Photograph: (kanak news)
କନକ ବ୍ୟୁରୋ : ପୁଣି ଭାରାରେ ବୁହାହେଲେ ରୋଗୀ । ୫ କିଲୋମିଟର ଦୋଳାରେ ବୁହାହେଲେ । ଗଞ୍ଜିାମ ଜିଲ୍ଲା ପାତ୍ରପୁର ବ୍ଲକ ବୁରାତାଲ ପଞ୍ଚାୟତକ ବଡ଼ ଆଞ୍ଚୁପା ଗାଁକୁ ରାସ୍ତା ନଥିବାରୁ ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି । ଗାଁର ୩୫ ବର୍ଷୀୟ ଯୁବକ ଦେବରାଜ ରଇତ ଗୁରୁତର ରୋଗାକ୍ରାନ୍ତ ହେବା ପରେ ତାଙ୍କୁ ମେଡିକାଲ ନେବାକୁ ଗାଁକୁ ଆମ୍ବୁଲାନ୍ସ ପହଞ୍ଚି ପାରିନି । ଫଳରେ ପାଞ୍ଚ କିଲୋମିଟର ଦୋଳାରେ ବୁହା ହୋଇ ଜଙ୍ଗଲ ରାସ୍ତା ଦେଇ ମାଡ , ପୂର୍ତ୍ତ ବିଭାଗ ରାସ୍ତା ପର୍ଯ୍ୟନ୍ତ ପହଞ୍ଚିବା ପରେ ସେଠାରୁ ଏକ ଅଟୋରେ ପାତ୍ରପୁର ଡାକ୍ତରଖାନାକୁ ନିଆଯାଇଛି । ଦେବରାଜ କିଛି ବର୍ଷ ଧରି ହାଇଦ୍ରାବାଦରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ । ଗତ କିଛି ମାସ ହେଲା ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ଗାଁକୁ ଫେରି ଆସିଥିଲେ ।
ଆହୁରି ପଢନ୍ତୁ : ଗଞ୍ଜାମରେ ମୁଖ୍ୟମନ୍ତ୍ରୀ ବସ ସେବା ଅଧୁରା: ଉପାନ୍ତ ପଞ୍ଚାୟତ ଓ ଗାଁ ଲୋକେ ବଞ୍ଚିତ
ଗଞ୍ଜାମରେ ମୁଖ୍ୟମନ୍ତ୍ରୀ ବସ ସେବା ଅଧୁରାରୁ ଘରଲୋକଙ୍କ ତାଙ୍କୁ ମେଡିକାଲ ନେଇଥିଲେ । ହେଲେ ଗାଁକୁ ରାସ୍ତା ନଥିବାରୁ ମେଡିକାଲ ନେବାକୁ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ ପରିବାର ଲୋକ। ରାସ୍ତା ନଥିବାରୁ ତାଙ୍କୁ ଦୋଳାରେ ବୁହା ହୋଇ ମେଡିକାଲ୍ ନେଇଥିଲେ । ବଡ଼ ଆଞ୍ଚୂପା ଏ କ ବଡ଼ ଗାଁ ହୋଇଥିଲେ ବି ଆଜି ପର୍ଯ୍ୟନ୍ତ ଗାଁକୁ ପକ୍କା ରାସ୍ତାଟିଏ ହୋଇନାହିଁ । ରାସ୍ତା ନଥିବା ହେତୁ ଯାତାୟତ ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି । ଗ୍ରାମବାସୀମାନେ ପଞ୍ଚାୟତ କିମ୍ବା ବ୍ଲକ କାର୍ଯ୍ୟାଳୟ କୁ ଯିବା ପାଇଁ ପ୍ରଥମେ ପାଞ୍ଚ କିଲୋମିଟର ପାଦରେ ଚାଲିବା ପରେ ମୁଖ୍ୟ ରାସ୍ତାରୁ ଅଟୋ ଯୋଗେ ଯିବାକୁ ବାଧ୍ୟ ହେଉଛନ୍ତି । ରାସ୍ତା ପାଇଁ ବାରମ୍ବାର ଦାବି ହୋଇଥିଲେ ବି କେହି ଗୁରୁତ୍ବ ଦେଉନଥିବା ଅଭିଯୋଗ ହୋଇଛି ।
Follow Us