ସମ୍ବଲପୁର ମହାନଗର ନିଗମ ନିର୍ବାଚନ ପାଇଁ ଫିଟିଲା ବାଟ, ମାମଲାର ଶୁଣାଣିରେ ପୂର୍ଣ୍ଣଛେଦ ପକାଇଲେ ହାଇକୋର୍ଟ

ଏ ସଂପର୍କିତ ମାମଲାର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ପୌର ନିଗମର ୱାର୍ଡ ସଂରକ୍ଷଣ ପାଇଁ ପ୍ରକାଶିତ ବିଜ୍ଞପ୍ତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି । ୫୦ ପ୍ରତିଶତରୁ ଅଧିକ ୱାର୍ଡ ସଂରକ୍ଷିତ ବର୍ଗଙ୍କ ପାଇଁ ରଖାଯାଇ ପ୍ରକାଶିତ ବିଜ୍ଞପ୍ତିକୁ ହାଇକୋର୍ଟ ରଦ୍ଦ କରିବା ସହିତ ସାନି ବିଜ୍ଞପ୍ତି ପ୍ରକାଶ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି  । ସଂରକ୍ଷଣ ୫୦ ପ୍ରତିଶିତ ସୀମା ଭିତରେ ରଖି ଓ ସୁପ୍ରିମକୋର୍ଟଙ୍କ ରାୟ ପାଳନ କରି ୬ ସପ୍ତାହ ଭିତରେ ସାନି ବିଜ୍ଞପ୍ତି ପ୍ରକାଶ ପାଇଁ ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

38

କନକ ବ୍ୟୁରୋ :  ସମ୍ବଲପୁର ପୌର ନିଗମ ନିର୍ବାଚନ ପାଇଁ ବାଟ ଫିଟିଛି । ଏ ସଂପର୍କିତ ମାମଲାର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ପୌର ନିଗମର ୱାର୍ଡ ସଂରକ୍ଷଣ ପାଇଁ ପ୍ରକାଶିତ ବିଜ୍ଞପ୍ତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି । ୫୦ ପ୍ରତିଶତରୁ ଅଧିକ ୱାର୍ଡ ସଂରକ୍ଷିତ ବର୍ଗଙ୍କ ପାଇଁ ରଖାଯାଇ ପ୍ରକାଶିତ ବିଜ୍ଞପ୍ତିକୁ ହାଇକୋର୍ଟ ରଦ୍ଦ କରିବା ସହିତ ସାନି ବିଜ୍ଞପ୍ତି ପ୍ରକାଶ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି  । ସଂରକ୍ଷଣ ୫୦ ପ୍ରତିଶିତ ସୀମା ଭିତରେ ରଖି ଓ ସୁପ୍ରିମକୋର୍ଟଙ୍କ ରାୟ ପାଳନ କରି ୬ ସପ୍ତାହ ଭିତରେ ସାନି ବିଜ୍ଞପ୍ତି ପ୍ରକାଶ ପାଇଁ ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟ ଅଜୟ କୁମାର ମହାନ୍ତିଙ୍କ ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି । ହାଇକୋର୍ଟଙ୍କ ରାୟ ପରେ ସମ୍ବଲପୁର ପୌର ନିଗମ ନିର୍ବାଚନ ପାଇଁ ବାଟ ପଥ ପରିଷ୍କାର ହୋଇଛି । ସମ୍ବଲପୁର ପୌର ନିଗମ ହେବା ପରେ ନିର୍ବାଚନ ପାଇଁ ପ୍ରକାଶିତ ୱାର୍ଡ ସଂରକ୍ଷଣ ବିଜ୍ଞପ୍ତିକୁ ଚାଲେଞ୍ଜ କରି ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ୫୦ ପ୍ରତିଶତରୁ ଅଧିକ ୱାର୍ଡ ସଂରକ୍ଷିତ ବର୍ଗଙ୍କ ପାଇଁ ରଖାଯାଇଥିବା ଅଭିଯୋଗ ନେଇ ୨୦୧୫ରେ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ହାଇକୋର୍ଟ ମାମଲାର ପ୍ରାରମ୍ଭିକ ଶୁଣାଣି କରି ଏହି ବିଜ୍ଞପ୍ତି ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଥିଲେ। ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ ପାଇଁ ୧୦ ବର୍ଷ ହେବ ସମ୍ବଲପୁର ପୌର ପରିଷଦ ନିର୍ବାଚନ ହୋଇ ପାରୁ ନଥିଲା।

ସମ୍ବଲପୁର ମହାନଗର ନିଗମ
୧୨ ବର୍ଷ ତଳେ ସମ୍ବଲପୁର ପାଇଥିଲା ମହାନଗର ନିଗମ ମାନ୍ୟତା
୨୦୧୩ ନଭେମ୍ବର ୧୫ରେ ଘୋଷଣା ହୋଇଥିଲା ସମ୍ବଲପୁର ମହାନଗର ନିଗମ
ଘୋଷଣା ପରେ ବି ହୋଇପାରିନି ମହାନଗର ନିଗମ ନିର୍ବାଚନ
ମହାନଗର ନିଗମର ପରିସୀମା ୩୦୩ ସ୍କୋୟାର କିଲୋମିଟର
୨୦୧୧ ଜନଗଣନା ଅନୁସାରେ ଜନସଂଖ୍ୟା ୩ ଲକ୍ଷ ୩୫ ହଜାର ୭୬୧
୭୮ ହଜାର ୮୦୩ ଘର ସହ ରହିଛି ୪୧ଟି ୱାର୍ଡ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe