କନକ ବ୍ୟୁରୋ: କଟକ ଜଗତପୁର ନିକଟସ୍ଥ ଏକ ଘରୋଇ ମେଡିକାଲରେ ଅଭାବନୀୟ ଘଟଣା  । ହସ୍ପିଟାଲର ୪ ମହଲା ଉପରୁ ଡେଇଁ ରୋଗୀ ମୃତ । ଚିକିତ୍ସିତ ହେଉଥିବା ଅବସ୍ଥାରେ ରୋଗୀ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତ ରୋଗୀଙ୍କ ନାମ ହେଉଛି ପ୍ରଭାଶ ଧଳ । ତାଙ୍କ ଘର ଢେଙ୍କନାଳ  । ତେବେ କାହିଁକି ପ୍ରଭାଶ ଏଭଳି ଆତ୍ମହତ୍ୟା କଲେ ତାହା ଜଣାପଡିନାହିଁ  । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି। ଏନେଇ ଅଧିକ କିଛି ତଥ୍ୟ ହସ୍ତଗତ ହୋଇନାହିଁ।