କନକ ବ୍ୟୁରୋ : ସାଧାରଣ ଯାତ୍ରୀଙ୍କୁ କମ୍ ଭଡ଼ାରେ କିଭଳି ସୁବିଧାଜନକ ଯାତ୍ରା କରିପାରିବେ ସେନେଇ ଭାରତୀୟ ରେଳ ବିଭାଗ ଏକାସହିତ ୪ଟି ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଟ୍ରେନ୍ ବିହାରରୁ ଭିନ୍ନ ଭିନ୍ନ ସହରକୁ ଗଡ଼ିବ । ପ୍ରଧାନମନ୍ତ୍ରୀ ପତାକା ଦେଖାଇ ପ୍ରଥମ ଟ୍ରେନକୁ ସ୍ୱାଗତ କରିବେ । ୪ଟି ନୂଆ ଅମୃତ ଭାରତ ଟ୍ରେନ୍ ଆରମ୍ଭ ହେବାକୁ ଯାଉଛି । ଯାହା ବିହାରର ରାଜେନ୍ଦ୍ର ନଗର ଟର୍ମିନାଲରୁ ନୂଆଦିଲ୍ଲୀ, ବାପୁଧାମ ମୋତିହାରିରୁ ଦିଲ୍ଲୀ, ଦରଭଙ୍ଗାରୁ ଲକ୍ଷ୍ନୌ ଓ ମାଲଦାରୁ ଭାଗଲପୁର ପର୍ଯ୍ୟନ୍ତ ଚାଲିବ ।
ରେଳ ମନ୍ତ୍ରଣାଳୟର ଅଧିକାରୀ ଦିଲ୍ଲୀପ କୁମାର କହିଛନ୍ତି କି, ଗୋଟିଏ ଟ୍ରେନ ରାଜେନ୍ଦ୍ର ନଗରରୁ ଦିଲ୍ଲୀ ମଧ୍ୟରେ ଚାଲିବ । ଏହାର ଉଦଘାଟନ ଜୁଲାଇ ୧୮ ତାରିଖରେ ହେବ । ଜୁଲାଇ ୧୯ ତାରିଖରେ ଅନ୍ୟ ଏକ ଟ୍ରେନ୍ ଦିଲ୍ଲୀରୁ ରାଜେନ୍ଦ୍ର ନଗର ଚାଲିବ । ଏହି ଦୁଇଟି ଟ୍ରେନର ନିୟମିତ ଚଳାଚଳ ଜୁଲାଇ ୩୧ ତାରିଖରୁ ଆରମ୍ଭ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/07/17/52-2025-07-17-15-32-01.jpg)