ଆଜି ପାଟନାରେ କଂଗ୍ରେସର ବଡ଼ ବୈଠକ, ରଣନୀତି ପ୍ରସ୍ତୁତ କରିବେ ରାହୁଲ ଗାନ୍ଧୀ, କରିପାରନ୍ତି ବଡ଼ ଘୋଷଣା

ଏହି ବୈଠକ ପରେ ମହାଗଠବନ୍ଧନ ତରଫରୁ ପାଟନାରେ ଏକ ସାମ୍ବାଦିକ ସମ୍ମିଳନୀର କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ବିହାରର ପଛୁଆବର୍ଗଙ୍କ ପାଇଁ ଏକ ବଡ଼ ଘୋଷଣା ପତ୍ର ଜାରି କରାଯିବ  ବୋଲି ସୂଚନା ରହିଛି । ଏଥିରେ ନିର୍ବାଚନରେ ପରେ ସଂରକ୍ଷଣର ସୀମା ବୃଦ୍ଧି କରିବା, ନିର୍ବାଚନରେ ପଛୁଆବର୍ଗଙ୍କ ଭାଗିଦାରୀ ବଢାଇବା ଭଳି ପ୍ରସଙ୍ଗ ରହିବ ।

19

କନକ ବ୍ୟୁରୋ : ବିହାର ନିର୍ବାଚନକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପୁଣି ଆକ୍ସନ ମୋଡକୁ ଆସିଛନ୍ତି । ୧୫ ଦିନ ଧରି ଭୋଟର ଅଧିକାର ଯାତ୍ରା କରିବା ପରେ ଆଜି ଦଳର କାର୍ଯ୍ୟକାରିଣୀ ବୈଠକ କରୁଛନ୍ତି । ଏନେଇ ପାଟନାରେ କଂଗ୍ରେସ କାର୍ଯ୍ୟାଳୟ ସଦାକତ ଆଶ୍ରମକୁ ସଜାଯାଇଛି । ଆଜିର ବୈଠକରେ ଆଗାମୀ ବିହାର ବିଧାନସଭା ନିର୍ବାଚନକୁ ନେଇ ରଣନୀତି ପ୍ରସ୍ତୁତ କରାଯିବ । ବିଶେଷ କରି ମହାଗଠବନ୍ଧନରେ ଆସନ ବୁଝାମଣା ଏହି ବୈଠକରେ ମୁଖ୍ୟ ପ୍ରସଙ୍ଗ ରହିବ । ସେପଟେ ନିର୍ବାଚନୀ ମଇଦାନକୁ କଂଗ୍ରେସ କେଉଁ କେଉଁ ପ୍ରସଙ୍ଗ ନେଇ ଓହ୍ଲାଇବ ତା ଉପରେ ନିଷ୍ପତ୍ତି ହେବ । 

ଏହି ବୈଠକ ପରେ ମହାଗଠବନ୍ଧନ ତରଫରୁ ପାଟନାରେ ଏକ ସାମ୍ବାଦିକ ସମ୍ମିଳନୀର କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ବିହାରର ପଛୁଆବର୍ଗଙ୍କ ପାଇଁ ଏକ ବଡ଼ ଘୋଷଣା ପତ୍ର ଜାରି କରାଯିବ  ବୋଲି ସୂଚନା ରହିଛି । ଏଥିରେ ନିର୍ବାଚନ ପରେ ସଂରକ୍ଷଣର ସୀମା ବୃଦ୍ଧି କରିବା, ନିର୍ବାଚନରେ ପଛୁଆବର୍ଗଙ୍କ ଭାଗିଦାରୀ ବଢାଇବା ଭଳି ପ୍ରସଙ୍ଗ ରହିବ ।

ଏହି ବୈଠକକୁ ନେଇ ବିଜେପି କଟାକ୍ଷ କରିଛି । ଦଳର ବରିଷ୍ଠ ନେତା ଶାହନବାଜ ହୁସେନ କହିଛନ୍ତି କି, ପ୍ରଥମେ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଦିଲ୍ଲୀରେ ବସୁଥିଲା । ଯେଉଁଥିରେ କଂଗ୍ରେସ ନିର୍ବାଚନରେ ଶୂନ୍ୟରେ ଆଉଟ୍ ହେଉଥିଲା । ଏବେ ବିହାର ବିଧାନସଭା ନିର୍ବାଚନରେ ବି କଂଗ୍ରେସକୁ ଶୂନ୍ୟ ଆସନ ମିଳିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe