ପଠାଣି ସାମନ୍ତ ପରୀକ୍ଷା ଆଡମିଟ କାର୍ଡରେ ତ୍ରୁଟିପୂର୍ଣ୍ଣ ଓଡ଼ିଆ

Advertisment

ଆଡମିଟ୍ କାର୍ଡରେ ତ୍ରୁଟିପୂର୍ଣ୍ଣ ଓଡ଼ିଆ। ପଠାଣି ସାମନ୍ତ ପରୀକ୍ଷା ଆଡମିଟ କାର୍ଡରେ ଏପରି ତ୍ରୁଟି ଦେଖିବାକୁ ମିଳିଛି। ଏଥିରେ ଲେଖାଥିବା ଓଡ଼ିଆ ଠିକ୍‌ ଭାବେ ପଢ଼ି ହେଉନି କିମ୍ବା ବୁଝି ହେଉନି।

ଆଡମିଟ୍ କାର୍ଡରେ ତ୍ରୁଟିପୂର୍ଣ୍ଣ ଓଡ଼ିଆ। ପଠାଣି ସାମନ୍ତ ପରୀକ୍ଷା ଆଡମିଟ କାର୍ଡରେ ଏପରି ତ୍ରୁଟି ଦେଖିବାକୁ ମିଳିଛି। ଏଥିରେ ଲେଖାଥିବା ଓଡ଼ିଆ ଠିକ୍‌ ଭାବେ ପଢ଼ି ହେଉନି କିମ୍ବା ବୁଝି ହେଉନି।

12

Photograph: (kanak news)

କନକ ବ୍ୟୁରୋ : ଆଡମିଟ୍ କାର୍ଡରେ ତ୍ରୁଟିପୂର୍ଣ୍ଣ ଓଡ଼ିଆ । ପଠାଣି ସାମନ୍ତ ପରୀକ୍ଷା ଆଡମିଟ କାର୍ଡରେ ଏପରି ତ୍ରୁଟି ଦେଖିବାକୁ ମିଳିଛି । ଏଥିରେ ଲେଖାଥିବା ଓଡ଼ିଆ ଠିକ୍‌ ଭାବେ ପଢ଼ି ହେଉନି କିମ୍ବା ବୁଝି ହେଉନି । ଆଜି ପରୀକ୍ଷା ହେବାର ଅଛି। ଆଡମିଟ୍ କାର୍ଡରେ କିପରି ଏପରି ଭୁଲ୍ ରହିଲା, ଆଉ କେମିତି କାହାର ନଜର ପଡ଼ିଲାନି, ତାହା ଏବେ ବଡ଼ ପ୍ରଶ୍ନ । ଆଡମିଟ୍ କାର୍ଡ଼ ଧରି ପରୀକ୍ଷା ହଲ୍‌କୁ ଯାଉଥିବା ପିଲାଏ କିପରି ଏହାକୁ ପଢ଼ିବେ, ଆଉ ଏଥିରେ ଥିବା ନିର୍ଦ୍ଦେଶାବଳିକୁ ବୁଝିବେ, ତାହା ସମସ୍ୟା ସୃଷ୍ଟି କରିଛି ।  

ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ପାଇଁ ପ୍ରବେଶ ପତ୍ର ସମ୍ବନ୍ଧରେ କିଛି ପ୍ରମୁଖ ସମସ୍ୟା ଦେଖାଦେଇଛି । ସରକାରୀ ନିୟମ ଅନୁଯାୟୀ, ଏହି ଆଡମିଟ୍ କାର୍ଡଗୁଡ଼ିକ କେବଳ ସ୍କୁଲ୍ କର୍ତ୍ତୃପକ୍ଷ କିମ୍ବା ବ୍ଲକ୍ ଶିକ୍ଷା ଅଧିକାରୀମାନେ BSE Odisha ର ଅଫିସିଆଲ୍ ପୋର୍ଟାଲ୍ ମାଧ୍ୟମରେ ଡାଉନଲୋଡ୍ କରିପାରିବେ, ଯେଉଁଥିପାଇଁ ଅନେକ ଛାତ୍ରଛାତ୍ରୀ ବ୍ୟକ୍ତିଗତ ଭାବେ ଏହାକୁ ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି  ।

ଏହା ସହିତ,  ଡାଉନଲୋଡ ପରେ ଏଥିରେ ତ୍ରୁଟି ଦେଖାଯାଇଛି  ଯାହାକୁ ନେଇ ସମସ୍ତେ ଅସନ୍ତୋଷ ପ୍ରକାଶ କରିଛନ୍ତି ଏଫରି ହେଲେ କିପରି ପରୀକ୍ଷା ଦେବେ ତାହା  ପ୍ରଶ୍ନ ଉଠିଛି  ଏବଂ କିଛି ଆଡମିଟ୍ କାର୍ଡରେ ତ୍ରୁଟିପୂର୍ଣ୍ଣ ତଥ୍ୟ ଥିବା ଅଭିଯୋଗ ହୋଇଛି । ଯଦି କୌଣସି ପରୀକ୍ଷାର୍ଥୀଙ୍କ ପାଖରେ ଏପର୍ୟ୍ୟନ୍ତ ପ୍ରବେଶ ପତ୍ର ନାହିଁ, ତେବେ ସେମାନେ ତୁରନ୍ତ ନିଜ ସ୍କୁଲ୍ ପ୍ରଧାନଶିକ୍ଷକଙ୍କ ସହ ଯୋଗାଯୋଗ କରିବା ଉଚିତ୍, କାରଣ ଆଜି ସକାଳ ୧୦ରୁ ଅପରାହ୍ନ ୧ ପର୍ଯ୍ୟନ୍ତ ଏହି ପରୀକ୍ଷା ଅନୁଷ୍ଠିତ ହେଉଛି। ଯାତାୟାତ ସମସ୍ୟା କିମ୍ବା ଅନ୍ୟାନ୍ୟ ପ୍ରଶାସନିକ ବାଧାବିଘ୍ନ ସତ୍ତ୍ୱେ ବୋର୍ଡ ପକ୍ଷରୁ ପରୀକ୍ଷା ପରିଚାଳନା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । 

 ଆହୁରି ପଢନ୍ତୁ ଆଜି ଠାରୁ ସଂସଦର ବଜେଟ୍ ଅଧିବେଶନ : ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ଚାଲିବ:

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe