ସଙ୍ଗଠନ ସଜାଡିବା ପାଇଁ କଂଗ୍ରେସର ପ୍ରସ୍ତୁତି: ଓଡ଼ିଶା ସମେତ ୪ ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ଦଳର ଜାତୀୟ ଅଧ୍ୟକ୍ଷ

ସାଙ୍ଗଠନିକ ନେତାଙ୍କ ସହ ଆଲୋଚନା ପରେ ଏଆଇସିସିକୁ ରିପୋର୍ଟ ପ୍ରଦାନ କରିବେ ପର୍ଯ୍ୟବେକ୍ଷକ। ଯେଉଁ ରିପୋର୍ଟ ଆଧାରରେ ଜିଲ୍ଲା ସଭାପତିଙ୍କ ନାଁରେ ବାଜିବ ମୋହର। ଓଡ଼ିଶା ପାଇଁ ୩୫ ଜଣିଆ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କରିଛି ଏଆଇସିସି।

1

Photograph: (kanak news)

କନକ ବ୍ୟୁରୋ: ଓଡ଼ିଶାରେ ଜିଲ୍ଲା ସଭାପତି ବାଛିବାକୁ କଂଗ୍ରେସର କସରତ। ଏଥିପାଇଁ ଏଆଇସିସି ପକ୍ଷରୁ ଓଡ଼ିଶା ସମେତ ୪ ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କରାଯାଇଛି। ସଙ୍ଗଠନ ସୃଜନ କାର୍ଯ୍ୟକ୍ରମ ଜରିଆରେ ଜିଲ୍ଲାକୁ ଜିଲ୍ଲା ବୁଲିବେ ଦାୟିତ୍ବରେ ଥିବା ପର୍ଯ୍ୟବେକ୍ଷକ। ସାଙ୍ଗଠନିକ ନେତାଙ୍କ ସହ ଆଲୋଚନା ପରେ ଏଆଇସିସିକୁ ରିପୋର୍ଟ ପ୍ରଦାନ କରିବେ ପର୍ଯ୍ୟବେକ୍ଷକ। ଯେଉଁ ରିପୋର୍ଟ ଆଧାରରେ ଜିଲ୍ଲା ସଭାପତିଙ୍କ ନାଁରେ ବାଜିବ ମୋହର। ଓଡ଼ିଶା ପାଇଁ ୩୫ ଜଣିଆ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କରିଛି ଏଆଇସିସି। ଯେଉଁମାନେ ଖୁବଶୀଘ୍ର ଓଡ଼ିଶା ଆସିବା ସହ ତୃଣମୂଳସ୍ତରରେ ବୁଲି ସଙ୍ଗଠନ ବାବଦରେ ଆଲୋଚନା କରିବେ। ଓଡ଼ିଶାରେ ବିଜେଡି ଶାସନରୁ କ୍ଷମତାଚ୍ୟୁତ ହେବା ପରେ ସଙ୍ଗଠନକୁ ଶକ୍ତିଶାଳୀ କରିବାକୁ ଚାହୁଁଛି କଂଗ୍ରେସ। ଏହି ଫର୍ମୁଲାରେ ପୂର୍ବରୁ ମଧ୍ୟପ୍ରଦେଶ ଓ ହରିୟାଣାରେ ଜିଲ୍ଲା ସଭାପତି ବାଛିଛି କଂଗ୍ରେସ। ଏବେ ପଞ୍ଜାବ, ଉତ୍ତରାଖଣ୍ଡ, ଝାଡଖଣ୍ଡ, ଓଡ଼ିଶାରେ ସମାନ ଫର୍ମୁଲା ଆପଣାଇବ ଦଳ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe