କନକ ବ୍ୟୁରୋ : ସ୍ୱାଧୀନତାର ୭୮ ବର୍ଷ ପରେବି ଗାଁକୁ ପହଞ୍ଚିପାରିନି ରାସ୍ତା । ଭଲ ରାସ୍ତା ନଥିବାରୁ ଗାଁରେ ପହଞ୍ଚି ପାରୁନି ଜରୁରୀକାଳୀନ ସେବା । ପ୍ରତିଦିନ ଯିବା ଆସିବା କରିବାରେ ବି ସମସ୍ୟା ସୃଷ୍ଟ ହେଉଛି ।

Advertisment

ଜଣେ ଗର୍ଭବତୀଙ୍କୁ ଡାକ୍ତରଖାନା ନେବା ପାଇଁ ଖଟିଆରେ ବୋହିବାକୁ ପଡ଼ୁଛି । ଇଏ ଆଜିର ନୁହେଁ, ନିତିଦିନର କଥା । ମୁନିଗୁଡ଼ା ବ୍ଲକ ଅଗୁଳ ପଞ୍ଚାୟତର ୩ଟି ଗାଁ ପଞ୍ଚୁବାଇ, ଘଟଣ ଓ ଟେଭାଗୁଡ଼ି ଗାଁକୁ ରାସ୍ତା ନାହିଁ । କେଉଁ ଆଡ଼େ ଯିବାକୁ ହେଲେ ନାଳ ପାର ହୋଇ ପାଣି, କାଦୁଅ ଭର୍ତ୍ତି ରାସ୍ତାରେ ଯିବାକୁ ପଡ଼ୁଛି । ଏନେଇ ଅଭିଯୋଗ ହୋଇଛି ହେଲେ ଫଳ ଶୂନ ।

ଉକ୍ତ ରାସ୍ତାରେ ଏକ ବ୍ରିଜର ଆବଶ୍ୟକ ଥିବା ନେଇ ସ୍ୱୀକାର କରିଛନ୍ତି ମୁନିଗୁଡ଼ା ସହକାରୀ ନିର୍ବାହୀ ଯନ୍ତ୍ରୀ । ହେଲେ ଏଥିପାଇଁ ଯେତିକି ଅର୍ଥର ଆବଶ୍ୟକତା ଅଛି ତାହା ବ୍ଲକ ପକ୍ଷେ ଖର୍ଚ୍ଚ କରିବା ସମ୍ଭବ ନୁହେଁ ବୋଲି କହିଛନ୍ତି । ତୁରନ୍ତ ୩ଟି ଗାଁକୁ ଯୋଗାଯୋଗ ପାଇଁ ପକ୍କା ରାସ୍ତା ସହ ବ୍ରିଜ୍‌ଟିଏ ନିର୍ମାଣ କରାଗଲେ ଆଦିବାସୀ ପରିବାର ଉପକୃତ ହୋଇପାରିବେ ।