କନକ ବ୍ୟୁରୋ: ବାଲେଶ୍ବର ଫକୀର ମୋହନ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ଚାଲିଛି ଚିକିତ୍ସା । ଏମ୍ସ ବର୍ଣ୍ଣ ୱାର୍ଡରେ ଜୀବନ ସହ ସଂଘର୍ଷ କରୁଛନ୍ତି ପୀଡ଼ିତା । ତାଙ୍କ ଶରୀରର ୯୫ ପ୍ରତିଶତ ପୋଡ଼ିଯାଇଛି । ଛାତ୍ରୀଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ରହିଛି । ତେବେ ଆଗାମୀ ୨୪ ଘଣ୍ଟା ବେଶ ଗୁରୁତ୍ବପୂର୍ଣ୍ଣ ବୋଲି ଏମ୍ସ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ବାସ ସୂଚନା ଦେଇଛନ୍ତି । 

Advertisment

ଗୋଟିଏ ପଟେ ଭେଣ୍ଟିଲେଟରରେ ପୀଡ଼ିତା ଜୀବନ ମରଣ ସହ ସଂଘର୍ଷ କରୁଥିବା ବେଳେ ବାହାରେ ଚାଲିଛି ପ୍ରବଳ ରାଜନୀତି । ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ରାଜରାସ୍ତାକୁ ଓହ୍ଲାଇଛି ବିଜେଡି ଓ କଂଗ୍ରେସ । ଭୁବନେଶ୍ବର ଲୋୟର ପିଏମ୍‌ଜିରେ ବିଜେଡି ଓ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଛି । ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛନ୍ତି ବିରୋଧୀ ଦଳ । ରାଜ୍ୟରେ ଛାତ୍ରୀ ଓ ମହିଳାଙ୍କ ଉପରେ ନିର୍ଯାତନା ବଢିଚାଲିଥିବା ବିରୋଧୀ ଅଭିଯୋଗ କରିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ବିଜେଡି । ସେପଟେ ବିକ୍ଷୋଭ ସ୍ଥଳରୁ ବିଜେଡି ନେତା ଦେବୀ ତ୍ରିପାଠୀ ଓ ବ୍ୟୋମକେଶ ରାୟଙ୍କୁ ଉଠାଇ ନେଇଛି ପୁଲିସ । ଏହି ଘଟଣାରେ ବିଜେଡି, କଂଗ୍ରେସ ସରକାରଙ୍କୁ ଦାୟୀ କରିଛନ୍ତି । 

ସେପଟେ ଭୁବନେଶ୍ବର ଏମ୍ସ ଯାଇ ପୀଡ଼ିତାଙ୍କୁ ଭେଟିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ପୀଡ଼ିତାଙ୍କ ଚିକିତ୍ସାର ତଦାରଖ ପାଇଁ ୮ ଜଣିଆ ବିଶେଷଜ୍ଞ କମିଟି ଗଠନ ହୋଇଛି। ଏହି ୮ ଜଣିଆ ଡାକ୍ତରୀ ଟିମ୍ ପୂରା ଚିକିତ୍ସା ବ୍ୟବସ୍ଥାର ମନିଟରିଂ କରୁଛନ୍ତି । ଏହି ଘଟଣାରେ ଉଚ୍ଚଶିକ୍ଷା ବିଭାଗ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କଲେଜ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷ ଓ ଅଭିଯୁକ୍ତ ସହକାରୀ ପ୍ରଫେସର ସମୀର କୁମାର ସାହୁଙ୍କୁ ନିଲମ୍ବିତ କରିଛନ୍ତି । ଏଥି ସହିତ ସହକାରୀ ପ୍ରଫେସର ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରାଯାଇଛି ।

ଆତ୍ମହତ୍ୟା ଉଦ୍ୟମ କରିଥିବା ବାଲେଶ୍ବର ଫକୀର ମୋହନ ମହାବିଦ୍ୟାଳୟ ଛାତ୍ରୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ଏମ୍‌ସ ଯାଇ ପୀଡ଼ିତାଙ୍କୁ ଭେଟିଛନ୍ତି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍‌ ସହ ଆଲୋଚନା କରିଛନ୍ତି । ଚିକିତ୍ସା ବ୍ୟବସ୍ଥାର ମନିଟରିଂ ପାଇଁ ଗଠନ ହୋଇଥିବା ୮ ଜଣିଆ ବିଶେଷଜ୍ଞ ଟିମ୍‌ ସହ ବି କଥାବାର୍ତ୍ତା ହୋଇଛନ୍ତି । ମୋହନ ମାଝୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ମଧ୍ୟ ଏମ୍‌ସ ଯାଇଛନ୍ତି । 

ଏମ୍ସ ଯାଇ ପୀଡ଼ିତାଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ଏଫଏମ୍ କଲେଜ ଛାତ୍ରୀଙ୍କ ପରିସ୍ଥିତି ଜଟିଳ । ତାଙ୍କ ଚିକିତ୍ସା ଚାଲିଛି । ଦିଲ୍ଲୀ ଏମ୍ସ ଭଳି ଚିକିତ୍ସା କରାଯାଉଛି । ଆଗାମୀ ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ । ଆବଶ୍ୟକ ପଡ଼ିଲେ ଦିଲ୍ଲୀ ଏମ୍ସକୁ ଏୟାର ଲିଫ୍ଟ କରାଯାଇପାରେ । 

ଏମ୍ସ ବର୍ଣ୍ଣ ୱାର୍ଡରେ ଜୀବନ ସହ ସଂଘର୍ଷ କରୁଛନ୍ତି ପୀଡ଼ିତା । ତାଙ୍କ ଶରୀରର ୯୫ ପ୍ରତିଶତ ପୋଡ଼ିଯାଇଛି । ଛାତ୍ରୀଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ରହିଛି । ତେବେ ଆଗାମୀ ୨୪ ଘଣ୍ଟା ବେଶ ଗୁରୁତ୍ବପୂର୍ଣ୍ଣ ବୋଲି ଏମ୍ସ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ବାସ ସୂଚନା ଦେଇଛନ୍ତି । ପୀଡ଼ିତାଙ୍କ ଚିକିତ୍ସାର ତଦାରଖ ପାଇଁ ୮ ଜଣିଆ ବିଶେଷଜ୍ଞ କମିଟି ଗଠନ ହୋଇଛି। ଏହି ୮ ଜଣିଆ ଡାକ୍ତରୀ ଟିମ୍ ପୂରା ଚିକିତ୍ସା ବ୍ୟବସ୍ଥାର ମନିଟରିଂ କରୁଛନ୍ତି । ଏହି ଘଟଣାରେ ଉଚ୍ଚଶିକ୍ଷା ବିଭାଗ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କଲେଜ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷ ଓ ଅଭିଯୁକ୍ତ ସହକାରୀ ପ୍ରଫେସର ସମୀର କୁମାର ସାହୁଙ୍କୁ ନିଲମ୍ବିତ କରିଛନ୍ତି । ଏଥି ସହିତ ସହକାରୀ ପ୍ରଫେସର ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରାଯାଇଛି ।