ଅମାନବୀୟ ଢ଼ଙ୍ଗରେ ଚାଲିଛି ଯାତ୍ରୀ ପରିବହନ: ଗୋଟିଏ ସ୍ଲିପର ବସରେ ଖୁନ୍ଦି ଖୁନ୍ଦି ଶ୍ରମିକଙ୍କୁ ଚାଲିଛି ବୁହା

Advertisment

ଅମାନବୀୟ ଢଙ୍ଗ ରେ ଯାତ୍ରୀ ପରିବହନ। ଶ୍ରମିକଙ୍କ ଜୀବନ ସହ ସାଂଘାତିକ ଖେଳ। ଅତି ଦୟନୀୟ ଭାବେ ଓଡିଆ ଶ୍ରମିକଙ୍କୁ ବାହାର ରାଜ୍ୟକୁ ପଠାଉଛନ୍ତି ଦଲାଲ। ପ୍ରତି ଦିନ କଳାହାଣ୍ଡି, ନବରଂଗପୁର, କୋରାପୁଟ, ମାଲକାନଗିରି ଜିଲ୍ଲାରୁ ହଜାର ହଜାର ଶ୍ରମିକ କାମ ଧନ୍ଦା ଲାଗି ହାଇଦ୍ରାବାଦ ଦେଇ ବିଭିନ୍ନ ସ୍ଥାନକୁ ଯାଉଛନ୍ତି।

gv

କନକ ବ୍ୟୁରୋ: ଅମାନବୀୟ ଢଙ୍ଗ ରେ ଯାତ୍ରୀ ପରିବହନ। ଶ୍ରମିକଙ୍କ ଜୀବନ ସହ ସାଂଘାତିକ ଖେଳ। ଅତି ଦୟନୀୟ ଭାବେ ଓଡିଆ ଶ୍ରମିକଙ୍କୁ ବାହାର ରାଜ୍ୟକୁ ପଠାଉଛନ୍ତି ଦଲାଲ। ପ୍ରତି ଦିନ କଳାହାଣ୍ଡି, ନବରଂଗପୁର, କୋରାପୁଟ, ମାଲକାନଗିରି ଜିଲ୍ଲାରୁ ହଜାର ହଜାର ଶ୍ରମିକ କାମ ଧନ୍ଦା ଲାଗି ହାଇଦ୍ରାବାଦ ଦେଇ ବିଭିନ୍ନ ସ୍ଥାନକୁ ଯାଉଛନ୍ତି। ଆଉ ସେମାନଙ୍କୁ ଏଭଳି ବିପଦ ସଙ୍କୁଳ ଅବସ୍ଥାରେ ଯାତ୍ରା କରା ଯିବାକୁ ବାଧ୍ୟ କରୁଛନ୍ତି ଦଲାଲ। ରାତିରେ ଚାଲୁ ଥିବା ସ୍ଲିପର ବସ୍‌ର ଡବଲ ବର୍ଥରେ ୨ ଜଣ ଯାତ୍ରୀଙ୍କ ସ୍ଥାନରେ ୮ ଯାତ୍ରୀ ଏବଂ ସିଙ୍ଗଲ ବର୍ଥ ରେ ୪ରୁ ୬ ଜଣଙ୍କୁ ଗାଇଗୋରୁ ପରି ଲଦି ଦିଆଯାଇଛି। ତଳେ ମଧ୍ୟ ମହିଳା, ପିଲା ଛୁଆଙ୍କୁ ସୁଆଇ ଦିଆ ଯାଉଛି। ୪୦ ସଜ୍ଜା ବସରେ ୧୨୦ ରୁ ୧୫୦ ଯାତ୍ରୀଙ୍କୁ ଠୁସି ଠୁସି ଯାତ୍ରା କରିବାକୁ ବାଧ୍ୟ କରୁଛନ୍ତି। ବଡ଼ କଥା ହେଉଛି, ବସ୍ ଭଡା ମଧ୍ୟ ଟିକଟ ପିଛି ୨ଶହ ରୁ ୪ଶହ ଟଙ୍କା ଅଧିକ। ଏନେଇ ଆମେ କିଛି ଦିନ ପୁର୍ବରୁ ଖବର ପ୍ରସାରଣ କରି ଥିଲୁ, ଆରଟିଓ ଓ ପରିବହନ ବିଭାଗ କୁ ଅବଗତ କରାଇ ଥିଲୁ। ତଥାପି ସ୍ଥିତିରେ କୌଣସି ସୁଧାର ଆସି ନାହିଁ। ମାଲକାନଗିରି ହାଇଦ୍ରାବାଦ ଯାଉ ଥିବା ଗୁପ୍ତା ବସ ନଂ ଓଡି ୨୪ ଜେ ୨୪୧୯ ଓ ସଙ୍ଗିତା ବସ ନଂ ଓଡି ୧୦ ଏଚ୍ ୭୬୮୬ର ରିଆଲିଟି ଚେକ୍ କରିଛନ୍ତି ଆମ ପ୍ରତିନିଧି ଦେବବ୍ରତ ସାନା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe