କନକ ବ୍ୟୁରୋ : ନର୍ସିଂ କର୍ମଚାରୀଙ୍କ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ । ବାଧାପ୍ରାପ୍ତ ରୋଗୀ ସେବା । କ୍ୟାପିଟାଲ ହସ୍ପିଟାଲ ରେ ଜରୁରୀକାଳୀନ ସେବା ବାଧାପ୍ରାପ୍ତ ଏମରଜେନ୍ସି ୱାର୍ଡରେ ନାହାନ୍ତି ନର୍ସ । ଜିଦ ରେ ଅଟଳ ନର୍ସିଂ ଅଫିସର ସଂଘ । ଆଜି ରାଜ୍ୟର ସମସ୍ତ ସରକାରୀ ମେଡିକାଲ ରେ ଜରୁରୀ ସେବାରେ କାର୍ଯ୍ୟରେ ଯୋଗ ଦେଇ ନାହାଁନ୍ତି ନର୍ସିଂ ଅଫିସର । ସେପଟେ କଟକ ଏସସିବି ମେଡିକାଲରେ ବି ସମାନ ସ୍ଥିତି ଆଜିଠାରୁ ରାଜ୍ୟବ୍ୟାପି ନର୍ସଙ୍କ ଆନ୍ଦୋଳନ । ସମସ୍ତ ସରକାରୀ ଡାକ୍ତରକାନାରେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ନର୍ସ । ନିଜ ଜିଦରେ ଅଟଳ ନର୍ସିଂ ସଂଘ। କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ବିଭିନ୍ ଡାକ୍ତରଖାନାରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି । ଆଜିଠୁ ସିରିଞ୍ଜ ଛାଡ ଆନ୍ଦୋଳନକୁ ଓହ୍ଲାଇଛନ୍ତି ନର୍ସିଂ ଅଫିସର । ସରକାର ଓ ନର୍ସିଂ ଅଫିସରଙ୍କ ଜିଦ୍ ପାଇଁ ଏବେ ବାଜିରେ ଲାଗିଛି ରୋଗୀଙ୍କ ଜୀବନ । ଏସମା ଆଇନକୁ ଖାତିର ନକରି ନର୍ସିଂ ଅଫିସର ପୂରା ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଅଚଳ କରିବାକୁ ବସିଥିବା ବେଳେ ସରକାରଙ୍କ ସହ ପ୍ରଥମ ଆଲୋଚନା ବିଫଳ ହୋଇଛି । ୧୦ ଦଫା ଦାବି ନେଇ ଦୀର୍ଘଦିନ ହେବ ଆନ୍ଦୋଳନ କରୁଛନ୍ତି ନର୍ସିଂ ଅଫିସର । ଏସମା ଲାଗୁ ହେବା ସତ୍ତ୍ବେ କାର୍ୟ୍ୟବନ୍ଦ ଆନ୍ଦୋଙନକୁ ଓହ୍ଲାଇଛି ସଂଘ । ରାଜ୍ୟର ପ୍ରାୟ ୧୫ ହଜାର ନର୍ସ ଏହି ଆନ୍ଦୋଳନରେ ଯୋଗଦେଇଛନ୍ତି ।
ନର୍ସିଂ ଅଫିସର କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଥିବା ବେଳେ ମାଲକାନଗିରିରେ ସ୍ବାସ୍ଥ୍ୟ ବିଭାଗ ବିକଳ୍ପ ବ୍ୟବସ୍ଥା କରିଛି । ୨ଟି ଘରୋଇ କଲେଜରୁ ୭୦ ଜିଏନଏମ ଛାତ୍ରିଙ୍କୁ ସ୍ବାସ୍ଥ୍ୟସେବା ପାଇଁ କରାଯାଇଛି ନିୟୋଜିତ । ସରକାରୀ ଏଏନଏମ କଲେଜରୁ ୮୫ ଛାତ୍ରୀ ନିୟୋଜିତ ହୋଇଛନ୍ତି । ଗ୍ରାମାଂଚଳ ସ୍ବାସ୍ଥ୍ୟ କେନ୍ଦ୍ରରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ବାସ୍ଥ୍ୟ କର୍ମୀଙ୍କୁ ସ୍ଥାନାନ୍ତରିତ କରାଯାଇଛି । ୨୦ ପୁରୁଷ ଓ ୫ ମହିଳା ସ୍ବାସ୍ଥ୍ୟ କର୍ମୀ ମୁତୟନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୁତୟନ ହୋଇଛନ୍ତି । ଏଡିଏମଓ କହିଛନ୍ତି, ସ୍ବାସ୍ଥ୍ୟ ସେବା ରେ କୌଣସି ବ୍ୟାଘାତ ଘଟିବ ନାହିଁ ।