ନିଶଙ୍କଙ୍କ ପଶ୍ଚାତ୍‌ଧାବନ ଶତକ: ଶତାବ୍ଦୀ ଧରି ମନେ ରହିବ

Advertisment

ନିଶଙ୍କ ମାତ୍ର ୫୨ ବଲ୍‌ରୁ ୧୦୦* ରନ୍‌ ସଂଗ୍ରହ କରିବା ସହ ଅଷ୍ଟ୍ରେଲିଆର ୧୮୨ ରନ୍‌ ଲକ୍ଷ୍ୟକୁ ୧୨ ବଲ୍‌ ପୂର୍ବରୁ ଶେଷ କରି ଦେଇଥିଲେ । ପଥୁମଙ୍କ ପାଳିରେ ୧୦ ଚୌକା ଓ ୫ ଦର୍ଶନୀୟ ଛକା ସାମିଲ ଥିଲା, ଯାହା ପାଲେକେଲ୍‌ ପ୍ରଶଂସକଙ୍କୁ ସୋମବାର ରାତିରେ ବିମୋହିତ କରି ଦେଇଥିଲା । 

ନିଶଙ୍କ ମାତ୍ର ୫୨ ବଲ୍‌ରୁ ୧୦୦* ରନ୍‌ ସଂଗ୍ରହ କରିବା ସହ ଅଷ୍ଟ୍ରେଲିଆର ୧୮୨ ରନ୍‌ ଲକ୍ଷ୍ୟକୁ ୧୨ ବଲ୍‌ ପୂର୍ବରୁ ଶେଷ କରି ଦେଇଥିଲେ । ପଥୁମଙ୍କ ପାଳିରେ ୧୦ ଚୌକା ଓ ୫ ଦର୍ଶନୀୟ ଛକା ସାମିଲ ଥିଲା, ଯାହା ପାଲେକେଲ୍‌ ପ୍ରଶଂସକଙ୍କୁ ସୋମବାର ରାତିରେ ବିମୋହିତ କରି ଦେଇଥିଲା । 

pathum nissanka

କନକ ବ୍ୟୁରୋ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ସୋମବାର ରାତିରେ ପଥୁମ ନିଶଙ୍କଙ୍କ ସଫଳ ପଶ୍ଚାତ୍‌ଧାବନ ଶତକ ଅଷ୍ଟ୍ରେଲିଆକୁ ଧରାଶାୀୟୀ କରିଛି । ଏହି ପୂର୍ବ ବିଜେତା ଦଳ ମଧ୍ୟ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ନିଶଙ୍କ ମାତ୍ର ୫୨ ବଲ୍‌ରୁ ୧୦୦* ରନ୍‌ ସଂଗ୍ରହ କରିବା ସହ ଅଷ୍ଟ୍ରେଲିଆର ୧୮୨ ରନ୍‌ ଲକ୍ଷ୍ୟକୁ ୧୨ ବଲ୍‌ ପୂର୍ବରୁ ଶେଷ କରି ଦେଇଥିଲେ । ପଥୁମଙ୍କ ପାଳିରେ ୧୦ ଚୌକା ଓ ୫ ଦର୍ଶନୀୟ ଛକା ସାମିଲ ଥିଲା, ଯାହା ପାଲେକେଲ୍‌ ପ୍ରଶଂସକଙ୍କୁ ସୋମବାର ରାତିରେ ବିମୋହିତ କରି ଦେଇଥିଲା ।  

ଏହା ବି ପଢ଼ନ୍ତୁ: ସବୁ ଜିତି ସୁପର-୮ ଯିବା ଲକ୍ଷ୍ୟରେ ଭାରତ: କାଲି ନେଦରଲାଣ୍ଡ୍‌ସକୁ ଭେଟିବ

ଚଳିତ ବିଶ୍ବକପ୍‌ରେ ଏହା ପ୍ରଥମ ଶତକ ମଧ୍ୟ । ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ୧୯ ବର୍ଷର ଇତିହାସରେ ଏହା ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଶତକ । ପଶ୍ଚାତ୍‌ଧାବନର ଚାପ ସତ୍ତ୍ବେ ପଥୁମ ନିଜ ଦକ୍ଷତା ଓ ଆତ୍ମବିଶ୍ବାସ ବଳରେ ଅସମ୍ଭବକୁ ସମ୍ଭବ କରିଛନ୍ତି । ଆରମ୍ଭରୁ ଯେଉଁ ଲୟରେ ବ୍ୟାଟିଂ କରିଥିଲେ ଶେଷ ପର୍ଯ୍ୟନ୍ତ ଜାରି ରଖିଥିଲେ । ମାର୍କସ ଷ୍ଟୋଇନିସ୍‌ଙ୍କ ଗୋଟିଏ ଓଭରରୁ ୨୦ ରନ୍‌ ଏବଂ ନାଥନ୍ ଏଲିସଙ୍କଠାରୁ ୧୬ ରନ୍‌ ଆଦାୟ କରିଥିଲେ । ଦଳ ବିଜୟ ଦ୍ବାରରେ ପହଞ୍ଚିବା ପରେ ଆଦାମ ଜାମ୍ପାଙ୍କଠାରୁ ଲଙ୍ଗ୍‌ ଅନ୍‌ରୁ ସିଙ୍ଗଲ୍‌ ନେଇ ସ୍ମରଣୀୟ ଶତକ ପୂର୍ଣ୍ଣ କରିଥିଲେ ପଥୁମ ।ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଶ୍ରୀଲଙ୍କାର ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର୍‌ ହାସଲରେ ମଧ୍ୟ ପଥୁମ ପୂର୍ବତନ ଖେଳାଳି ମାହେଲା ଜୟବର୍ଦ୍ଧନେଙ୍କ ସମକକ୍ଷ ହୋଇଛନ୍ତି । ଉଭୟ ସମାନ ୧୦୦ ରନ୍‌ କରିଥିଲେ ।

ପଥୁମ କିନ୍ତୁ ଅପରାଜିତ ଥିବାରୁ ଶୀର୍ଷରେ ଅଛନ୍ତି । ମାହେଲା ୨୦୧୦ ସଂସ୍କରଣରେ ଜିମ୍ବାୱେ ବିପକ୍ଷରେ ୧୦୦ ରନ୍‌ କରିଥିଲେ । ସେହି ସଂସ୍କରଣରେ ମାହେଲା ମଧ୍ୟ ୱେ‌‌ଷ୍ଟଇଣ୍ଡିଜ୍‌ ବିପକ୍ଷରେ ୯୮* ଏବଂ ୨୦୦୯ରେ ତିଲକରତ୍ନେ ଦିଲସାନ୍‌ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୯୬* ରନ୍‌ କରିଥିଲେ । ସୋମବାର ରାତିରେ କିନ୍ତୁ ପଥୁମ ଶତକ ହାସଲ କରିବା ପରେ ନିଆରା ଢଙ୍ଗରେ ଉତ୍ସବ ପାଳିଥିଲେ । ମୁଣ୍ଡରୁ ହେଲ୍‌‌ମେଟ୍‌ କାଢ଼ିବା ପରେ ସେ ଦୁଇ ବାହୁକୁ ଖୋଲି ପ୍ରଶଂସକଙ୍କ ଆଭିବାଦନ ଗ୍ରହଣ କରିଥିଲେ । ଆଖିକୁ ବନ୍ଦ କରିବା ସହ ଓଠ ଉପରେ ଆଙ୍ଗୁଳି ରଖି ‘ଚୁପ’ ରହିବାର ସଙ୍କେତ ଦେଇଥିଲେ । ପ୍ରକାରାନ୍ତରେ କହିଥିଲେ ‘ଅନେକ ବାଟ ଯିବାର ଅଛି’ । ପାଲେକେଲ୍‌ରେ ସୋମବାର ରାତି ନିଶ୍ଚିତ ଭାବେ ସ୍ବତନ୍ତ୍ର ରହିବ । ଏହି ଶତକ ମଧ୍ୟ ଶ୍ରୀଲଙ୍କା କ୍ରିକେଟ୍‌ ଏବଂ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଶତାବ୍ଦୀର ଅନ୍ୟତମ ଶ୍ରେଷ୍ଠ ହୋଇ ରହିବ ବୋଲି ବିଶ୍ବାସ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe