ମେଡିକାଲର ୪ ମହଲାରୁ ଡେଇଁ ପଡିଲେ ରୋଗୀ , ଚାଲିଗଲା ଜୀବନ ; କଟକ ଜଗତପୁରର  ଘଟଣା

କଟକ ଜଗତପୁରରେ ଅଭାବନୀୟ ଘଟଣା । ଏକ ଘରୋଇ ମେଡିକାଲରେ ୪ ମହଲା ଉପରୁ ଡେଇଁ ରୋଗୀ ମୃତ । କାହିଁକି ଆତ୍ମହତ୍ୟା କଲେ ରୋଗୀ ଘଟଣା ସ୍ଥଳରେ ପୁଲିସର ଛାନଭିନ । ମୃତକ ଢେଙ୍କାନାଳର ପ୍ରଭାଶ ଧଳ ।

patient dead

patient dead Photograph: (kanakNews)

କନକ ବ୍ୟୁରୋ: କଟକ ଜଗତପୁର ନିକଟସ୍ଥ ଏକ ଘରୋଇ ମେଡିକାଲରେ ଅଭାବନୀୟ ଘଟଣା  । ହସ୍ପିଟାଲର ୪ ମହଲା ଉପରୁ ଡେଇଁ ରୋଗୀ ମୃତ । ଚିକିତ୍ସିତ ହେଉଥିବା ଅବସ୍ଥାରେ ରୋଗୀ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତ ରୋଗୀଙ୍କ ନାମ ହେଉଛି ପ୍ରଭାଶ ଧଳ । ତାଙ୍କ ଘର ଢେଙ୍କନାଳ  । ତେବେ କାହିଁକି ପ୍ରଭାଶ ଏଭଳି ଆତ୍ମହତ୍ୟା କଲେ ତାହା ଜଣାପଡିନାହିଁ  । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି। ଏନେଇ ଅଧିକ କିଛି ତଥ୍ୟ ହସ୍ତଗତ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe