କନକ ବ୍ୟୁରୋ :  ପୁଣି ଖଟିଆରେ ବୁହା ହେଲେ ରୋଗୀ। ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଜବାଗୁଡା ଗ୍ରାମରୁ । ମୈଦଲପୁର ପଞ୍ଚାୟତ ଜବାଗୁଡା ଗ୍ରାମର ହରିସିଂ ଯାନୀଙ୍କ ପତ୍ନୀ ଲଳିତା ଯାନୀଙ୍କୁ  ଦୀର୍ଘ ୫ ଦିନ ହେବ ଜ୍ୱର ହେବା ସହ ଦେହ ଅସୁସ୍ଥ ରହିଥିଲା.. ଫଳରେ ହଠାତ ସେ ଗୁରୁତର ହୋଇ ପଡିଥିଲେ.. ପରିବାର ଲୋକ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ମଧ୍ୟ  କାଦୁଅ ରାସ୍ତା ଯୋଗୁଁ ଆମ୍ବୁଲାନ୍ସ ଗାଁ କୁ ନ ପହଂଚି ପ୍ରାୟ ଦୁଇ କିଲୋମିଟର ଦୂର କଣ୍ଟାସାରୁ ଗ୍ରାମ ନିକଟରେ ରହିଯାଇଥିଲା.. ଶେଷରେ ବାଧ୍ୟ ହୋଇ ଗ୍ରାମବାସୀ ହାତରେ ଟର୍ଚ୍ଚ, ମୋବାଇଲ ଲାଇଟ ଲଗାଇ ଖଟିଆରେ ଭାର କରି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଥିଲେ.. ଆମ୍ବୁଲାନ୍ସ ସାହାଯ୍ ରେ ଲଳିତାଙ୍କୁ ପ୍ରଥମେ ମୈଦଲପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା.. କିନ୍ତୁ, ତାଙ୍କର ସ୍ୱାସ୍ଥ୍ୟ ବସ୍ଥା ସଂଙ୍କଟାପନ୍ନ ରହିଥିବାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ  ଓ ପରେ କୋରାପୁଟ ମେଡିକାଲକୁ ନିଆଯାଇଛି.. ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗାଁ ରେ ବିଭିନ୍ନ ସମ୍ପ୍ରଦାୟ ର ୭୦ ପରିବାର ରୁ ୩୦୦ ରୁ ଅଧିକ ଲୋକ ବସବାସ କରନ୍ତି। ପକ୍କା ରାସ୍ତା ଖଣ୍ଡେ ପାଇଁ ପ୍ରଶାସନ ନିକଟରେ ସେମାନେ ବାରମ୍ବାର ଦାବି କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ଅଭିଯୋଗ ଆଣୁଛନ୍ତି।