୍ ଓ ଜ୍ୱର ହେବାରୁ ତାଙ୍କୁ ପ୍ରଭାତ ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୭୦ତମ ବିପିଏସସି ପରୀକ୍ଷାର ନିୟମ ପରିବର୍ତ୍ତନକୁ ବିରୋଧ କରି ଡିସେମ୍ବର ୬ ତାରିଖରେ ଖାନ୍ ସାର୍ ଛାତ୍ରଛାତ୍ରୀଙ୍କ ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ସମୟରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଶୁକ୍ରବାରଠାରୁ ବିପିଏସସି ପରୀକ୍ଷାର୍ଥୀଙ୍କ ସମର୍ଥନରେ ବିକ୍ଷୋଭରେ ସାମିଲ ହୋଇଥିଲେ ଖାନ ସାର୍ । ଏହି ପ୍ରତିବାଦ ସମୟରେ ପୋଲିସ ଲାଠିଚାର୍ଜ କରିଥିଲା । ଆଜି ପୁଣି ଖାନ୍ ଗ୍ଲୋବାଲ ଷ୍ଟଡିର ଟ୍ୱିଟର ହ୍ୟାଣ୍ଡେଲରୁ ଫେକ୍ ପୋଷ୍ଟ କରିବା ସହ ଛାତ୍ରଙ୍କୁ ମତାଇବା ଅଭିଯୋଗରେ ଖାନ୍ ସାରଙ୍କ ବିରୋଧରେ ମାମଲା ମଧ୍ୟ ଦାଏର କରାଯାଇଛି ।
Follow Us