ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା , ୬ ବର୍ଷ ପୂର୍ବରୁ ପୁଅକୁ ହତ୍ୟା କରିଥିଲେ ଦୁର୍ବୃତ୍ତ

ବିହାର ରାଜଧାନୀ ପାଟଣା ଗାନ୍ଧୀ ମୈଦାନ ଥାନା ଅଞ୍ଚଳରେ ସେଠିକାର ପ୍ରତିଷ୍ଠିତ ବ୍ୟବସାୟୀ ଗୋପାଳ ଖେମକାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଗତକାଲି ରାତି ପାଖାପାଖି ୧୧ଟା ସମୟରେ ଏହି ଘଟଣା ଘଟିବା ପରେ ପୂରା ଇଲାକାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।

dd

କନକ ବ୍ୟୁରୋ: ବିହାର ରାଜଧାନୀ ପାଟଣା ଗାନ୍ଧୀ ମୈଦାନ ଥାନା ଅଞ୍ଚଳରେ ସେଠିକାର ପ୍ରତିଷ୍ଠିତ ବ୍ୟବସାୟୀ ଗୋପାଳ ଖେମକାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଗତକାଲି ରାତି ପାଖାପାଖି ୧୧ଟା ସମୟରେ ଏହି ଘଟଣା ଘଟିବା ପରେ ପୂରା ଇଲାକାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ପୁଲିସ ତାଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି । ଅନ୍ୟପଟେ ପୂରା ଘଟଣାର ଯାଞ୍ଚ କରି ଅପରାଧୀଙ୍କୁ ଖୋଜା ଜାରି ରଖିଛି ପୁଲିସ ।

ସୂଚନା ମୁତାବକ, ଗୋପାଳ ଖେମକା ପାଟଣାର ଜଣେ ବଡ଼ ବ୍ୟବସାୟୀ । ସେ ମଗଧ ହସ୍ପିଟାଲର ମାଲିକ ମଧ୍ୟ ।  ୬ ବର୍ଷ ପୂର୍ବରୁ ତାଙ୍କ ପୁଅ ଗୁଞ୍ଜନ ଖେମକାଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା ।  ତେବେ ଗୋପାଳଙ୍କ ହତ୍ୟାର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ଶୁକ୍ରବାର ରାତିରେ ଖେମକା ତାଙ୍କ ଘର ପାଖରେ କାରରୁ ବାହାରୁ ବାହାରୁ କିଛି ଦୁର୍ବୃତ୍ତ ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ । ଫଳରେ ଗୋପାଳ ଖେମକା ସେହିଠାରେ ହିଁ ଟଳିପଡ଼ିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe