ପାଣ୍ଡିଆନଙ୍କ ଉପରେ ବର୍ଷିଲେ ପ୍ରସନ୍ନ : କହିଲେ, ଦଳର ବିପର୍ଯ୍ୟୟ ଲାଗି ସେ ହିଁ ଦାୟୀ

ଦଳରେ କ’ଣ ଅଛି ଯେ ଦଳ ଗଢ଼ିବେ ? ବିଜେଡି ଦଳରେ ଏବେ ଷଡ଼ଯନ୍ତ୍ର ଚାଲିଛି । ମୋ ବିରୋଧରେ ବି ପାଣ୍ଡିଆନ ଷଡ଼ଯନ୍ତ୍ର କରିଥିଲେ

ଅଦ୍ୟତନ ହୋଇଛି
Prasana Target Pandian

Prasana Target Pandian Photograph: (kanak News)

କନକ ବ୍ୟୁରୋ: ପ୍ରସନ୍ନ ପାଟ୍ଟଶାଣୀଙ୍କ ବିଷୋଦ୍‌ଗାର । ଟାର୍ଗେଟ୍‌ରେ ନବୀନ ଓ ପାଣ୍ଡିଆନ । ବୁଲେଇ ବଙ୍କାଇ ନୁହେଁ ବରଂ ସିଧାସଳଖ କହିଛନ୍ତି ବିଜେଡିର ଏ ଅବସ୍ଥା ଲାଗି ପାଣ୍ଡିଆନ ହିଁ ଦାୟୀ । ଖାଲି ଏତିକି ନୁହେଁ ବିଜେଡି ବୁଡ଼ିଯାଉଥିବା କଥା ବି ସେ କହିଛନ୍ତି । ବିଜେଡି ନେତା ଏବେ ଅଣନିଃଶ୍ବାସୀ ହୋଇଗଲେଣି, ଦଳ ୩ ଭାଗ ହୋଇଯିବ ପଛେ ପାଣ୍ଡିଆନଙ୍କୁ ନବୀନ ଛାଡ଼ିବେନି ଏବଂ ନବୀନଙ୍କ ଚେତାବନୀ କିଛି କାମ ଦେବନି ବୋଲି ରୋକଠୋକ୍‌ କହିଛନ୍ତି ପ୍ରସନ୍ନ ପାଟ୍ଟଶାଣୀ । 

ନବୀନ ଓ ପାଣ୍ଡିଆନଙ୍କ ପୋଲ ଖୋଲିଲେ ପ୍ରସନ୍ନ
କହିଲେ, ପାଣ୍ଡିଆନ ହିଁ ଟିକେଟ୍‌ ବାଣ୍ଟନ୍ତି
ନବୀନ ମିଛ କହୁଛନ୍ତି 
କେବଳ ପାଣ୍ଡିଆନ ପାଇଁ ହିଁ ଦଳ ହାରିଛି
ପାଣ୍ଡିଆନଙ୍କ ପାଇଁ ଦଳ ଭାଙ୍ଗିଯାଉଛି
ତଥାପି ଲାଜ ଲାଗୁନି ତାଙ୍କ ସପୋର୍ଟରେ କହୁଛ

ବିଜେଡିରେ ଏବେ ପ୍ରବଳ କନ୍ଦଳ । ଜଣଙ୍କ ପରେ ଜଣେ ନେତା ଗଣମାଧ୍ୟମରେ ମୁହଁ ଖୋଲି ପାଣ୍ଡିଆନଙ୍କ ବିରୋଧରେ ବର୍ଷୁଛନ୍ତି । ହେଲେ ନବୀନ ବାବୁ ବାରମ୍ବାର ତାଙ୍କୁ କ୍ଲିନ୍‌ଚିଟ୍‌ ଦେଉଛନ୍ତି । ଯାହାକୁ ନାପସନ୍ଦ କରୁଛନ୍ତି ପ୍ରସନ୍ନ ପାଟ୍ଟଶାଣୀ । କହିଛନ୍ତି, ଦଳ ବୁଡ଼ିଗଲାଣି ହେଲେ ବି ନବୀନ ବାବୁଙ୍କ ଚେତା ପଶୁନି । ତାଙ୍କ ସମର୍ଥନରେ କହିବାକୁ କେମିତି ଲାଜ ଲାଗୁନି ବୋଲି ସେ ପ୍ରଶ୍ନ ବି କରିଛନ୍ତି । ବରିଷ୍ଠ ନେତାମାନେ ଯେଉଁ ଅଭିଯୋଗ କରୁଛନ୍ତି ତାହା ସଂପୂର୍ଣ୍ଣ ସତ । 

ବିଜେଡି ନେତା ଅଣନିଶ୍ବାସୀ ହେଲେଣି
ବିଜେଡି ତିନିଫାଳ ହୋଇଯିବ
ମୁଁ ଯାହା ଦେଖିଛି ତାହା କଣ କହିହେବ

ନବୀନ-ପାଣ୍ଡିଆନଙ୍କୁ ନେଇ ପାଟ୍ଟଶାଣୀ କହିଛନ୍ତି ମୁଁ ଯାହା ଦେଖିଛି ତାହା କଣ କହିହେବ । ମହୁ ଫେଣାରେ ମହୁ ଅଛି ବୋଲି କହି ତେରଛା ବାଣ ମାରିଛନ୍ତି ପ୍ରସନ୍ନ । ଏହାସହ କହିଛନ୍ତି, ଚେତାବନୀ କାମ ଦେବ ନାହିଁ । ଅଳ୍ପଦିନ ପରେ ସବୁ ଦେଖିବ । ମୁଁ ଠିକ୍‌ ସମୟରେ ଠିକ୍‌ ନିଷ୍ପତ୍ତି ନେଇଛି । ନଚେତ୍‌ ପଲିଟିକାଲ ଡେଥ୍‌ ହୋଇଯାଇଥାଆନ୍ତା ବୋଲି କହିଛନ୍ତି ପ୍ରସନ୍ନ ।

ଚିଲିକାରୁ ନିର୍ବାଚନ ଲଢିବାକୁ ମୁଁ ଚାହୁଥିଲି
ପାଣ୍ଡିଆନ ସାଲିସ୍‌ କରିଦେଇ ଟିକେଟ୍‌ କାଟିଦେଲେ

ସେପଟେ ୨୪ ନିର୍ବାଚନରେ ଚିଲିକାରୁ ସେ ନିର୍ବାଚନ ଲଢିବା ପାଇଁ ସେ ଚାହୁଥିଲେ ଏବଂ ପାଣ୍ଡିଆନ ଯାଇ ସାଲିସ୍‌ କରିବା ପରେ ଟିକେଟ୍‌ କଟିଗଲା ବୋଲି ପ୍ରସନ୍ନ କହିଛନ୍ତି । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଦେବାଶିଷ ଯାହା କହିଛନ୍ତି ତାହା ଭୁଲ୍‌ ନୁହେଁ, ଦଳକୁ ବିକ୍ରି କରିବାକୁ ପାଣ୍ଡିଆନ ଚେଷ୍ଟା କରୁଥିଲେ । 

ମୋଟ୍‌ ଉପରେ ବିଜେଡିରେ ଯେଉଁ ଘଟଣା ଘଟୁଛି ତାହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଥିବା ବେଳେ ବିଜେଡି ନେତା ନିଇତି ବିସ୍ଫୋରଣ କରୁଛନ୍ତି । ହେଲେ ପ୍ରସନ୍ନ ପାଟ୍ଟଶାଣୀ ଯେଉଁ ବୟାନ ଦେଇଛନ୍ତି ତାହା ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe