କନକ ବ୍ୟୁରୋ: ବିହାର ରାଜଧାନୀ ପାଟଣା ଗାନ୍ଧୀ ମୈଦାନ ଥାନା ଅଞ୍ଚଳରେ ସେଠିକାର ପ୍ରତିଷ୍ଠିତ ବ୍ୟବସାୟୀ ଗୋପାଳ ଖେମକାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଗତକାଲି ରାତି ପାଖାପାଖି ୧୧ଟା ସମୟରେ ଏହି ଘଟଣା ଘଟିବା ପରେ ପୂରା ଇଲାକାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ପୁଲିସ ତାଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି । ଅନ୍ୟପଟେ ପୂରା ଘଟଣାର ଯାଞ୍ଚ କରି ଅପରାଧୀଙ୍କୁ ଖୋଜା ଜାରି ରଖିଛି ପୁଲିସ ।
ସୂଚନା ମୁତାବକ, ଗୋପାଳ ଖେମକା ପାଟଣାର ଜଣେ ବଡ଼ ବ୍ୟବସାୟୀ । ସେ ମଗଧ ହସ୍ପିଟାଲର ମାଲିକ ମଧ୍ୟ । ୬ ବର୍ଷ ପୂର୍ବରୁ ତାଙ୍କ ପୁଅ ଗୁଞ୍ଜନ ଖେମକାଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା । ତେବେ ଗୋପାଳଙ୍କ ହତ୍ୟାର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ଶୁକ୍ରବାର ରାତିରେ ଖେମକା ତାଙ୍କ ଘର ପାଖରେ କାରରୁ ବାହାରୁ ବାହାରୁ କିଛି ଦୁର୍ବୃତ୍ତ ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ । ଫଳରେ ଗୋପାଳ ଖେମକା ସେହିଠାରେ ହିଁ ଟଳିପଡ଼ିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/07/05/patna-2025-07-05-08-35-47.jpg)