କନକ ବ୍ୟୁରୋ: ପହଲଗାମ୍ ଘଟଣା ପରେ ତତ୍ପର ରେଳବାଇ ସୁରକ୍ଷା ବାହିନୀ । କଟକ ରେଳ ଷ୍ଟେସନରେ ଚାଲିଛି କଡ଼ାକଡ଼ି ଯାଞ୍ଚ । ବ୍ୟାଗେଜ୍ କାଉଣ୍ଟର ଠାରୁ ଆରମ୍ଭ କରି ସନ୍ଦେହଜନକ ଅବସ୍ଥାରେ ପ୍ଲାଟଫର୍ମରେ ଥିବା ବ୍ୟକ୍ତିଙ୍କୁ ପଚରାଉଚରା କରୁଛି ଆର୍ପିଏଫ୍ । ୱାକିଟକି, ବଡି କ୍ୟାମ୍, ଡିଜିଟାଲ ଡିଟେକଟର୍, ଲାଉଡ ସ୍ପିକର୍ ଏଭଳି ଅନେକ ଉପକରଣ ପ୍ରସ୍ତୁତ ହୋଇ ରହିଛି । ରେଳବାଇ ସୁରକ୍ଷା ବାହିନୀ ରେଲୱେ ଷ୍ଟେସନରେ କଡ଼ାକଡ଼ି ଯାଞ୍ଚ କରୁଛି । ଯାତ୍ରୀଙ୍କ ବ୍ୟାଗେଜ ଓ ରେଲୱେ ଷ୍ଟେସନ ପ୍ରବେଶ ପଥରେ ଯାଞ୍ଚ ଚାଲିଛି ।
ଯାତ୍ରୀଙ୍କ ଵ୍ୟାଗେଜକୁ ସ୍କାନରରେ ମଧ୍ୟ ଯାଞ୍ଚ କରାଯାଉଛି । ଏଥି ସହ ଡାକବାଜି ଯନ୍ତ୍ର ମାଧ୍ୟମରେ ଯାତ୍ରୀଙ୍କୁ ସଚେତନ ମଧ୍ୟ କରାଯାଉଛି । ଯଦି କୌଣସି ଯାତ୍ରୀଙ୍କ ନଜରରେ କିଛି ସନ୍ଦିଗ୍ଧ ବସ୍ତୁ, କିମ୍ବା କୌଣସି ବ୍ୟକ୍ତିଙ୍କ ଉପରେ ସନ୍ଦେହ ଆସୁଛି ତାହାଲେ ତୁରନ୍ତ ଏନେଇ ରେଳବାଇ ପୋଲିସକୁ ଜଣାଇବା ପାଇଁ କୁହାଯାଉଛି । ସିସିଟିଭି ମାଧ୍ୟମରେ ରେଲୱେ ଷ୍ଟେସନ ଉପରେ କଡ଼ା ନଜର ରଖିଛି ଆର୍ପିଏଫ୍। ପହଲଗାମ ଘଟଣା ପରେ କଟକ ରେଲୱେ ଷ୍ଟେସନରେ ଏଭଳି ଯାଞ୍ଚକୁ ଯଥାର୍ଥ ବୋଲି କହିବା ସହ ବ୍ୟକ୍ତିଗତ ସ୍ତରରେ ମଧ୍ୟ ପ୍ରତ୍ୟେକ ଯାତ୍ରୀ ସଚେତନ ରହିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଯାତ୍ରୀ । ପହଲ୍ଗଘଟଣା ପରେ ରେଳବାଇ ପୁଲିସ ସଜାଗ ହୋଇଛି । ଏବେ ଦେଖିବାର କଥା ଯାଞ୍ଚ ନିୟମିତ ବ୍ୟବଧାନରେ ହେଉଛି ନା ନାହିଁ ।