Indigo Photograph: (kanak news)
କନକ ବ୍ୟୁରୋ : ମୁମ୍ବାଇରୁ ଥାଇଲାଣ୍ଡ ଯାଉଥିବା ବିମାନରେ ଦୁର୍ବବ୍ୟହାର ପ୍ରଦର୍ଶନ କରିଥିବା ୨ ଜଣ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦେଇଛି ଇଣ୍ଡିଗୋ ଏୟାରଲାଇନ୍ସ । ବୁଧବାର ଥାଇଲାଣ୍ଡର କ୍ରାବି ଯାଉଥିବା ବିମାନ ବିଭିନ୍ନ କାରଣରୁ ୯ ଘଣ୍ଟା ବିଳମ୍ବିତ ହୋଇଥିଲା । ଅପେକ୍ଷାରତ ଯାତ୍ରୀଙ୍କ ମଧ୍ୟରୁ ଦୁଇ ଜଣ ବିଳମ୍ବକୁ ନେଇ ଅତିଷ୍ଠ ହୋଇ କ୍ୟାବିନ୍ କ୍ରୁଙ୍କୁ ଗାଳିଗୁଳଜ କରୁଥିବାର ଦୃଶ୍ୟ ‘ଏକ୍ସ’ରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି । ଏୟାରଲାଇନ୍ସ ସେମାନଙ୍କୁ ବିଳମ୍ବ ହେବା ନେଇ କୌଣସି ସୂଚନା ଦେଇନଥିବା ଯାତ୍ରୀ ଅଭିଯୋଗ କରିଥିଲେ । ଉତ୍କ୍ଷୀପ୍ତ ହୋଇ ସେମାନେ ଏୟାରଲାଇନ୍ସ ବିରୋଧରେ ସ୍ଲୋଗାନ ଦେଇଥିଲେ । ପାଇଲଟ କକପିଟ୍ରୁ ଆସି ସେମାନଙ୍କ ପ୍ରଶ୍ନର ଉତ୍ତର ଦିଅନ୍ତୁ ବୋଲି ଦୁଇ ଯାତ୍ରୀଦାବି କରିଥିଲେ।
ମୁମ୍ବାଇ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନାନୁଯାୟୀ, ପ୍ରଥମେ ବିମାନ ଆସିବାରେ ବିଳମ୍ବ ହୋଇଥିଲା । ବିମାନ ପଶ୍ଚିମ ଏସିଆରୁ ଆସୁଥିବାବେଳେ ବିଳମ୍ବ ହୋଇଯାଇଥିଲା । ବିମାନ ଆସିବା ପରେ କ୍ରୁ ସଦସ୍ୟଙ୍କ ଉଡ଼ାଣ ସମୟ ଶେଷ ହୋଇଯାଇଥିଲା । ଫଳରେ ଆହୁରି ଅଧିକ ବିଳମ୍ବ ହୋଇଥିଲା । ବିମାନ ସକାଳ ୪ଟା ୫ ମିନିଟରେ ଯିବାକୁ ଥିବାବେଳେ ବିଳମ୍ବ ଯୋଗୁ ଦିନ ୧ ଟା ବେଳେ ଉଡ଼ାଣ ଭରିଥିଲା ।
ଅଧିକ ପଢ଼ନ୍ତୁ---ମହାକାଶରେ ସ୍ୱାସ୍ଥ୍ୟଗତ ଜରୁରୀକାଳୀନ ପରିସ୍ଥିତି; ମିସନ୍ ବାତିଲ କରି ପୃଥିବୀକୁ ଫେରୁଛନ୍ତି ୪ମହାକାଶଚାରୀ
ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ବିଳମ୍ବର ଅନେକ କାରଣ ଦର୍ଶାଯାଇଥିବାବେଳେ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଯାତ୍ରୀଙ୍କୁ ଓହ୍ଲାଇ ଦିଆଯିବା ସହିତ ସୁରକ୍ଷାସଂସ୍ଥାକୁ ହସ୍ତାନ୍ତର କରାଯାଇଥିବା ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି । ବିମାନ ବିଳମ୍ବ ଯୋଗୁଁ ବିମାନବନ୍ଦରରେ ଅପେକ୍ଷାରତ ଯାତ୍ରୀମାନଙ୍କୁ ସମସ୍ତ ପ୍ରକାର ସେବା ଯୋଗାଇ ଦିଆଯାଇଥିଲା । ବିମାନବନ୍ଦରରେ ଉପସ୍ଥିତ ଏୟାରଲାଇନ୍ସ ଟିମ୍ ଯାତ୍ରୀଙ୍କୁ ସମସ୍ତ ପ୍ରକାର ସହାୟତା କରିଥିବା ଏୟାରଲାଇନ୍ସ ପକ୍ଷରୁ ଜାରି ବୟାନରେ କୁହାଯାଇଛି ।
Follow Us