ଯୁକ୍ତ ଦୁଇ ମାର୍କିଂ ଢାଞ୍ଚାରେ ହେବ ପରିବର୍ତ୍ତନ । ୮୦ରୁ ୨୪ ନମ୍ବର ରଖିଲେ ପାସ ।

ଏଥର ମାର୍କିଂ ଢାଞ୍ଚାରେ ପରିବର୍ତ୍ତନ କରାଯାଇଛି । ପ୍ରଥମ ଥର ପାଇଁ ବୋର୍ଡ ପରୀକ୍ଷା ପୂର୍ବରୁ ଆସେସମେଣ୍ଟ ପରୀକ୍ଷା ଦେବେ ଯୁକ୍ତ ୨ ଛାତ୍ରଛାତ୍ରୀ । ୧୦୦ ମାର୍କ ଥିଓରୀ ବଦଳରେ ୮୦ ମାର୍କର ପରୀକ୍ଷା ହେବ। 

ଅଦ୍ୟତନ ହୋଇଛି
53୍୍୍

କନକ ବ୍ୟୁରୋ: ଫେବୃଆରୀ ୧୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ  ପରୀକ୍ଷା। ପରୀକ୍ଷା ଦେବେ ୩ ଲକ୍ଷ ୯୧ ହଜାର ୮୦୯ ଜଣ ଛାତ୍ରଛାତ୍ରୀ । ଏଥର ମାର୍କିଂ ଢାଞ୍ଚାରେ ପରିବର୍ତ୍ତନ କରାଯାଇଛି । ପ୍ରଥମ ଥର ପାଇଁ ବୋର୍ଡ ପରୀକ୍ଷା ପୂର୍ବରୁ ଆସେସମେଣ୍ଟ ପରୀକ୍ଷା ଦେବେ ଯୁକ୍ତ ୨ ଛାତ୍ରଛାତ୍ରୀ । ୧୦୦ ମାର୍କ ଥିଓରୀ ବଦଳରେ ୮୦ ମାର୍କର ପରୀକ୍ଷା ହେବ । ଏହି ୮୦ ମାର୍କରୁ ୨୪ ନମ୍ବର ରଖିଲେ ପାସ୍ ହେବେ ଛାତ୍ରଛାତ୍ରୀ । ଯେଉଁ ବିଷୟ ବସ୍ତୁଗୁଡିକରେ ପ୍ରାକ୍ଟିକାଲ କିମ୍ବା ପ୍ରୋଜେକ୍ଟ ନାହିଁ ସେହି ବିଷୟ ପାଇଁ ୨୦ ମାର୍କର ଇଣ୍ଟରନାଲ ଆସେସମେଣ୍ଟ ରହିବ ।  ଆଉ ଥିଓରୀ ରହିବ ୮୦ ମାର୍କ । କିନ୍ତୁ ପ୍ରାକ୍ଟିକାଲ ଓ ପ୍ରୋଜେକ୍ଟ ଥିବା ବିଷୟରେ ପୂର୍ବପରି ମାର୍କ ଦିଆଯିବ ।

ପୂର୍ବରୁ ଦେଖାଯାଇଛି ପିଲାମାନେ ଭଲ ପାଠ ପଢୁଥିଲେ ବି ପରୀକ୍ଷା ଚାପରେ ଭଲ ମାର୍କ ରଖିପାରୁନଥିଲି । ଏହାକୁ ଆଖି ଆଗରେ ରଖି ମାର୍କିଂ ଢାଞ୍ଚା ସହ ପ୍ରଶ୍ନପତ୍ର ଢାଞ୍ଚାରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ଏଥର ବଡ଼ବଡ଼ ପ୍ରଶ୍ନ ବଦଳରେ ଛୋଟ ଛୋଟ ପ୍ରଶ୍ନ ପଡ଼ିବ । ୧୦ ମାର୍କର ପ୍ରଶ୍ନ ବଦଳରେ ୭ ମାର୍କର ପ୍ରଶ୍ନ ରହିବ । ଏହି ପରିବର୍ତ୍ତନ ବିଷୟରେ ଗତ ଅଗଷ୍ଟ ମାସରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନିଷ୍ପତି ନେଇଥିଲା । ପରୀକ୍ଷା ଆଉ ଅଳ୍ପ ଦିନ ହାତରେ ଥିବାରୁ ପିଲାଙ୍କୁ ପରିବର୍ତ୍ତିତ ଢାଞ୍ଚାକୁ ନେଇ ପ୍ରସ୍ତୁତ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବ୍ୟବସ୍ଥା କରିବା ଦରକାର ବୋଲି ମତ ରଖିଛନ୍ତି ଅଭିଭାବକ ସଂଘ।  

ଯୁକ୍ତ ଦୁଇ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ ହେଲାଣି । ପ୍ରତି ପରୀକ୍ଷା କେନ୍ଦ୍ରରେ ଲାଗିବ ସିସିଟିଭି କ୍ୟାମେରା । ପ୍ରଶ୍ନ ପତ୍ର ସୁରକ୍ଷିତ ଭାବେ ରଖାଯାଇ କିଭଳି ପିଲାଙ୍କ ନିକଟରେ ପହଞ୍ଚିବ ସେଥିପ୍ରତି ଦୃଷ୍ଟି ଦିଆଯିବ । ଏହାସହ ପ୍ରଥମ ଥର ପାଇଁ ଜିଲ୍ଲା ସ୍ତରୀୟ ସ୍ୱାଡ ରହିବେ । ୧୨୭୦ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe