କନକବ୍ୟୁରୋ : ଖଣି ଅଂଚଳରେ ବିକାଶ ବାଟବଣା । କୋଇଡ଼ା ଲହୁଣୀପଡା ବ୍ଲକ୍ ଭୁତୁଡ଼ା ବାଟଗାଁକୁ ରାସ୍ତା ନଥିବାରୁ ଲୋକମାନେ ନାହିଁ ନଥିବା ସମସ୍ୟା ସମ୍ମୁଖୀନ ହେଉଛନ୍ତି । ଗାଁକୁ ରାସ୍ତା ନଥିବାରୁ ଜଙ୍ଗଲ ରାସ୍ତାରେ ଯାତାୟତ କରିବାକୁ ପଡ଼ୁଛି । ରୋଗୀଙ୍କୁ ଖଟିଆରେ ବୋହିକୁ ନେବାକୁ ପଡ଼ୁଛି । ରାସ୍ତା ନଥିବାରୁ ଗାଁରେ ଆମ୍ବୁଲାନ୍ସ ପହଂଚିପାରୁନି । ବର୍ଷା ଦିନେ ରାସ୍ତାର ଅବସ୍ଥା ବେହାଲ ହୋଇପଡ଼ୁଛି । ବୃଦ୍ଧବୃଦ୍ଧା କିମ୍ବା ଗର୍ଭବତୀଙ୍କୁ ମେଡିକାଲ ନେବା ପାଇଁ ପ୍ରତିଦିନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।
ରାସ୍ତା ନିର୍ମାଣ ପାଇଁ ୨୦୨୦-୨୧ରେ ଜିଲ୍ଲା ଖଣିଜ ପାଣ୍ଠିରୁ ୫ କୋଟି ୭୨ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ରାସ୍ତାଟି ପାଲକୁଦର ଠାରୁ ବାଟଗାଁକୁ ହେବାର ଥିଲା । କିନ୍ତୁ ସରକାର ବଦଳିବା ପରେ ଉକ୍ତ ରାସ୍ତା କାମ କରୁଥିବା ଠିକା ସଂସ୍ଥା ଛୁ ମାରିଛି । ଫଳରେ ଉକ୍ତ ରାସ୍ତା ଏବେ ଗାଁ ଲୋକଙ୍କୁ ଯମ ଯନ୍ତ୍ରଣା ଦେଉଛି । କୌଣସି ଲୋକଙ୍କ ସ୍ବାସ୍ଥ୍ୟ ଖରାପ ହେଲେ ତାଙ୍କୁ ମୋଟର ସାଇକେଲ କିମ୍ବା ଖଟିଆରେ ପଞ୍ଚାୟତ ଅଫିସ ପର୍ଯ୍ୟନ୍ତ ଆଣିବାକୁ ପଡ଼ିଥାଏ । ସେଠରେ ରୋଗୀଙ୍କୁ ୫୦ କିମି ଦୂର ଲହୁଣୀପଡା ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଏ ।
ରାତି ହେଲେ ତ ଲୋକଙ୍କ ବିପଦ ଆହୁରି ବଢ଼ିଯାଏ । ବିଦ୍ୟୁତ ନଥିବାରୁ ଏବେ ବି ଅନ୍ଧାରରେ ଜୀବନ କାଟୁଛନ୍ତି ଲୋକେ । ସେପଟେ ଅଳିଆ ଗଦାରେ ପଡ଼ିଥିବା କାଗଜ ପେଟିରୁ ନବଜାତକର ମୃତଦେହ ଉଦ୍ଧାର ହୋଇଛି। ବାଲେଶ୍ବରରୁ ଏଭଳି ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି। ସୋରୋ ଅ।ଟପୂର୍ ଅଞ୍ଚଳର ଜଣେ ପ୍ରସୂତୀ ମେଡିକାଲ୍ କଲେଜରେ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ଜନ୍ମହେବା ପରେ ଶିଶୁ ପୁତ୍ରଟିର ମୃତ୍ୟୁ ଘଟିଥିଲା । ପରେ ମୃତ ନବଜାତକୁ ଏଠାରେ ଫୋପାଡ଼ି ଦିଆଯାଇଥିବା ସନ୍ଦେହ କରାଯାଉଛି । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୁଲିସ୍ ଘଟଣା ସ୍ଥଳରେ ପହଁଚି ତଦନ୍ତ କରିଥିବା ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/08/02/28-2025-08-02-11-28-43.jpg)