କନକ ବ୍ୟୁରୋ: ବିନା ଅସ୍ଥିଶଲ୍ୟ ଡାକ୍ତରରେ ଚାଲିଛି ରୋଗୀ ସେବା । ସମଗ୍ର ମାଲକାନଗିରି ଜିଲ୍ଲାରେ ନାହାନ୍ତି ଅସ୍ଥିଶଲ୍ୟ ବିଶେଷଜ୍ଞ। ମାଲକାନଗିରି ଜିଲ୍ଲାରେ କର୍ପସ ଫଣ୍ଡ ନିଯୁକ୍ତି ମାଧ୍ୟମରେ ୨ଜଣ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ସମଗ୍ର ଜିଲ୍ଲାର ହାଡ଼ ସମ୍ପର୍କିତ ରୋଗୀଙ୍କ ଚିକିତ୍ସା କରୁଥିଲେ । ସେମାନଙ୍କ ବଦଳି ପରେ ଆଉ କାହାକୁ ନିଯୁକ୍ତି ମିଳିନାହିଁ । ମାଲକାନଗିରି ସଦର ମହକୁମାରେ ତୃତୀୟ ଶ୍ରେଣୀର ଛାତ୍ରୀ ଆଜମା ଓମେରା । ଖେଳୁ ଖେଳୁ ତାଙ୍କ ହାତ ଭାଙ୍ଗି ଯାଇଛି । ଚିକିତ୍ସା ପାଇଁ ୩ ଦିନ ହେବ ଡାକ୍ତରଖାନାକୁ ଧାଉଁଛନ୍ତି । ଝିଅକୁ ଧରି ଡାକ୍ତରଖାନାରେ ଚକ୍କର କାଟୁଛନ୍ତି ମାଆ ମହମ୍ମଦ ଶାହିନ। ହେଲେ ଚିକିତ୍ସା ମିଳୁନାହିଁ । କୁନିଝିଅଟି ଯନ୍ତ୍ରଣାରେ ଛଟପଟ ହେଉଛି । ତେବେ ମାଲକାନଗିରିରେ ଅସ୍ଥିଶଲ୍ୟ ବିଶେଷଜ୍ଞ ନିଯୁକ୍ତ କରିବା ପାଇଁ ସରକାରଙ୍କୁ ଜଣାଇଥିବା କହିଛନ୍ତି ସଡିଏମ୍ଓ ।
ବିନା ଅସ୍ଥିଶଲ୍ୟରେ ଚାଲିଛି ରୋଗୀ ସେବା: ମାଲକାନଗିରିରେ ୨ଜଣ ଅସ୍ଥିଶଲ୍ୟ ଡାକ୍ତରଙ୍କ ବଦଳି ପରେ ମିଳିନି ନିଯୁକ୍ତି
ମାଲକାନଗିରି ସଦର ମହକୁମାରେ ତୃତୀୟ ଶ୍ରେଣୀର ଛାତ୍ରୀ ଆଜମା ଓମେରା । ଖେଳୁ ଖେଳୁ ତାଙ୍କ ହାତ ଭାଙ୍ଗି ଯାଇଛି । ଚିକିତ୍ସା ପାଇଁ ୩ ଦିନ ହେବ ଡାକ୍ତରଖାନାକୁ ଧାଉଁଛନ୍ତି । ଝିଅକୁ ଧରି ଡାକ୍ତରଖାନାରେ ଚକ୍କର କାଟୁଛନ୍ତି ମାଆ ମହମ୍ମଦ ଶାହିନ। ହେଲେ ଚିକିତ୍ସା ମିଳୁନାହିଁ ।
/kanak/media/media_files/2025/08/10/13-2025-08-10-17-46-54.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)