ବିହାର ଏନଡିଏରେ ଛିଣ୍ଡିଲା ଆସନ ବୁଝାମଣା, ପଢ଼ନ୍ତୁ କେତେ ଆସନରେ ଲଢିବ କେଉଁ ଦଳ

ସହଯୋଗୀ ଦଳ ଲୋକଜନଶକ୍ତି ପାର୍ଟି (ରାମବିଳାସ) କୁ ୨୯ ଟି ଆସନ ମିଳିଥିବା ବେଳେ ଜିତନରାମ ମାନଝୀଙ୍କ ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚାକୁ ୬ ଟି ଓ ଉପେନ୍ଦ୍ର କୁଶବାହାଙ୍କ ପାର୍ଟିକୁ ୬ ଟି ଆସନ ମିଳିଛି । 

26

କନକ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନ ପାଇଁ ଏନଡିଏ ମେଣ୍ଟରେ ଆସନ ବୁଝାମଣା ହୋଇଛି । ଖବର ମୁତାବକ ବିହାରର ମୋଟ ୨୪୩ ବିଧାନସଭା ଆସନରୁ ବିଜେପି ୧୦୧ ଓ ଜେଡିୟୁ ୧୦୧ ଆସନରେ ନିର୍ବାଚନ ଲଢିବ । ସହଯୋଗୀ ଦଳ ଲୋକଜନଶକ୍ତି ପାର୍ଟି (ରାମବିଳାସ) କୁ ୨୯ ଟି ଆସନ ମିଳିଥିବା ବେଳେ ଜିତନରାମ ମାନଝୀଙ୍କ ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚାକୁ ୬ ଟି ଓ ଉପେନ୍ଦ୍ର କୁଶବାହାଙ୍କ ପାର୍ଟିକୁ ୬ ଟି ଆସନ ମିଳିଛି । 

ଆସନ ବୁଝାମଣା ଫାଇନାଲ ହେବା ପରେ ବିହାର ବିଜେପି ଅଧ୍ୟକ୍ଷ ଦିଲ୍ଲୀପ ଜୟସ୍ୱାଲ କହିଛନ୍ତି କି, ଏନଡିଏ ଏକଜୁଟ ହୋଇଅଛି । ଏନଡିଏ ବହୁମତ ସହ ସରକାର ଗଠନ କରିବ । ଏନଡିଏର ସହଯୋଗୀଦଳମାନଙ୍କ ଭିତରେ ଅସନ୍ତୁଷ ନାହିଁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe