ସରକାରୀ ହସ୍ପିଟାଲକୁ ପାଉନି ରୋଗୀଙ୍କ ଭରସା : ସୁଯୋଗ ନେଇ ମାତିଛନ୍ତି ଦଲାଲ

Advertisment

ସରକାରୀ ଡାକ୍ତରଖାନାକୁ ଆଉ ଭରସା କରିପାରୁନାହାନ୍ତି ରୋଗୀ କି ତାଙ୍କ ସମ୍ପର୍କୀୟ ।  ଏହାର ସୁଯୋଗ ନେଇ ମାତିଛନ୍ତି ଦଲାଲ । ସରକାରୀ ହସ୍ପିଟାଲରେ ଚାକିରି କରୁଛନ୍ତି କିନ୍ତୁ ଗରୋଇ ହସ୍ପିଟାଲ କିମ୍ବା କ୍ଲିନକକୁ ନେବାକୁ ଉତ୍ସାହିତ କରୁଛନ୍ତି ।

ସରକାରୀ ଡାକ୍ତରଖାନାକୁ ଆଉ ଭରସା କରିପାରୁନାହାନ୍ତି ରୋଗୀ କି ତାଙ୍କ ସମ୍ପର୍କୀୟ ।  ଏହାର ସୁଯୋଗ ନେଇ ମାତିଛନ୍ତି ଦଲାଲ । ସରକାରୀ ହସ୍ପିଟାଲରେ ଚାକିରି କରୁଛନ୍ତି କିନ୍ତୁ ଗରୋଇ ହସ୍ପିଟାଲ କିମ୍ବା କ୍ଲିନକକୁ ନେବାକୁ ଉତ୍ସାହିତ କରୁଛନ୍ତି ।

16

Photograph: (kanaknews)

କନକବ୍ୟୁରୋ : ସରକାରୀ ଡାକ୍ତରଖାନାକୁ ଆଉ ଭରସା କରିପାରୁନାହାନ୍ତି ରୋଗୀ କି ତାଙ୍କ ସମ୍ପର୍କୀୟ ।  ଏହାର ସୁଯୋଗ ନେଇ ମାତିଛନ୍ତି ଦଲାଲ । ସରକାରୀ ହସ୍ପିଟାଲରେ ଚାକିରି କରୁଛନ୍ତି କିନ୍ତୁ ଗରୋଇ ହସ୍ପିଟାଲ କିମ୍ବା କ୍ଲିନକକୁ ନେବାକୁ ଉତ୍ସାହିତ କରୁଛନ୍ତି ।   ସମ୍ବଲପୁର କୁଚିଣ୍ଡା ଉପଖଣ୍ଡ ଚିକିତ୍ସାଳୟରୁ ଏଭଳି ଦୃଶ୍ୟ ଆସିବା ପରେ, କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ  । 

ସ୍ବାସ୍ଥ୍ୟସେବାର ବିକଳ ଚିତ୍ର। ଭଲଭାବେ ଦେଖନ୍ତୁ ଏହି ଦୃଶ୍ୟକୁ, ଏକ ଷ୍ଟ୍ରେଚରରେ ଜଣେ ରୋଗୀକୁ କେମିତି ରାସ୍ତାରେ ନିଆଯାଉଛି। ଯାହାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଦୁର୍ଘଟଣାରେ ଆହତ ହୋଇ ଜଣଙ୍କ ଗୋଡ ଭାଙ୍ଗିଯିବାରୁ ସେ ସରକାରୀ ଆମ୍ବୁଲାନ୍ସରେ କୁଚିଣ୍ଡା ଡାକ୍ତରଖାନାକୁ ଆସିଥିଲେ । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବୁର୍ଲା ଯିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ  ।  ହେଲେ, କିଛି ଅସାଧୁ କର୍ମଚାରୀ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ମିଛ ସତ କହି ଏକ ଘରୋଇ ହସ୍ପିଟାଲକୁ ନେଇ ଯାଇଥିଲେ ।  ସେହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । 

ଜଳ ସଂକଟ ଭିତରେ ଚମକାଇ ଦେଲା ଜାତିସଂଘ ରିପୋର୍ଟ : ଦିଲ୍ଲୀ, ବେଙ୍ଗାଲୁର,ମୁମ୍ବାଇରେ ଭୟଙ୍କର ସ୍ଥିତି

ସରକାରୀ ଷ୍ଟ୍ରେଚରରେ ରୋଗୀ ସରକାରୀ ମେଡିକାଲରୁ ଘରୋଇ ମେଡିକାଲକୁ ବୁହାହେବା ଘଟଣା ଏବେ ସରକାରୀ ବ୍ୟବସ୍ଥା ଉପରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଠି ପ୍ରଶ୍ନ ଉଠୁଛି, ସରକାରୀ ମେଡିକାଲରେ ରୋଗୀ ଉପଯୁକ୍ତ ସେବା ପାଉନାହାନ୍ତି କି?  ହସ୍ପିଟାଲରେ ଏକ ବଡ଼ ରାକେଟ୍ କାମ କରୁଛି କି?  ଏସବୁ ତମାମ ପ୍ରଶ୍ନ ଭିତରେ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାର ଚିକିତ୍ସା ଅଧିକାରୀ କହିଛନ୍ତି ତଦନ୍ତ କରି ଦୋଷୀ ବିରୁଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।  ଅନ୍ୟପଟେ କୁଚିଣ୍ଡା ଗସ୍ତରେ ଆସିଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ଏହାର ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।  ସ୍ୱାସ୍ଥ୍ୟ କ୍ଷେତ୍ରରେ ସରକାର ଉତ୍ତମ ସେବା ଯୋଗାଇ ଦେବା ନେଇ ଡିଣ୍ଡିମ ପିଟୁଥିବା ବେଳେ, କୁଚିଣ୍ଡାର ଏହି ଦୃଶ୍ୟ ପୂରା ବ୍ୟବସ୍ଥାକୁ କାଠଗଡ଼ାରେ ଛିଡା କରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe