କଂଗ୍ରେସକୁ ଝଟକା: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏଆଇ ଭିଡିଓ ହଟାଇବାକୁ ନିର୍ଦ୍ଦେଶ

Advertisment

କଂଗ୍ରେସ ଦ୍ୱାରା ସେୟାର କରାଯାଇଥିବା ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କ ମାଆଙ୍କ ଏଆଇ ଭିଡିଓ ମାମଲାର ଶୁଣାଣି କରିବା ସମୟରେ କଂଗ୍ରେସ ଉପରେ ବର୍ଷିଛନ୍ତି ପାଟନା ହାଇକୋର୍ଟ । ତୁରନ୍ତ ଏହି ଭିଡିଓକୁ ହଟାଇବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।

କଂଗ୍ରେସ ଦ୍ୱାରା ସେୟାର କରାଯାଇଥିବା ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କ ମାଆଙ୍କ ଏଆଇ ଭିଡିଓ ମାମଲାର ଶୁଣାଣି କରିବା ସମୟରେ କଂଗ୍ରେସ ଉପରେ ବର୍ଷିଛନ୍ତି ପାଟନା ହାଇକୋର୍ଟ । ତୁରନ୍ତ ଏହି ଭିଡିଓକୁ ହଟାଇବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।

modi

କନକ ବ୍ୟୁରୋ: କଂଗ୍ରେସ ଦ୍ୱାରା ସେୟାର କରାଯାଇଥିବା ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କ ମାଆଙ୍କ ଏଆଇ ଭିଡିଓ ମାମଲାର ଶୁଣାଣି କରିବା ସମୟରେ କଂଗ୍ରେସ ଉପରେ ବର୍ଷିଛନ୍ତି ପାଟନା ହାଇକୋର୍ଟ । ତୁରନ୍ତ ଏହି ଭିଡିଓକୁ ହଟାଇବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ପାଟନା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ପି.ବି. ବଜନ୍ତରୀ ନିର୍ଦ୍ଦେଶ ଦେଇଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ସ୍ୱର୍ଗତ ମାତା ହୀରାବେନ ମୋଦୀଙ୍କୁ ଅପମାନିତ କରୁଥିବା ଭିଡିଓକୁ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ତୁରନ୍ତ ହଟାଯାଉ ।

ଜାଣିରଖିବା ଉଚିତ ଯେ, ସେପ୍ଟେମ୍ବର ୧୦ ତାରିଖରେ ବିହାର କଂଗ୍ରେସର ଅଫିସିଆଲ୍ X ହ୍ୟାଣ୍ଡେଲରେ ଏକ ପୋଷ୍ଟ କରାଯାଇଥିଲା, ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ୱପ୍ନରେ ତାଙ୍କ ମାଆଙ୍କ AI ଆଧାରିତ ଭିଡିଓ ଚିତ୍ରଣ କରାଯାଇଥିଲା  ।

ଏହି ଭିଡିଓରେ, ସ୍ୱର୍ଗତ ହୀରାବେନ ମୋଦୀଙ୍କ ଚରିତ୍ର ରାଜନୈତିକ ଲାଭ ପାଇଁ ତାଙ୍କ ପୁଅକୁ ତାଙ୍କ ନାମର ଅପବ୍ୟବହାର କରିବା ପାଇଁ ଭର୍ତ୍ସନା କରୁଥିବାର ଦେଖାଯାଇଥିଲା । ଯାହା ପରେ ବିଜେପି ଏହାକୁ ଘୃଣ୍ୟ ଏବଂ ମାଆଙ୍କ ପ୍ରତି ଅପମାନ ବୋଲି କହିଥିଲା ଏବଂ ଭିଡିଓ ବିରୁଦ୍ଧରେ ପାଟନା ହାଇକୋର୍ଟର ଦ୍ୱାରସ୍ଥ ମଧ୍ୟ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe