ଆଉ କାମରେ ଆସିବନି ପାସ୍‌ୱାର୍ଡ ! ନୂଆ ସିଷ୍ଟମ ଆଣୁଛି ଗୁଗଲ୍‌ । ପାସ୍‌-କି‘ ଜରିଆରେ ହେବ ସବୁ କାମ !

Advertisment

ପାସୱାର୍ଡ ଏବେ ଧୀରେଧୀରେ ପୁରୁଣା ଦିନର କଥା ବା ଅତୀତ ପାଲଟିବାକୁ ଯାଉଛି । ବିଶ୍ୱର ବଡ଼ ବଡ଼ ଟେକ୍ କମ୍ପାନିଗୁଡ଼ିକ ଗ୍ରହଣ କରିସାରିଛନ୍ତି ଯେ ପାସୱର୍ଡ କେବଳ ଅସୁରକ୍ଷିତ ନୁହେଁ, ବରଂ 'ୟୁଜର ଏକ୍ସପେରିଏନ୍ସ' ଦୃଷ୍ଟିକୋଣରୁ ମଧ୍ୟ ଏହା ଦୁର୍ବଳ ହୋଇପଡ଼ିଛି । ଅର୍ଥାତ୍ ବାରମ୍ବାର ପାସୱାର୍ଡ ମନେ ରଖିବା ଏବଂ ଏହାକୁ ବ୍ୟବହାର କରିବା ଗ୍ରାହକଙ୍କ ପାଇଁ ଏବେ ବିରକ୍ତିକର ହେବାରେ ଲାଗିଛି । 

ପାସୱାର୍ଡ ଏବେ ଧୀରେଧୀରେ ପୁରୁଣା ଦିନର କଥା ବା ଅତୀତ ପାଲଟିବାକୁ ଯାଉଛି । ବିଶ୍ୱର ବଡ଼ ବଡ଼ ଟେକ୍ କମ୍ପାନିଗୁଡ଼ିକ ଗ୍ରହଣ କରିସାରିଛନ୍ତି ଯେ ପାସୱର୍ଡ କେବଳ ଅସୁରକ୍ଷିତ ନୁହେଁ, ବରଂ 'ୟୁଜର ଏକ୍ସପେରିଏନ୍ସ' ଦୃଷ୍ଟିକୋଣରୁ ମଧ୍ୟ ଏହା ଦୁର୍ବଳ ହୋଇପଡ଼ିଛି । ଅର୍ଥାତ୍ ବାରମ୍ବାର ପାସୱାର୍ଡ ମନେ ରଖିବା ଏବଂ ଏହାକୁ ବ୍ୟବହାର କରିବା ଗ୍ରାହକଙ୍କ ପାଇଁ ଏବେ ବିରକ୍ତିକର ହେବାରେ ଲାଗିଛି । 

aaaaaaaaa

କନକ ବ୍ୟୁରୋ: ପାସୱାର୍ଡ ଏବେ ଧୀରେଧୀରେ ପୁରୁଣା ଦିନର କଥା ବା ଅତୀତ ପାଲଟିବାକୁ ଯାଉଛି । ବିଶ୍ୱର ବଡ଼ ବଡ଼ ଟେକ୍ କମ୍ପାନିଗୁଡ଼ିକ ଗ୍ରହଣ କରିସାରିଛନ୍ତି ଯେ ପାସୱର୍ଡ କେବଳ ଅସୁରକ୍ଷିତ ନୁହେଁ, ବରଂ 'ୟୁଜର ଏକ୍ସପେରିଏନ୍ସ' ଦୃଷ୍ଟିକୋଣରୁ ମଧ୍ୟ ଏହା ଦୁର୍ବଳ ହୋଇପଡ଼ିଛି । ଅର୍ଥାତ୍ ବାରମ୍ବାର ପାସୱାର୍ଡ ମନେ ରଖିବା ଏବଂ ଏହାକୁ ବ୍ୟବହାର କରିବା ଗ୍ରାହକଙ୍କ ପାଇଁ ଏବେ ବିରକ୍ତିକର ହେବାରେ ଲାଗିଛି । 

ଟେକ୍ନୋଲୋଜି କ୍ଷେତ୍ରରେ ଏକ ବଡ଼ ଧରଣର ପରିବର୍ତ୍ତନ ଆସିବାକୁ ଯାଉଛି । ପ୍ରଥମ ଥର ପାଇଁ ବଡ଼ ସ୍ତରରେ ପାସ୍‌ୱାର୍ଡ ବ୍ୟବସ୍ଥାକୁ ହଟାଇବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଏଣିକି ‘ପାସ୍‌- କି’ ମାଧ୍ୟମରେ ଯେକୌଣସି ଆକାଉଣ୍ଟକୁ ଲଗଇନ୍ କରିବା ପୂର୍ବାପେକ୍ଷା ଅଧିକ ସହଜ ଏବଂ ସୁରକ୍ଷିତ ହେବ । ଏହି ନୂତନ ବ୍ୟବସ୍ଥା ୟୁଜର୍ସଙ୍କୁ  ବାରମ୍ବାର ଜଟିଳ ପାସ୍‌ୱାର୍ଡ ମନେ ରଖିବା ଟେନ୍‌ସନ୍‌ରୁ ମୁକ୍ତି ଦେବ। ଏହା କେବଳ ସୁବିଧାଜନକ ନୁହେଁ, ବରଂ ବ୍ୟବହାରକାରୀଙ୍କୁ ସାଇବର ଆକ୍ରମଣ ଏବଂ ଡାଟା ଚୋରି ଭଳି ବିପଦରୁ ମଧ୍ୟ ସୁରକ୍ଷା ପ୍ରଦାନ କରିବ। ଫଳରେ ସାଧାରଣ ଲୋକେ ନିର୍ଭୟରେ ଡିଜିଟାଲ୍ ପ୍ଲାଟଫର୍ମ ବ୍ୟବହାର କରିପାରିବେ । 

ଭାରତରେ ପରିବାର ମଧ୍ୟରେ ଫୋନ୍ ସେୟାରିଂ ଏବଂ ସେକେଣ୍ଡ-ହ୍ୟାଣ୍ଡ ଡିଭାଇସର ବହୁଳ ବ୍ୟବହାର ଯୋଗୁଁ ‘ପାସ୍‌-କି’ ଟେକ୍ନୋଲୋଜି ଲାଗୁ କରିବା ଏକ ବଡ଼ ଚ୍ୟାଲେଞ୍ଜ । ଏହି ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଡିଭାଇ Aସ୍ ସହିତ ଜଡ଼ିତ ହୋଇଥିବାରୁ, ଫୋନ୍ ହଜିଗଲେ କିମ୍ବା ଖରାପ ହେଲେ ଆକାଉଣ୍ଟ ଫେରି ପାଇବା ଅତ୍ୟନ୍ତ କଷ୍ଟକର ହୋଇପଡ଼େ । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସହଜ ‘ରିକଭରି’ ବ୍ୟବସ୍ଥା ନଥିବାରୁ ୟୁଜର୍ସ ନିଜ ଆକାଉଣ୍ଟରୁ ସ୍ଥାୟୀ ଭାବେ ବାଦ୍ ପଡ଼ିଯିବାର ଆଶଙ୍କା ରହିଛି । 

ରିପୋର୍ଟ ଅନୁସାରେ, ପାସକି ଆପଣାଇବା କ୍ଷେତ୍ରରେ ଟେକ୍ନୋଲୋଜି ନୁହେଁ ବରଂ ‘ଆକାଉଣ୍ଟ ରିକଭରି’ ହିଁ ପ୍ରକୃତ ସମସ୍ୟା । ବିକଶିତ ଦେଶମାନଙ୍କରେ ବ୍ୟକ୍ତିଗତ ଫୋନ୍, କ୍ଲାଉଡ୍ ବ୍ୟାକଅପ୍ ଏବଂ ମଲ୍ଟି-ଡିଭାଇସ୍ ସିଙ୍କ୍ ସୁବିଧା ଯୋଗୁଁ ଏହି ବ୍ୟବସ୍ଥା ସହଜ ହୋଇଥାଏ । କିନ୍ତୁ ଭାରତ ଭଳି ଦେଶରେ ସମସ୍ତ ୟୁଜର୍ସଙ୍କ ପାଖରେ ଏଭଳି ସମାନ ସୁବିଧା ଥିବା ଭାବିବା ଏକ ବଡ଼ ଭୁଲ୍ ହୋଇପାରେ । 

ଅଧିକ ପଢ଼ନ୍ତୁ:ଯାନ୍ତ୍ରିକ ତ୍ରୁଟିରୁ ବିମାନ ଦୁର୍ଘଟଣା ! ଇଣ୍ଡିଆନ୍ ୱାନ୍ ଏୟାର ପ୍ରମୋଟରଙ୍କ ବଡ଼ ସୂଚନା

ପାସ୍‌-କି ବ୍ୟବସ୍ଥା ପାଇଁ ‘ଡିଭାଇସ୍ ସେୟାରିଂ’ ମଧ୍ୟ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି । ଯଦି ଗୋଟିଏ ପରିବାରରେ ଗୋଟିଏ ଫୋନରେ ଅନେକ ସଦସ୍ୟଙ୍କ ଆକାଉଣ୍ଟ ଲଗଇନ୍ ରହୁଛି, ତେବେ ପ୍ରାଇଭେସି ଏବଂ ଆକ୍ସେସ୍ କଣ୍ଟ୍ରୋଲ୍ ପରିଚାଳନା କରିବା କଷ୍ଟକର ହୋଇପଡ଼େ । ଏହି କାରଣରୁ ଅନେକ ପ୍ଲାଟଫର୍ମ ବାଧ୍ୟ ହୋଇ ବ୍ୟାକଅପ୍ ଭାବେ ପୁରୁଣା ତଥା କମ୍ ସୁରକ୍ଷିତ ଲଗଇନ୍ ପଦ୍ଧତିକୁ ଜାରି ରଖୁଛନ୍ତି, ଯାହା ପାସ୍‌-କିର ପ୍ରକୃତ ସୁରକ୍ଷା ଫାଇଦାକୁ ଦୁର୍ବଳ କରିଦେଉଛି । 

ଯଦି ଆପଣ ନିଜ ଫୋନକୁ ଅନ୍ୟ କାହା ସହ ସେୟାର କରୁନାହାଁନ୍ତି, ତେବେ ଆପଣ ଏହାକୁ ଏକ ‘ପାସ୍‌-କି’ ଭାବରେ ବ୍ୟବହାର କରିପାରିବେ । ବର୍ତ୍ତମାନ ଜିମେଲଠାରୁ ଆରମ୍ଭ କରି ଅନ୍ୟ ଅନେକ ଆକାଉଣ୍ଟରେ ‘ପାସ୍‌-କି’ ଯୋଡ଼ିବା ପାଇଁ ବିକଳ୍ପ ଉପଲବ୍ଧ ହେଉଛି । ଅନ୍ୟପଟେ, ଯଦି ଆପଣ ପାସୱାର୍ଡ ମ୍ୟାନେଜ୍ କରିବାକୁ ଚାହୁଛନ୍ତି, ତେବେ ‘1Pass’ ଭଳି ଆପ୍ଲିକେସନ୍ ବ୍ୟବହାର କରିପାରିବେ । ତେବେ ମନେ ରଖନ୍ତୁ ଯେ ଏହା ଏକ ପେଡ୍ ଆପ୍ ଏବଂ ଏହାର ସୁବିଧା ପାଇବା ପାଇଁ ଆପଣଙ୍କୁ ସବସ୍କ୍ରିପସନ୍ ନେବାକୁ ପଡ଼ିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe