କନକ ବ୍ୟୁରୋ : ଶୀତୁଆ ସକାଳରେ ରାଜଧାନୀକୁ ଫେରିଲା ପଥୋତ୍ସବ। ମାଷ୍ଟର କ୍ୟାଣ୍ଟିନ ଠାରୁ ରାମ ମନ୍ଦିର ପର୍ୟ୍ୟନ୍ତ ଜନପଥରେ ଜମିଛି ନୃତ୍ୟ ଗୀତର ଆସର। ଝୋଟି, ଯୋଗ, ସ୍କେଟିଂ, ସାଇକେଲିଂ, ବାସ୍କେଟ ବଲ, ଲୁଡୁ, କୁଇଜ୍ କମ୍ପିଟିସନ, ରଙ୍ଗୋଲୀ, ମ୍ୟାଜିକ ଶୋରେ ମସଗୁଲ ରାଜଧାନୀର ପିଲାଠୁ ବୟସ୍କ । ଆସନ୍ତା ୮ତାରିଖରୁ ଭୁବନେଶ୍ବରରେ ୧୮ ପ୍ରବାସୀ ଭାରତୀୟ ଦିବସ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ବିଭିନ୍ନ ସିଟି ଆକ୍ଟିଭେସନ କାର୍ୟ୍ୟକ୍ରମ ମାନ ଅନୁଷ୍ଠିତ ହେଉଛି । ଜନପଥରେ ଆଜିଠାରୁ ପଥୋତ୍ସବ କାର୍ୟ୍ୟକ୍ରମ ଅନୁଷ୍ଠିତ ଆରମ୍ଭ ହୋଇଥିବା ବେଳେ ସଂଧ୍ୟାରେ ପ୍ରଦର୍ଶନୀ ପଡ଼ିଆରେ ଆଦିବାସୀ ମେଳାର ଉଦଘାଟନ କରାଯିବ । ବିଭିନ୍ନ ପାର୍କ ମାନଙ୍କରେ ମଧ୍ୟ ଭଳିକି ଭଳି କାର୍ୟ୍ୟକ୍ରମର ଆୟୋଜନ କରାଯାଉଛି ।
ପଥ ଉତ୍ସବରେ ଦୁଲୁକୁଛି ରାଜଧାନୀ ; ମାଷ୍ଟରକ୍ୟାଣ୍ଟିନରୁ ରାମ ମନ୍ଦିର ଯାଏଁ ନାଚ ଗୀତର ଆସର
Advertisment
Follow Us