କନକବ୍ୟୁରୋ : ଭଙ୍ଗା ଦଦରା ୧୦୮ ଆମ୍ବୁଲାନ୍ସ । ଅନ୍ଧାରରେ ରୋଗୀ ପରିବହନ । ଫ୍ୟାନ କିମ୍ବା ଏସି ତ ଦୁରରେ ଥାଉ । ରାତିରେ ଲାଇଟ ଖଣ୍ଡେ ମଧ୍ୟ ଜଳୁ ନାହିଁ । ଆଉ କିଟ କିଟ୍ ଅନ୍ଧାରରେ ରୋଗୀ ପରିବହନ କରୁଛି ୧୦୮ ଆମ୍ବୁଲାନ୍ସ । ଏ ଦୃଶ୍ୟ ଆସିଛି ମାଲକାନଗିରି ଜିଲ୍ଲାରୁ । ମାଲକାନଗିରି କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜୀବନ ମରଣ ସହ ସଂଗ୍ରାମ କରୁ ଥିବା ଜଣେ ଗୁରୁତର ରୋଗୀଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳ୍ୟ କୁ ସ୍ଥାନାନ୍ତର କରା ଯାଇ ଥିଲା । ତେବେ ସମ୍ପୁର୍ଣ ଅନ୍ଧାର ସାଙ୍ଗକୁ ଗରମ ଗୁଳୁଗୁଳି ରେ ରୋଗୀ ପରିବହନ ହୋଇ ମାଲାକନଗିରି କୁ ଆସି ଥିଲା ୧୦୮ ଆମ୍ବୁଲାନ୍ସ । ଆଉ ଏବସ୍ଥା ଏମିତି ଦୌଡି ରେ ବନ୍ଧା ହୋଇ ଥିଲା ଆମ୍ବୁଲାନ୍ସ ର ମୁଖ୍ୟ ଦ୍ୱାର । ଆଉ ଏହାର ଖବର ପାଇ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପହଁଚି ଥିଲା କନକ ନ୍ୟୁଜ ଟିମ୍ ।
ସୁଧୁରୁନି ୧୦୮ ଆମ୍ବୁଲାନ୍ସ ସ୍ଥିତି : ଅନ୍ଧାରରେ ହେଉଛି ରୋଗୀ ପରିବହନ
ଭଙ୍ଗା ଦଦରା ୧୦୮ ଆମ୍ବୁଲାନ୍ସ । ଅନ୍ଧାରରେ ରୋଗୀ ପରିବହନ । ଫ୍ୟାନ କିମ୍ବା ଏସି ତ ଦୁରରେ ଥାଉ । ରାତିରେ ଲାଇଟ ଖଣ୍ଡେ ମଧ୍ୟ ଜଳୁ ନାହିଁ ।
/kanak/media/media_files/2025/08/05/12-2025-08-05-08-46-29.jpg)