କନକ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନ ପାଇଁ ଏନଡିଏ ମେଣ୍ଟରେ ଆସନ ବୁଝାମଣା ହୋଇଛି । ଖବର ମୁତାବକ ବିହାରର ମୋଟ ୨୪୩ ବିଧାନସଭା ଆସନରୁ ବିଜେପି ୧୦୧ ଓ ଜେଡିୟୁ ୧୦୧ ଆସନରେ ନିର୍ବାଚନ ଲଢିବ । ସହଯୋଗୀ ଦଳ ଲୋକଜନଶକ୍ତି ପାର୍ଟି (ରାମବିଳାସ) କୁ ୨୯ ଟି ଆସନ ମିଳିଥିବା ବେଳେ ଜିତନରାମ ମାନଝୀଙ୍କ ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚାକୁ ୬ ଟି ଓ ଉପେନ୍ଦ୍ର କୁଶବାହାଙ୍କ ପାର୍ଟିକୁ ୬ ଟି ଆସନ ମିଳିଛି ।
ଆସନ ବୁଝାମଣା ଫାଇନାଲ ହେବା ପରେ ବିହାର ବିଜେପି ଅଧ୍ୟକ୍ଷ ଦିଲ୍ଲୀପ ଜୟସ୍ୱାଲ କହିଛନ୍ତି କି, ଏନଡିଏ ଏକଜୁଟ ହୋଇଅଛି । ଏନଡିଏ ବହୁମତ ସହ ସରକାର ଗଠନ କରିବ । ଏନଡିଏର ସହଯୋଗୀଦଳମାନଙ୍କ ଭିତରେ ଅସନ୍ତୁଷ ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/12/26-2025-10-12-18-32-26.jpg)